ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଭୟ : ୨୧ ବିଧାୟକଙ୍କୁ ରାଜସ୍ଥାନକୁ ପଠାଇଲା କଂଗ୍ରେସ

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଜୁନ ୧୯ ତାରିଖରେ ହେବାକୁଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ରାଜନୀତି | ଗୁଜରାଟ କଂଗ୍ରେସର ୨୧ ବିଧାୟକ ରବିବାର ଦିନ ରାଜସ୍ତାନ ଆବୁ ରୋଡ଼ ସ୍ଥିତ ଏକ ରିସୋର୍ଟରେ ପହଞ୍ଚିଛନ୍ତି | ଦଳର ଜଣେ ନେତା କହିଛନ୍ତି ଯେ, କଂଗ୍ରେସର ୨୧ ବିଧାୟକ ଆବୁ ରୋଡ଼ ସ୍ଥିତ ଏକ ରିସୋର୍ଟରେ ଅଛନ୍ତି | ଉତ୍ତର ଗୁଜରାଟରୁ ସୋମବାର ଦିନ ଆହୁରି ବିଧାୟକ ଆସିବେ | ଗୁଜରାଟରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ | ଗୁଜରାଟରେ ବିଧାନସଭାର ୪ ଆସନ ପାଇଁ ନିର୍ବାଚନ ହେବାକୁ ଅଛି ଏବଂ ନିକଟରେ କଂଗ୍ରେସର ୩ ବିଧାୟକ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି |

{"id":282952,"width":580,"height":361,"sizeSlug":"large"}

ନିର୍ବାଚନ ବେଳେ କାଶ ଭୋଟିଂ ଏବଂ ଭୋଟ ଦୁର୍ନୀତି ମାମଲାକୁ ଦୃଷ୍ଟିରେ ରଖି ଦଳ ବିଧାୟକଙ୍କୁ ଅନ୍ୟତ୍ର ପଠାଇ ଦେଇଛି | ଆବୁ ରୋଡ଼ରେ ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ଅମିତ ଛାଵଡା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, କରୋନା ଭାଇରସ ସଙ୍କଟ ମଧ୍ୟରେ ସରକାରଙ୍କୁ ଲୋକଙ୍କ ଜୀବନ ବଞ୍ଚାଇବା କାମ କରିବା ଉଚିତ | କିନ୍ତୁ ସରକାର ସରକାରୀ ମେସିନାରୀ ଉପଯୋଗ କରି ଜନପ୍ରତିନିଧିଙ୍କୁ ଧମକାଇବା ଓ ଭୋଟ କିଣିବା ପାଇଁ ପ୍ରୟାସ କରୁଛି | କଂଗ୍ରେସ ବିଧାୟକ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବାକୁ ଆବୁ ରୋଷ ସ୍ଥିତ ରିସୋର୍ଟରେ ଏକତ୍ରିତ ହୋଇଛନ୍ତି ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.