ପାକିସ୍ତାନରେ ୨ଟି ବଡ଼ ଆତଙ୍କବାଦୀ ଆକ୍ରମଣ,୨୧ ଜଣଙ୍କ ମୃତ୍ୟୁ
16/10/2020 at 9:24 AM

ଇସଲାମବାଦ ୧୬/୧୦: ପାକିସ୍ତାନର ବେଲୁଚିସ୍ତାନରେ ଓ ଓ୍ବାଜରିସ୍ତାନରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଆକ୍ରମଣ ବେଲୁଚିସ୍ତାନର ଓରମେରାରେ ହୋଇଛି। ତେବେ ଏହା ଅଏଲ ଆଣ୍ଡ ଗ୍ୟାସ ବିକାଶ କମ୍ପାନି ଲିମିଟେଡରେ ହୋଇଛି ଯେଉଁଥିରେ ୧୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଓ୍ବାଜରିସ୍ତାନରେ ହୋଇଥିବା ଦ୍ବିତୀୟ ଆକ୍ରମଣରେ ପ୍ରାୟ ଛଅ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି।
ପାକିସ୍ତାନ ଅଧିକାରୀ କହିଛନ୍ତି ବେଲୁଚିସ୍ତାନ ଆକ୍ରମଣରେ ଅଏଲ ଆଣ୍ଡ ଗ୍ୟାସ ଡେଭଲପମେଣ୍ଟ କମ୍ପାନିର ସାତ ଜଣ କର୍ମଚାରୀ ଓ ପାକିସ୍ତାନ ଫ୍ରଣ୍ଟିୟର କୋରର ଆଠ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ପ୍ରାରମ୍ଭରେ ଦାବି ହେଉଥିଲା ଯେ ଆକ୍ରମଣ ବେଲୁଚିସ୍ତାନ ଲିବରେସନ ଫଣ୍ଟ କରିଛି। ମାତ୍ର ଗୋଟିଏ ଉଗ୍ରବାଦୀ ସଂଗଠନ ଆକ୍ରମଣର ଦାୟିତ୍ବ ନେଇଥିବା କୁହାଯାଉଛି।
ପାକିସ୍ତାନ ସେନା ନିଜ ବୟାନରେ କହିଛନ୍ତି ଆତଙ୍କବାଦୀମାନେ ଉତ୍ତର ଓ୍ବାଜରିସ୍ତାନରେ ରାଜମାକ କ୍ଷେତ୍ରରେ ବିସ୍ଫୋରଣ କରିଛନ୍ତି। ଏହି ଆକ୍ରମଣରେ ଜଣେ କ୍ୟାପ୍ଟେଟନ ଓ ଅନ୍ୟ ସୈନିକଙ୍କ ମୃତ୍ୟୁ ହୋଇଛି।