Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୧୫ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ

10/09/2019 at 6:23 PM

କେନ୍ଦୁଝର ୧୦/୯: କେନ୍ଦୁଝର ବଡ଼ବିଲ ଠାରେ ୨୦୧୫ ମସିହାରେ ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି ଏ.ଡି.ଜେ କୋର୍ଟ ୬ ଜଣକୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଅଭିଯୁକ୍ତଙ୍କୁ କୋଡିଏ ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ଅର୍ଥ ଅନାଦେୟ ଆଉ ୧ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ପୋକ୍ସୋ ଆକ୍ଟରେ ଦଣ୍ଡାଦେଶ କଲେ କେନ୍ଦୁଝର ଏ.ଡି.ଜେ । ୨୦୧୫ରେ ବଡ଼ବିଲ ଅଞ୍ଚଳରେ ହୋଇଥିଲା ଗଣଦୁଷ୍କର୍ମ ।

୨୦୧୫ ନଭେମ୍ବର ୬ ତାରିଖରେ  ବଡ଼ବିଲର ଦୁଇ ଜଣ ଆଦିବାସୀ ନାବାଳିକା କାମ ସାରି ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ବେଳେ ଆଠ ଜଣ ଦୁର୍ବୁତ୍ତ ଜଣକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନାମରେ ଜୁଭେନାଇଲ କୋର୍ଟରେ ବିଚାର ଚାଲିଥିବାବେଳେ ଅନ୍ୟ ୬ ଜଣକୁ ଆଜି ଦଣ୍ଡାଦେଶ ହୋଇଛି । ଏହି ୬ ଜଣ ହେଲେ ଭାରତ ହେସ , ବୁଲୁ ପାତ୍ର , ଶ୍ରୀରାମ ଓରାମ , ଝାଣ୍ଡେ ମୁଣ୍ଡା , ସୁନି ମହାକୁଡ଼ ଓ ମନୋଜ ନାଏକ ।

   Related Posts