Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ଦେଶୀ ମଦ ହେଇଗଲା ବିଷ, ନେଲା ୨୧ ଜଣଙ୍କ ଜୀବନ

31/07/2020 at 3:15 PM

ଅମୃତସର, ୩୧|୦୭: ପଞ୍ଜାବର ଅମୃତସର, ବଟାଲା ଓ ତରନତାରନରେ ବିଷାକ୍ତ ମଦ ପିଇ ୨୧ ଜଣ ପ୍ରାଣ ହରାଇଛନ୍ତି । ଏହି ମାମଲାରେ ପୋଲିସ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ କିଛି ବେପାରୀଙ୍କୁ ଗିରଫ କରିଛି । ଏହାସହ ତାରାସିକ୍ ଥାନା ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାରେ ଏସଆଇଟି ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଘଟଣା ସମ୍ପର୍କରେ ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ, ଗତ ଜୁନ୍ ୨୯ ତାରିଖରେ ପ୍ରଥମେ ୫ଜଣ ପ୍ରାଣ ହରାଇଥିଲେ । ଯାହା ତରାସିକ୍ ଗ୍ରାମରେ ଘଟଥିଲା । ସେହିପରି ଜୁଲାଇ ୩୦ ତାରିଖରେ ମୁଚ୍ଛଲରେ ୨ଜଣ ପ୍ରାଣ ହରାଇଥିଲେ । ଏହାପରେ ମୁଚ୍ଛଲରେ ଆଉ ୨ଜଣ ପ୍ରାଣ ହରାଇଥିଲେ । ସେହିପରି ଶୁକ୍ରବାର ବଟାଲାରେ ଆଉ ୫ଜଣ ଜୀବନ ହାରିଛନ୍ତି । ଏବେସୁଦ୍ଧା ବଟାଲାରେ ୭ଜଣ ପ୍ରାଣ ହରାଇଥିବା ବେଳେ ତରନତାରନରେ ୪ଜଣ ପ୍ରାଣ ହରାଇଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଜୁଡିସିଆଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜଳନ୍ଧର ଡିଭିଜନାଲ କମିଶନରଙ୍କୁ ତଦନ୍ତ ଭାର ପ୍ରଦାନ କରାଯାଇଛି । ଏହା ସହ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଏହି ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ସମସ୍ତ ନକଲି ମଦ ବେପାରୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts