ଇଣ୍ଡୋନେସିଆରେ ବନ୍ୟା ବିଭୀଷିକା : ୨୧ମୃତ, ଫସିରହିଛନ୍ତି ଅନେକ ଲୋକ

Published By : Prameya-News7 Bureau | January 03, 2020 IST

ଜାକର୍ତ୍ତା ୦୩।୦୧: ଇଣ୍ଡୋନେସିଆ ଜାକର୍ତ୍ତାରେ ବନ୍ୟା ବିଭୀଷିକା । ବନ୍ୟା ଯୋଗୁ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ଅବିଶ୍ରାନ୍ତ ବର୍ଷା ହେବା ଫଳରେ ଜାକର୍ତ୍ତା ଏବଂ ଆଖପାଖ ସହର ଜଳମଗ୍ନ ହୋଇଛି । ଏଥି ସହିତ ହଜାର ହଜାର ଲୋକ ଗୃହଶୂନ୍ୟ ହୋଇଥିବା ସୂଚନା ମିଳିଛି। ଏହି ବନ୍ୟାରେ ବାସଗୃହ ସମେତ ହଜାର ହଜାର ସଂଖ୍ୟାରେ କାର ଓ ଗାଡି ମଧ୍ୟ ଭାସି ଯାଇଛି। ଜାକର୍ତ୍ତା ବିମାନ ବନ୍ଦର ବନ୍ଦ ରହିଥିବାରୁ ପ୍ରାୟ ୨୦ ହଜାରରୁ ଅଧିକ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି ।

{"id":206073,"sizeSlug":"large"}

୨୦୧୩ ବନ୍ୟା ତୁଳନାରେ ଚଳିତ ବନ୍ୟାରେ ଅଧିକ ଅଂଚଳ ପ୍ରଭାବିତ ହେବା ସହ ଅନେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ବିଦ୍ୟୁତ ଆଘାତ ଜନିତ କୌଣସି ଘଟଣା ଏଡ଼ାଇବାକୁ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକରେ ବୁଧବାର ଠାରୁ ବିଦ୍ୟୁତ ଯୋଗାଣ ବନ୍ଦ ରଖାଯାଇଛି। ତେବେ ଜାକାର୍ତାରେ ୬୨ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି । ଅନ୍ୟ କେତେକ ସ୍ଥାନରେ ଲୋକମାନେ ଫସିରହିଥିବାର ମଧ୍ୟ ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର ପାଇଁ ପ୍ରଶାସନର ଉଦ୍ୟମ ଜାରି ରହିଛି ।

{"id":206074,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.