Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ଅନ୍‌ଲାଇନରେ ହୋଟେଲ ରୁମ୍ ବୁକିଂ କରି ଚଳାଉଥିଲେ ସେକ୍ସ ରାକେଟ୍, ୨୧ ଜଣ ଯୁବତୀଙ୍କୁ କରାଗଲା କୋର୍ଟ ଚାଲାଣ

7/11/2019 at 6:59 PM

ଜୟପୁର୭/୧୧: ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଅନ୍‌ଲାଇନରେ ହୋଟେଲ ରୁମ୍ ବୁକିଂ କରି ସେକ୍ସ ରାକେଟ ଚଳାଉଥିବା ଯୁବକ ଓ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ବଜାଜ୍ ନଗର ଥାନାର ଅଧିକାରୀଙ୍କ କହିବା ଅନୁସାରେ ପୃଥକ ପୃଥକ ତିନୋଟି ହୋଟେଲରୁ ୨୧ ଜଣ ଯୁବତୀ ଓ ୪ ଯୁବକ ଗିରଫ ​ ହୋଇଛନ୍ତି। ପୋଲିସର ଛାନଭିନ୍ ସମୟରେ କିଛି ଯୁବକ ଓ ଯୁବତୀ ଫେରାର ହୋଇଯାଇଥିଲେ। ହୋଟେଲରେ ଏମାନେ କାହିଁକି ରହି ଥିଲେ, କଣ କରୁଥିଲେ ଏ ସଂକ୍ରାନ୍ତରେ ଡିସିପି ରାହୁଲ ଜୈନ ସୂଚନା ଦେଇଛନ୍ତି।

ସେକ୍ସ ରାକେଟରେ ସଂପୃକ୍ତ ଯୁବକ ଓ ଯୁବତୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଯୁବତୀଙ୍କ କହିବା ଅନୁସାରେ ସେମାନେ ବୁଲିବା ପାଇଁ ଆସିଥିଲେ। ସେମାନେ ଓୟୋ ମାଧ୍ୟରେ ରୁମ ବୁକିଂ କରିଥିଲେ ବୋଲି ସଫେଇ ଦେଇଛନ୍ତି। ଅନ୍ୟପଟେ ଡିସିପି ରାହୁଲ ଜୈନ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ସେ କହିଛନ୍ତି ଯେ ଗିରଫ ହୋଇଥିବା ଯୁବକ ଓ ଯୁବତୀ‌​‌ ସେକ୍ସ ରାକେଟ୍‌ କାରବାର କରୁଥିଲେ।  ଯୁବତୀ ଗିରଫ ହୋଇଥିବା ହୋଟେଲରେ ପୂର୍ବରୁ ସେକ୍ସ ରାକେଟ ଚାଲିଥିଲା। ଏହି ଘଟଣାରେ ଦୁଇ ହୋଟେଲ ବନ୍ଦ କରିବା ଲାଗି ପ୍ରଶାସନ ନିର୍ଦେଶ ଦେଇଥିଲେ। ପଣି ସମାନ ସ୍ଥାନରେ ସେକ୍ସ ରାକେଟ ଚାଲିଥିବା କଥା ଡିସିପି କହିଛନ୍ତି।

ଡିସିପି ରାହୁଲ ଜୈନଙ୍କ କହିବା ଅନୁସାରେ ଏହି ୨୧ ଜଣ ଯୁବତୀ ହୋଟେଲରେ ରହୁଥିଲେ। ଅନ୍ୟ ଗୋଟିଏ ସେକ୍ସ ରାକେଟ ସହ ମିଶି ଏମାନେ କାମ କରୁଥିଲେ। ଓୟୋ ଓ ଅନଲାଇନ ହୋଟେଲ ବୁକିଂ କରି ଏହି ଯୁବତୀ ସେକ୍ସ କାରବାର କରୁଥିଲେ। ପ୍ରତିଦିନ ଏମାନେ ହୋଟେଲ ବଦଳାଇ ଥାଆନ୍ତି। ଅନଲାଇନରେ ନୂଆ ନୂଆ ହୋଟେଲର ରୁମ ବୁକିଂ କରିଥାଆନ୍ତି। ନୂଆ ଗ୍ରାହକଙ୍କ ସହ ପୁଣି ନୂଆ ହୋଟେଲରେ ଏମାନେ ସେକ୍ସ କାରବାର କରନ୍ତି। ଏସବୁ ଘଟଣା ସାମ୍ନାକୁ ଆସିବା ପରେ ୨୧ ଜଣ ଯୁବତୀ ଓ ୪ଜଣ ଯୁବକଙ୍କୁ ​‌​‌ପୋଲିସ କୋର୍ଟ ଚାଲାଣ କରିଛି।

   Related Posts