ଜୁନ୍ ୨୧ରେ ହଠାତ୍ ଗାୟବ ହୋଇଯିବ ଛାଇ, କିଛି କ୍ଷଣର ଏହି କାରଣ ଜାଣନ୍ତି କି?
11/06/2020 at 5:45 PM

ଆସନ୍ତା ଜୁନ୍ ୨୧ତାରିଖ ସବୁଠୁ ଖାସ୍ ହେବ। ଏହି ଦିନ ସୂର୍ଯ୍ୟ ଗ୍ରହଣ ହେବା ସହ ଦୁର୍ଲଭ ପ୍ରକାରର ହେବ। ଏହି ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ରହିଛି। କିନ୍ତୁ ଏହା ବ୍ୟତୀତ ଆଉ ଗୋଟିଏ କାରଣ ପାଇଁ ଏହା ଖାସ୍ ରହିଛି। ଜୁନ୍ ୨୧ତାରିଖରେ ଏପରି କିଛି ହେବ ଆପଣଙ୍କ ଛାଇ ଆପଣଙ୍କ ସହ ରହିବ ନାହିଁ। ଏହା ଏକ ମହାକାଶୀୟ ଘଟଣା ହେବ ଯାହାର ହଜାର ଲୋକ ସାକ୍ଷୀ ହେବେ। ଏହା ପରେ ପାଣିପାଗରେ ମଧ୍ୟ ପରିବର୍ତ୍ତନ ହେବ। ତେବେ ଆସନ୍ତୁ ଜାଣିବା ଏହାର ଆମ ଜୀବନରେ କ’ଣ ପ୍ରଭାବ ପଡ଼ିବ।
୨୦୨୦,ଜୁନ୍ ୨୧ତାରିଖ ରବିବାର ବର୍ଷର ସବୁଠୁ ବଡ଼ ଦିନ ହେବ। ଏହି ଦିନ ଦ୍ବିପ୍ରହରରେ ଏକ ଏପରି କ୍ଷଣ ଆସିବ ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ରହିବ ନାହିଁ। ଯଦି ଆପଣ ଖରାରେ ଛିଡ଼ା ହେବେ ତେବେ କେଉଁଠି ବି ଆପଣଙ୍କ ଛାଇ ଦେଖାଯିବ ନାହିଁ। ଏପରି ଏଥିପାଇଁ ହେବ କାରଣ ଏହି ସମୟରେ ସୂର୍ଯ୍ୟ କର୍କଟ ରେଖାର ଉପରେ ରହିବ। ଏଥିପାଇଁ ଏହି ସଂଯୋଗ ଘଟିବ। ଏହା ପରେ ଦିନ ଛୋଟ ହେବା ଆରମ୍ଭ ହେବ ଏବଂ ରାତି ବଡ଼ ହେବ। ଜୁନ୍ ୨୧ତାରିଖର ଅବଧି ପାଖାପାଖି ୧୩:୪୫ଘଣ୍ଟା ହେବ ଏବଂ ରାତି ୧୦:୩୫ ହେବ। ଏହାକୁ ଗ୍ରୀଷ୍ମକାଳୀନ ସଂକ୍ରାନ୍ତି କୁହାଯାଏ।
ଏଭଳି ପରିବର୍ତ୍ତନ ଏବଂ ସଂଯୋଗ ବର୍ଷକରେ ୪ଥର ହୋଇଥାଏ। ୨୧ଅଥବା ମାର୍ଚ୍ଚ ୨୨ତାରିଖରେ ଦିନ ଏବଂ ରାତି ସମାନ ହୋଇଥାଏ। କିନ୍ତୁ ଡିସେମ୍ବର ୨୧ତାରିଖ ପରେ ଦିନ ଏବଂ ରାତି ସମାନ ହୋଇଯିବ। ଓ୍ବିଣ୍ଟର ସୋଲସଟାଇମ୍ ଅର୍ଥାତ୍ ଶୀତକାଳୀନ ସଂକ୍ରାନ୍ତ ଆରମ୍ଭ ହେବ ତେବେ ବର୍ଷର ସବୁଠୁ ଛୋଟ ଦିନ ଏବଂ ବଡ଼ ରାତି ଆରମ୍ଭ ହୋଇଯିବ।
ଏହି ଋତୁଚକ୍ରର ଆମ ଜୀବନ ଉପରେ ସିଧାସଳଖ ପ୍ରଭାବ ପଡ଼ିଥାଏ। ଯଦି ଏହି ଋତୁ ପରିବର୍ତ୍ତନ ନହୁଅନ୍ତା ତେବେ ପୃଥିବୀର ବାତାବରଣ ଏକାଭଳି ରୁହନ୍ତା। ପୃଥିବୀର ଯେଉଁ ଭାଗ ସୂର୍ଯ୍ୟ ସମ୍ମୁଖରେ ରହିଥାଏ ତାହା ସବୁବେଳେ ଗରମ ରହିଥାଏ ଏବଂ ପଛ ଭାଗ ଥଣ୍ଡାରେ ବୁଡ଼ି ରହିଥାଏ। ଋତୁ ପରିବର୍ତ୍ତନ ହେଲେ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ଯାହା ଅନେକ ଲୋକଙ୍କ ପାଇଁ ଅନୁକୂଳ ହୋଇଥାଏ। ଏହା ସହ ଆମ ସ୍ବାସ୍ଥ୍ୟ ଜଡ଼ିତ ରହିଥାଏ।