Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଧାର୍ମିକ ଦୃଷ୍ଟିରୁ ୨୦ ଜାନୁୟାରୀ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ, ଭଗବାନ ବିଷ୍ଣୁଙ୍କୁ ଏପରି କରନ୍ତୁ ଆରାଧନା

18/01/2020 at 8:55 PM

ଜାନୁୟାରୀ ୨୦ ତାରିଖ ଷଟ୍‌ତିଳା ଏକାଦଶୀ। ମାଘମାସ କୃଷ୍ଣପକ୍ଷର ଏହି ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ବିଧି ପୂର୍ବକ ଆରାଧନା କରାଯାଏ। ଏହି ଏକାଦଶୀରେ କଳା ରାଶି ପୂଜାରେ ଉପଯୋଗ ହୁଏ। ଏହି ଏକାଦଶୀ ବ୍ରତ ରଖୁଥିବା ଲୋକେ କଳା ଗାଈଙ୍କୁ ଘାଷ, ଚାରା ଦେଲେ ଅଶେଷ ପୂଣ୍ୟର ଅଧିକାରୀ ହୁଅନ୍ତି ବୋଲି ପୁରାଣରେ ବର୍ଣ୍ଣନା ରହିଛି। ତେବେ ଲୋକେ କାହିଁକି ଏହି ଏକାଦଶୀ ପାଳନ କରନ୍ତି ଆସନ୍ତୁ ଜାଣିବା।

ଏକଦା ଦାଲଭ୍ୟ ଋଷିଙ୍କୁ ପୁଲସ୍ତ୍ୟ ଋଷି ଏହି ଏକାଦଶୀର ମହାତ୍ମ୍ୟ ବ୍ୟାଖ୍ୟାନ କରିଥିଲେ। ଏଥିରେ ସେ ମୃତ୍ୟୁ ଲୋକରେ ରହୁଥିବା ଜଣେ ମହିଳାଙ୍କ ବ୍ରତ ଉପବାସ ସମ୍ପର୍କରେ ଦାଲଭ୍ୟଙ୍କୁ ଅବଗତ କରାଇଥିଲେ। ମୃତ୍ୟୁ ଲୋକରେ ରହୁଥିବା ଏହି ମହିଳା ବିଭିନ୍ନ ବ୍ରତ ଉପବାସ କରୁଥିଲେ। ମହିଳା ଅତ୍ୟନ୍ତ ବୁଦ୍ଧିମତି ଥିଲେ। ହେଲେ ଦେବତା ଅଥବା ବ୍ରାହ୍ମଣଙ୍କ ଲାଗି ଅନ୍ନ ଅଥବା ଧନ ଦାନ କରିନଥିଲେ। ତେବେ ବ୍ରତ ଉପବାସ ଯୋଗୁ ସେ ଶରୀର ଶୁଦ୍ଧ କରିସାରିଥିଲେ। ଏଣୁ ତାଙ୍କ ବିଷ୍ଣୁ ଲୋକ ମିଳିବା ନିଶ୍ଟିତ ଥିଲା। ହେଲେ ଅନ୍ନ ଦାନ କରିନଥିବାରୁ ତାଙ୍କର ତୃପ୍ତି ମିଳିବା କଷ୍ଟକର ଥିଲା।

ଏଣୁ ପୈଲସ୍ତ୍ୟ ବ୍ରାହ୍ମଣ ରୂପରେ ମୃତ୍ୟୁଲୋକକୁ ଯାଇ ମହିଳାଙ୍କ ଘର ଆଗରେ ଅନ୍ନ ଭିକ୍ଷା କରିଥିଲେ। ଏଥିରେ ମହିଳା କ୍ଷୁବ୍ଧ ହୋଇ ଭିକ୍ଷୁକଙ୍କ ପାତ୍ରରେ ମାଟିର ପିଣ୍ଡୁଳାଟିଏ ପକାଇ ଦେଇଥିଲେ। ଏଥିରେ ପୌଲସ୍ତ୍ୟ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କରିଯାଇଥିଲେ। କିଛି ସମୟ ଉପରାନ୍ତ ମହିଳା ବି ଶରୀର ତ୍ୟାଗ କରି ସ୍ୱର୍ଗରେ ପହଞ୍ଚିଥିଲେ। ଭିକ୍ଷୁକଙ୍କୁ ମାଟି ଦାନ କରିଥିବାରୁ ସ୍ୱର୍ଗରେ ତାଙ୍କୁ ସୁରମ୍ୟ ପ୍ରାସାଦ ମିଳିଥିଲା। ହେଲେ ସେଠାରେ ଅନ୍ନପାଣିର କୌଣସି ବ୍ୟବସ୍ଥା ନଥିଲା। ଏଣୁ ସେ ପୌଲସ୍ତ୍ୟ ଋଷିଙ୍କୁ ଭେଟି ଅଭିଯୋଗ କରିଥିଲେ। ଏଥିରେ ସେ ତାଙ୍କୁ ନିଜ ଘରକୁ ଯାଅ ଦେବୀମାନେ ତାଙ୍କୁ ଭେଟିବାକୁ ଆସୁଥିବା କହିଥିଲେ। ତେବେ ସେମାନଙ୍କୁ କବାଟ ଖୋଲିବା ପୂର୍ବରୁ ଷଟତିଳା ଏକାଦଶୀର ମହାତ୍ମ୍ୟ ଶୁଣାଇବାକୁ କହିବ।

ସେହ ଅନୁସାରେ ମହିଳା ଘରକୁ ଯାଇ କବାଟ କିଳି ରହିଲେ। ଦେବୀମାନେ ଆସି ତାଙ୍କ କବାଟ ବାଡେଇବାରୁ ସେମାନଙ୍କୁ ଷଟତିଳା ଏକାଦଶୀର ମହାତ୍ମ୍ୟ ଶୁଣାଇବାକୁ କହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦେବୀ ଷଟତିଳା ଏକାଦଶୀର ମହାତ୍ମ୍ୟ ଶୁଣାଇଥିଲେ। ଏହା ପରେ ମହିଳା କବାଟ ଖୋଲିବା ସହ ଦେବାଙ୍ଗନାଙ୍କ ପୂଜାର୍ଚ୍ଚନା କରିଥିଲେ ଓ ନିଜେ ବି ଷଟତିଳା ଏକାଦଶୀ କରି ଶାନ୍ତି ସ୍ୱର୍ଗ ଭୋଗ କରିଥିଲେ।

ଚଳିତବର୍ଷ ଏହି ଏକାଦଶୀ ସୋମବାର ଭୋର ୨ଟା୫୧ ମିନିଟ୍ ରୁ ଆରମ୍ଭ ହୋଇ ୨୧ ଜାନୁୟାରୀ ଭୋର ୨ଟା ୫ ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ। ଏହି ଦିନ କଳା ରାଶି ପାଣିପକାଇ ସ୍ନାନ କରାଯିବା ସହ ରାଶି ହବନ, ଭୋଜନରେ ରାଶିର ପ୍ରୟୋଗ, ରାଶି ମିଶା ପାଣି ପାନ ଓ ରାଶି ଦାନ ପୂଣ୍ୟ ମନେ କରାଯାଏ। ଏହି ଏକାଦଶୀ ବ୍ରତପାଳନକାରୀ ଅନ୍ନ ଓ ତିଳ ଦାନ କଲେ ଘରେ ଧନ ଓ ଧାନ୍ୟ ବୃଦ୍ଧି ହୋଇଥାଏ।        

   Related Posts