ପୂଜା ପାଇଁ ଧରପଗଡ : ୫ଟି ଗ୍ୟାଙ୍ଗର ୨୧ ଜଣ ଗିରଫ, ୫ଟି ଡକାୟତି ଯୋଜନା ପଣ୍ଡ

Published By : Prameya-News7 Bureau | October 10, 2020 IST

ସମ୍ବଲପୁର ୧୦।୧୦: ପୂଜା ପାଇଁ ସ୍ବତନ୍ତ୍ର ଧରପଗଡ ଅଭିଯାନ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ସମ୍ବଲପୁର ପୋଲିସ ୫ଟି ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିଛି । ୫ଟି ଡକାୟତି ଯୋଜନାକୁ ପଣ୍ଡ କରିଛି ସମ୍ବଲପୁର ପୋଲିସ । ଏମାନଙ୍କ ନାଁରେ ସମ୍ବଲପୁରର ବିଭିନ୍ନ ଥାନାରେ ୫ଟି ମାମଲା ରୁଜୁ ହୋଇଛି ।

ତେବେ ସମ୍ବଲପୁର ପୋଲିସ ପୂଜା ସରିବା ଯାଏଁ ଏହି ସ୍ବତନ୍ତ୍ର ଧରପଗଡ ଅଭିଯାନ ଜାରି ରହିବ ବୋଲି  ସୂଚନା ଦେଇଛି । ତେବେ ଗିରଫ ଅଭିଯୁକ୍ତମାନଙ୍କଠାରୁ ଡକାୟତିରେ ବ୍ୟବହୃତ କିଛି ସାମଗ୍ରୀ ବି ଜବତ କରିଛି ପୋଲିସ ।

ସେପେଟେ ଫାଙ୍କା ଗୁଳିଚାଳନା ଘଟଣାର ମୁଖ୍ୟ  ଅଭିଯୁକ୍ତ ଏସ କେ ସାମଦକୁ  ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.