ପ୍ରଥମଥର ପାଇଁ ବଜାରକୁ ଆସୁଛି ୨୦ଟଙ୍କିଆ ମୁଦ୍ରା, ନୂଆ ରୂପରେ ଆସିବ ୧,୨,୫ ଓ ୧୦ ଟଙ୍କିଆ
8/03/2019 at 4:58 PM

ନୂଆ ଦିଲ୍ଲୀ ୮|୩: ପ୍ରଥମଥର ପାଇଁ ସରକାର ୨୦ ଟଙ୍କା ମୁଦ୍ରା ପ୍ରଚଳନ କରିବେ। ଏହି କଏନଟି ୧୨ କୋଣିଆ ହେବ। ଏହି କଏନ ଶସ୍ୟ ଚିହ୍ନ ରହିବ। ଆମ ଦେଶ କୃଷି ପ୍ରଧାନ ଦେଶ ବୋଲି ଏହି ଚିହ୍ନ ବାର୍ତ୍ତା ଦେବ। ଏହା ସହ ୧,୨,୫ ଓ ୧୦ ଟଙ୍କିଆ ନୂଆ କଏନ ମଧ୍ୟ ପ୍ରଚଳନ କରାଯିବ ଓ ଏଥିରେ ସଂଖ୍ୟା ହିନ୍ଦିରେ ଲେଖାଯିବ।

ନୂଆ ମୁଦ୍ରା ପ୍ରଚଳନ କରାଯିବାର ତାରିଖ ଏ ଯାଏଁ ଘୋଷଣା ହୋଇନାହିଁ। ଅର୍ଥ ମନ୍ତ୍ରାଳୟ ସୂଚନା ଅନୁସାରେ ୨୦ ଟଙ୍କିଆ ମୁଦ୍ରା ୮.୫୪ ଗ୍ରାମର ହେବ ଓ ଏହାର ବ୍ୟାସ ୨୭ ମିଲିମିଟର ହେବ। ମୁଦ୍ରାର ମଝିଭାଗଟି ନିକେଲ ଓ ପତଳ ରହିବ । ଏହାର ବାହାର ଅଂଶରେ ନିକେଲ ଓ ଚାନ୍ଦି ରହିବ ।
