କେନ୍ଦ୍ରାପଡା ରାଜନୀତି ସରଗରମ : ମଇଦାନରେ ୫୩ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣ ସ୍ବାଧୀନ ପ୍ରାର୍ଥୀ

Published By : Prameya-News7 Bureau | April 14, 2019 IST

କେନ୍ଦ୍ରାପଡ଼ା ୧୪|୪: କେନ୍ଦ୍ରାପଡା ରାଜନୀତି ଏବେ ସରଗରମ । ଜିଲ୍ଲାରେ ନିର୍ବାଚନ ଲଢୁଛନ୍ତି ୫୦ରୁ ଅଧିକ ପ୍ରାର୍ଥୀ । ୩ ପ୍ରମୁଖ ଦଳର ଟାଣୁଆ ପ୍ରାର୍ଥୀଙ୍କ ସହ ଅନ୍ୟ କେତେକ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀ ଏବେ ସାମ୍ନାସାମ୍ନି । ତେବେ ଲଢେଇକୁ ରୋଚକ ସ୍ଥିତିକୁ ନେଇଯାଇଛନ୍ତି ସ୍ବାଧୀନ ପ୍ରାର୍ଥୀ । କାରଣ କେନ୍ଦ୍ରାପଡାରେ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ଏଥର ୨୧ ।

{"id":103444}

କେନ୍ଦ୍ରାପଡାରେ ଏବେ ଫାଇନାଲ ଲଢେଇ। କେନ୍ଦ୍ରାପଡା ଲୋକସଭା ଆସନ ଓ ଜିଲ୍ଲାର ୫ଟି ବିଧାନସଭା ଆସନ ପାଇଁ  ମଇଦାନରେ ଏବେ ୫୩ ଜଣ ପ୍ରାର୍ଥୀ । ୫ଟି ବିଧାନସଭା ଆସନରେ ୪୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଲୋକସଭାରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଅଛନ୍ତି ୭ ଜଣ ପ୍ରାର୍ଥୀ। ବିଧାନସଭା ଆସନ ଗୁଡ଼ିକରେ ୪୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୯ ଜଣ ସ୍ବାଧୀନ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ମହିଳା ପ୍ରାର୍ଥୀ ୫ ଜଣ। କେନ୍ଦ୍ରାପଡ଼ା ଲୋକସଭା ଆସନରେ ୭ଜଣଙ୍କ ମଧ୍ୟରୁ ୨ ଜଣ ସ୍ବାଧୀନ ପ୍ରାର୍ଥୀ । ତେବେ କୌଣସି ମହିଳା ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁନାହାନ୍ତି । କେନ୍ଦ୍ରାପଡ଼ା, ରାଜନଗର, ଆଳି ଓ ମହାକାଳପଡ଼ା ବିଧାନସଭା ଆସନରେ ମହିଳା ପ୍ରାର୍ଥୀ ଥିବାବେଳେ ପାଟକୁରା ବିଧାନସଭାରେ ଜଣେ ହେଲେ ମହିଳା ପ୍ରାର୍ଥୀ ନାହାନ୍ତି।

{"id":103445}

କେନ୍ଦ୍ରାପଡ଼ା ଲୋକସଭା ଏବଂ ୫ଟି ବିଧାନସଭା ଆସନରେ ଲଢୁଥିବା ୨୧ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ ରାଜନୈତିକ ଦଳର ସଦସ୍ୟ ଅଛନ୍ତି । ନିଜର ସଂଗଠନ ଏବଂ ପକେଟ୍ ଭୋଟ୍ ନିଜ ଆଡ଼କୁ ନେବାରେ ଯଦି ଏହି ଦଳୀୟ ପ୍ରାର୍ଥୀମାନେ ସଫଳ ହୁଅନ୍ତି ତେବେ ଦଳୀୟ ପ୍ରାର୍ଥୀମାନେ କ୍ଷତିରେ ପଡ଼ିବେ ।

{"id":103446}

ଏହି ସ୍ବାଧୀନ ପ୍ରାର୍ଥୀମାନେ ଏବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଆହ୍ବାନ । ତେବେ ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.