Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ୮ ମାସରେ ଆଦାୟ ହୋଇଛି ୨୧ କୋଟି ଫାଇନ୍

6/09/2021 at 5:01 PM

ଭୁବନେଶ୍ୱର, ୦୬/୦୯: ରାଜ୍ୟରେ କରୋନା ସ୍ଥିତି ଧିରେଧିରେ କମିଥିବା ବେଳେ ଗତ ଦିନରେ ଲାଗିଥିବା କଟକଣା ଏବେ କୋହଳ ହୋଇଛି । ଏହି ସମୟ ମଧ୍ୟରେ ଆଇନ୍‌କୁ ମାନି ନଥିବା କାରଣରୁ ଲୋକଙ୍କ ଠାରୁ ଫାଇନ୍‌ ଆଦାୟ ହୋଇଥିଲା । ଏହାକୁ ନେଇ ଆଠଗଡ଼ ବିଧାୟକ ବିଧାନସଭାରେ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି ଯେ, ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ବା ୮ ମାସ ଭିତରେ ରାଜଧାନୀରେ ଅମାନିଆଙ୍କଠୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି ।

ଏଥି ସହିତ ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭ ଶହ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠାରୁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଟଙ୍କା ଆଦାୟ ହୋଇଛି । ବିନା ସିଟ ବେଲ୍ଟରେ ଗାଡ଼ି ଚଳାଉଥିବାରୁ ଲୋକଙ୍କ ଠାରୁ ୫୬ ଲକ୍ଷ ୬ ହଜାର ୧ ଶହ ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ କରୋନା କଟକଣା ନମାନି ବିନା ମାସ୍କ ଧାରୀଙ୍କ ଠାରୁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଥିବା ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

   Related Posts