ଆଜିର ଦିନରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଏବଂ ମହିଳା ରାଷ୍ଟ୍ରପତି

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨/୭: ବିଶ୍ବର ରାଜନୀତିରେ ଆଜିର ଦିନ ଜୁଲାଇ ୨୧ତାରିଖ ମହିଳାଙ୍କ ପାଇଁ ମିଲ ପଥର ଭଳି। ୬୦ବର୍ଷ ତଳେ ଆଜିର ଦିନ​ରେ ୧୯୬୦ମସିହା ଜୁଲାଇ ୨୧ତାରିଖରେ ଶ୍ରୀଲଙ୍କାରେ ସିରିମା ବନ୍ଦରନାଇକ ବିଶ୍ବର ପ୍ରଥମ ଗଣତାନ୍ତ୍ରିକ ଭାବେ ବଛା ଯାଇଥିବା ମହିଳା ପ୍ରମୁଖଙ୍କ ସରକାର ହୋଇଥିଲେ। ସେ ସରକାରଙ୍କ ପ୍ରଥମ ମହିଳା ମୁଖିଆ ହୋଇଥିଲେ।

ସେହି ଭଳି ଦେଶର ମହିଳାଙ୍କ ପାଇଁ ଜୁଲାଇ ୨୧ତାରିଖ ଖୁସି ହେବାର ଏକ ଖାସ୍ କାରଣ ନେଇ ଆସିଥିଲା। ୧୨ବର୍ଷ ତଳେ ୨୦୦୭ମସିହାରେ ଏହି ଦିନ ଦେଶକୁ ପ୍ରତିଭା ପାଟିଲ୍ ରୂପରେ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିଥିଲେ। ୧୯୩୪ମସିହା ଡିସେମ୍ବର ୧୯ତାରିଖରେ ଜନ୍ମ ହୋଇଥିବା ପ୍ରତିଭା ଦେବୀସିଂହ ପାଟିଲ୍ ୨୦୦୭-୨୦୧୨ ଯାଏଁ ଦେଶର ଦ୍ବାଦଶ ରାଷ୍ଟ୍ରପତି ଭାବେ ରହିଥିଲେ। ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଗ୍ରହଣ କରିଥିବା ପ୍ରଥମ ମହିଳା ଥିଲେ। ସେ ଜୁଲାଇ ୨୧ତାରିଖରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ଏବଂ ୨୦୦୭ମସିହା ଜୁଲାଇ ୨୫ତାରିଖରେ ତାଙ୍କୁ ରାଷ୍ଟ୍ରପତି ଭାବେ ଶପଥପାଠ କରାଯାଇଥିଲା।

ସିରିମା ବନ୍ଦରାନାଇକ ନିଜ ସ୍ବାମୀଙ୍କ ପଥ ଅନୁସରଣ କରି ଚାଲି ୧୯୬୦ମସିହା ଜୁଲାଇ ୨୧ତାରିଖରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ସେତେବେଳେ ତାଙ୍କୁ ସିଲୋନ ନାଁରେ ଜଣାଯାଇଥିଲା। ତାଙ୍କ ସ୍ବାମୀ ୧୯୫୬ମସିହାରେ ଦେଶର ନେତା ହୋଇଯାଇଥିଲେ,କିନ୍ତୁ ୩ବର୍ଷ ପରେ ଏକ ଚରମପନ୍ଥୀ ବୌଦ୍ଧ ପାଦ୍ରୀ ତାଙ୍କ ହତ୍ୟା କରିଥିଲେ।

ସେ ୧୯୬୫ମସିହା ଯାଏଁ ବିପଦରେ ଥିଲେ। କିନ୍ତୁ ୧୯୭୦ମସିହାରୁ ୧୯୭୭ମସିହା ଯାଏଁ ୨ଥର ପୁଣି ତାଙ୍କୁ ଜନାଦେଶ ମିଳିଥିଲା। ଏହା ପରେ ତାଙ୍କ ଝିଅ ଚନ୍ଦ୍ରିକା କୁମାରତୁଙ୍ଗା ୧୯୯୪ମସିହାରୁ ୨୦୦୦ମସିହା ଯାଏଁ ରାଷ୍ଟ୍ରପତି ହୋଇଥିଲେ। କେବଳ ଶ୍ରୀଲଙ୍କାରେ ନୁହେଁ ୧୯୬୬ମସିହାରେ ଭାରତରେ ମଧ୍ୟ ଇନ୍ଦିରା ଗାନ୍ଧୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତୀୟ ସ୍ବାଧୀନତା ଆନ୍ଦୋଳନର ପ୍ରହରୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଝିଅ ୧୯୭୭ମସିହା ଯାଏଁ ସତ୍ତାରେ ରହିଥିଲେ ଏବଂ ୧୯୮୦ମସିହାରେ ପୁଣି ଥରେ ସେ ମନୋନୀତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.