Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଶ୍ରମ ବଜାର ସ୍ଥିତିରେ ଆସିଲା ସୁଧାର, ମେ ମାସରେ ୨ କୋଟି ୧୦ ଲକ୍ଷଙ୍କୁ ମିଳିଲା ରୋଜଗାର: CMIE

2/06/2020 at 4:29 PM

ନୂଆଦିଲ୍ଲୀ ୦୨।୦୬: କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ଦେଶର ଅର୍ଥନୀତି ରସାତଳଗାମୀ ହୋଇଛି। ସ୍ଥାଣୁ ପାଲଟିଥିବା ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି କେନ୍ଦ୍ର ସରକାର ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ୍‌ ଖୋଲି ବଡ ଗତିବିଧି ଚଳାଇବାକୁ ଅନୁମତି ଦେଇଛନ୍ତି। ଫଳସ୍ଵରୂପ ମେ ମାସରେ ଉନ୍ନତ ଶ୍ରମ ବଜାର ସ୍ଥିତି କାରଣରୁ ଗତ ମାସରେ ୨ କୋଟି ୧୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ(CMIE) ଦ୍ଵାରା ସାପ୍ତାହିକ ତଥ୍ୟରେ ଏହା କୁହଯାଇଛି। ଏହି ଉତ୍ସାହଜନକ ତଥ୍ୟ ପରେ ବି ୨୦୨୦ ମେ ମାସରେ ବେରୋଜଗାରୀ ହାର ୨୩.୫ ପ୍ରତିଶତରେ ରହିଛି। ଏପ୍ରିଲ ମାସରେ ମଧ୍ୟ ବେରୋଜଗାରୀ ହାର ଏମିତି ସ୍ଥିତିରେ ଥିଲା।

ରିପୋର୍ଟ ଅନୁସାରେ, ମେ ମାସରେ ଶ୍ରମ ଭାଗିଦାରୀ ହାର ୩୬.୫ରୁ ୩୮.୨ ପ୍ରତିଶତକୁ ବୃଦ୍ଧି ଘଟିଛି। ସେହି ପରି ରୋଜଗାର ହାର ୨୭.୨ ରୁ ୨୯.୨ ପ୍ରତିଶତ ପର୍ଯ୍ୟନ୍ତ ସୁଧାର ଘଟିଛି। ମେ ମାସରେ ମୋଟ୍‌ ରୋଜଗାର ପାଇଥିବା ଲୋକଙ୍କ ସଂଖ୍ୟା ୨ କୋଟି ୧୦ ଲକ୍ଷକୁ ବୃଦ୍ଧି ଘଟିଛି। ପୂର୍ବ ମାସରେ ଏଥିରେ ୭.୫ ପ୍ରତିଶତ ବୃଦ୍ଧି ଘଟିଥିବା କୁହାଯାଇଛି।

ସିଏମଆଇଆଇ ଅନୁସାରେ, ମୁଖ୍ୟ ଶ୍ରମ ବଜାର ଏପ୍ରିଲ ମାସ ତୂଳନାରେ ମେ ମାସରେ ସ୍ଥିତି ଉନ୍ନତ ଥିବା ସଙ୍କେତ ଦେଇଛି। ତଥାପି ଶ୍ରମ ବଜାରର ସ୍ଥିତି ଏବେ ମଧ୍ୟ ଲକ୍‌ଡାଉନ୍‌ ପୂର୍ବ ତୂଳନାରେ ଦୁର୍ବଳ ରହିଛି।

୨୦୧୯-୨୦ରେ ରୋଜଗାର ତୂଳନାରେ ସଂପ୍ରତି ୧୦ କୋଟି ଲୋକ ଏବେ ମଧ୍ୟ ବେରୋଜଗାର ଅଛନ୍ତି। ୨୦୧୯-୨୦ରେ ୪୦ କୋଟି ଲୋକଙ୍କ ପାଖରେ ରୋଜଗାର ଥିବା ବେଳେ ୨୦୨୦ ମେ ମାସରେ ୩୦ କୋଟି ୩୦ ଲକ୍ଷ ଲୋଙ୍କ ପାଖରେ ରୋଜଗାର ଅଛି।

ତଥାପି ୨୦୨୦ ଏପ୍ରିଲ ତୂଳନାରେ ସ୍ଥିତି ସୁଧାର ରହିଛି। ମେ ମାସରେ ରୋଜଗାର ପାଇଥିବା ଲୋକଙ୍କ ମଧଯୟରେ ୧ କୋଟି ୪୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ବ୍ୟବସାୟୀ ଏବଂ ଶ୍ରମିକ। ଏମାନଙ୍କ ସଂଖ୍ୟାରେ ୩୯ ପ୍ରତିଶତ ବୃଦ୍ଧି ଘଟିଛି। ରୋଜଗାର ପାଇଥିବା ଲୋଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ହେଉଛି ଏକ ତୃତୀୟାଂଶ। ଏପ୍ରିଲ ମାସରେ ଏହି ବର୍ଗର ୭୧ ପ୍ରତିଶତ ଲୋକ ରୋଜଗାର ହରାଇଥିଲେ ବୋଲି ରିପୋର୍ଟରେ କୁହାଯାଇଛି।

ଏପ୍ରିଲ ମାସରେ ୧ କୋଟି ୮୦ ଲକ୍ଷ ୨  ହଜାର ବ୍ୟବସାୟୀଙ୍କ ମଧ୍ୟରୁ  ୫୫ ଲକ୍ଷ ଲୋକ ନିଜର ରୋଜଗାର ଫେରି ପାଇଛନ୍ତି। ମେ ମାସରେ ଏହି ସଂଖ୍ୟାରେ ୯.୩ ପ୍ରତିଶତ ବୃଦ୍ଧି ଘଟିଛି। କୃଷି କ୍ଷେତ୍ରରେ ୧.୨ ପ୍ରତିଶତ ବୃଦ୍ଧି ସହିତ ୧୦ ଲକ୍ଷ ୪୦ ହଜାର ଲୋକ ରୋଜଗାର ପାଇଛନ୍ତି।

   Related Posts