Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ମେ ୧ ରୁ ଏବେ ସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ହୋଇଛନ୍ତି ୨୧ ଶିଶୁ : ଜାଣନ୍ତୁ ଏକା ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କାହାଣୀ

22/05/2020 at 12:24 PM

ନୂଆଦିଲ୍ଲୀ ୨୨/୦୫ : କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ରହିଛି | ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଆରମ୍ଭ କରିଛନ୍ତି | ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିବା ପରେ ଏ ପର୍ଯ୍ୟନ୍ତ ଟ୍ରେନରେ ୨୧ ଶିଶୁ ଜନ୍ମ ହୋଇଛନ୍ତି | ସୂଚନା ଅନୁଯାୟୀ, ମମତା ଯାଦବ ନାମକ ଜଣେ ମହିଳା ଗୁଜରାଟ ଜାମନଗରରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଚଢ଼ିଥିଲେ | ସେ ଏକା ଥିଲେ | ସେ ବିହାର ଯାଉଥିଲେ | ମମତା ଗର୍ଭବତୀ ଥିଲେ | କିନ୍ତୁ ବିହାରରେ ନିଜ ଗନ୍ତବ୍ୟ ଷ୍ଟେସନରେ ଓହ୍ଲାଇବା ସମୟରେ ତାଙ୍କ କୋଳରେ ତାଙ୍କ ଶିଶୁ ଥଲ | ସେ ଟ୍ରେନରେ ପ୍ରସବ କରିଥିଲେ | ତାଙ୍କ ସ୍ୱାମୀ ଏକ କାରଖାନାରେ କାମ କରୁଥିଲେ | କିନ୍ତୁ ଲକଡାଉନ ଯୋଗୁଁ ତାଙ୍କ ଚାକିରୀ ଚାଲିଯାଇଥିଲା | ମମତା ବହୁତ ଅସୁବିଧାରେ ଥିଲେ | ଦୃଢର ସହ ନିଷ୍ପତ୍ତି ନେଇ ସେ ମେ ୮ ତାରିଖରେ ଜାମନଗର ମୁଜାଫରପୁତ୍ର ଶ୍ରମିକ ସ୍ପେଶାଲ ଟ୍ରେନରେ ଚଢ଼ିଥିଲେ |

ଅଧିକାରୀ କହିଛନ୍ତି ଟ୍ରେନ ସନ୍ଧ୍ୟା ୭-୮ଟା ମଧ୍ୟରେ ଜାମନଗରରୁ ବାହାରିଥିଲା | ଅଧରାତିରେ ମମତାଙ୍କ ପ୍ରସବ ପୀଡା ଆରମ୍ଭ ହୋଇଥିଲା | ଟ୍ରେନକୁ ରାସ୍ତାରେ କୌଣସି ଜାଗାରେ ନ ଅଟକାଇବାକୁ କୁହାଯାଇଥିଲା | କିନ୍ତୁ ଟ୍ରେନକୁ ଆଗ୍ରା ଫୋର୍ଟ ଷ୍ଟେସନରେ ରଖା ଯାଇଥିଲା | ଟ୍ରେନରେ ଉପସ୍ଥିତ କର୍ମଚାରୀ ଆଗ୍ରା ଫୋର୍ଟ ଷ୍ଟେସନ ପହଞ୍ଚିବା ପୂର୍ବରୁ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ | ଟ୍ରେନ ସକାଳ ସାଢେ ୪ଟା ସମୟରେ ଆଗ୍ରା ଫୋର୍ଟ ଷ୍ଟେସନରେ ପହଞ୍ଚିଥିଲା | ତୁରନ୍ତ ମମତାଙ୍କ ବଗିକୁ ପ୍ରସବ କକ୍ଷରେ ପରିଣତ କରାଯାଇଥିଲା | ବାକିତକ ଯାତ୍ରୀ ଟ୍ରେନରୁ ବାହାରକୁ ଭାରି ଯାଇଥିଲେ | ଚିକିତ୍ସକ ମମତାଙ୍କ ପ୍ରସବ କରାଇଥିଲେ ଏବଂ ମମତା ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ | ମମତା ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବା ଯାଏଁ ରେଳ କର୍ମଚାରୀ ମମତା ଓ ତାଙ୍କ ଶିଶୁର ଦେଖରେଖ କରିଥିଲେ |

ରେଳବାଇ ମୁଖପାତ୍ର ଆର.ଦି.ବାଜପେୟୀ କହିଛନ୍ତି ଯେ, ଜରୁରୀକାଳୀନ ଚିକିତ୍ସା ପରିସ୍ଥିତି ପାଇଁ ତାଙ୍କ ପାଖରେ ଏକ ସୁଦୃଢ ବ୍ୟବସ୍ଥା ଅଛି | ଯେତେବେଳେ କୌଣସି ଯାତ୍ରୀଙ୍କର କୌଣସି ଅସୁବିଧା ହୁଏ ରେଳ କର୍ମଚାରୀ ଆଗାମୀ ଷ୍ଟେସନକୁ ତୁରନ୍ତ ସୂଚନା ଦେଇଥାନ୍ତି | ଷ୍ଟେସନ ପାଖରେ ରହୁଥିବା ରେଳବାଇ କଲୋନୀରେ ଚିକିତ୍ସକ ସବୁବେଳେ ପ୍ରସ୍ତୁତ ଥାଆନ୍ତି | ମେ ୧୩ ତାରିଖରେ ପିଙ୍କି ଯାଦବ ନାମକ ଜଣେ ମହିଳା ଅହମଦାବାଦ ଫୈଜାବାଦ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରୀଙ୍କ ସହାୟତାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ | କିନ୍ତୁ ପରେ ତାଙ୍କୁ ଚିକିତ୍ସା ପାଇଁ କାନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ପଡିଥିଲା |

ଅଧିକାରୀଙ୍କ ସୂଚନା ଅନୁଯାୟୀ, ରେଲବବି ଏବେ ସୁଦ୍ଧା ୨୦୫୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଲାଇଛି | ପଶ୍ଚିମ-ମଧ୍ୟ ରେଳବାଇରେ ୭ ଶିଶୁ ଜନ୍ମ ହୋଇଥିଲେ | ଦକ୍ଷିଣ-ପୂର୍ବ-ମଧ୍ୟ ରେଳବାଇରେ ୩ ଶିଶୁ ଓ ଉତ୍ତର-ମଧ୍ୟ ରେଳବାଇରେ ୩ ଶିଶୁ ଜନ୍ମ ହୋଇଛନ୍ତି | ଏହିଭଳି ବିଭିନ୍ନ ରୁଟରେ ଏବେ ଯାଏଁ ଟ୍ରେନରେ ୨୧ ଶିଶୁ ଜନ୍ମ ହୋଇଛନ୍ତି | 

   Related Posts