Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ଦେଶରେ ୨୦ ପ୍ରତିଶତ ବଢିଲା ମାନସିକ ରୋଗୀଙ୍କ ସଂଖ୍ୟା : ବିଶେଷଜ୍ଞଙ୍କ ପରାମର୍ଶ ମୋବାଇଲ୍ ଦ୍ୱାରା ସିସିଟିଭି ଭଳି ଟେକ୍ନୋଲୋଜି ଉଦ୍ଭାବନ କରନ୍ତୁ

18/04/2020 at 11:32 AM

ନୂଆଦିଲ୍ଲୀ ୧୮/୦୪ : କରୋନା ଭାଇରସ ଯୋଗୁଁ ଦୁନିଆରେ ଭୟ ଏବଂ ଚିନ୍ତାଜନକ ସ୍ଥିତି ରହିଛି | ବିଶେଷଜ୍ଞମାନେ ମତାମତ ଦେଇଛନ୍ତି ଯେ ଏହି ଭାଇରସ ଯୋଗୁଁ ଦୁନିଆକୁ ଖରାପ ମାନସିକ ସ୍ଥିତିର ସାମ୍ନା କରିବାକୁ ପଡିବ | ଏହାର ପ୍ରଭାବ ବହୁତ ଦିନ ଯାଏଁ ରହିବ ବୋଲି ବିଶେଷଜ୍ଞଙ୍କ ମତ | ନ୍ୟୁରୋସାଇଣ୍ଟିଷ୍ଟ, ମନଚିକିତ୍ସକ ଓ ମନୋବୈଜ୍ଞାନିକଙ୍କ କହିବାନୁଯାୟୀ, ଲୋକଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ନ ପଡିବା ପାଇଁ ସବୁ ଦେଶକୁ ଏ ସମ୍ବନ୍ଧୀୟ ଚିକିତ୍ସା ଓ ଅନୁସନ୍ଧାନ କରିବା ଆବଶ୍ୟକ | ମାନସିକ ସ୍ୱାସ୍ଥ୍ୟ ସୁଦୃଢ କରିବା ପାଇଁ ଅନୁସନ୍ଧାନ ତୁରନ୍ତ ଆରମ୍ଭ କରିବା ଉଚିତ |

ଗ୍ଲାସ୍ଗୋ ୟୁନିଭରସିଟିର ପ୍ରଫେସର ରୋରୀ ଓ’କନୋର କହିଛନ୍ତି ଯେ ମଦ୍ୟପାନ, ନିଶା ସେବନ, ଜୁଆ ଖେଳ, ସାଇବର ଗଣ୍ଡଗୋଳ, ସମ୍ପର୍କ ଭାଙ୍ଗିବା, ଗୃହହୀନତା, ଚିନ୍ତା ଏବଂ ଉଦାସୀନତା ଯୋଗୁଁ ଅସାଧାରଣ ବ୍ୟବହାର କରୁଥିବା ଲୋକଙ୍କୁ ଅଣଦେଖା କଲେ ସମସ୍ୟା ଆଗକୁ ଅଧିକ ବଢିବାର ସମ୍ଭାବନା ରହିଛି | ଏହି ସଙ୍କଟ ସମୟରେ ଏହିଭଳି ସମସ୍ୟାକୁ ଅଣଦେଖା କଲେ ଏହାର ଖରାପ ପ୍ରଭାବ ଜୀବନ ଉପରେ ପଡିବା ସହ ସମାଜ ଉପରେ ମଧ୍ୟ ପଡିବ | ଏହିଭଳି ଲୋକଙ୍କ ଉପରେ ନଜର ରଖିବା ଆବଶ୍ୟକ ଯେଉଁମାନେ ଗମ୍ଭୀର ଭାବେ ଡିପ୍ରେସନ ସ୍ଥିତି ଦେଇ ଗତି କରୁଛନ୍ତି କିମ୍ବା ଆତ୍ମଘାତୀ ପଦକ୍ଷେପ ନେବା ପାଇଁ ଚିନ୍ତା କରୁଛନ୍ତି | ମୋବାଇଲ ଫୋନ ଭଳି ନୂଆ ଟେକ୍ନୋଲୋଜି ମାଧ୍ୟମରେ ତାଙ୍କ ଉପରେ ନଜର ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ |

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଡ ବୁଲମୋର କହିଛନ୍ତି ଯେ ଆମକୁ ଡିଜିଟାଲ ଉତ୍ସଗୁଡିକୁ ଉପଯୋଗ କରିବାକୁ ହେବ | ଲୋକଙ୍କ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ ସ୍ମାର୍ଟ ଉପାୟ ଖୋଜିବାକୁ ହେବ | ତାହେଲେ ଯାଇ ଏହି ସଙ୍କଟ ପରିସ୍ଥିତିକୁ ମୁକାବିଲା କରିହେବ | ବାସ୍ତବରେ, ବ୍ରିଟେନରେ ‘ଲାନସେଟ୍ ସାଇକିଆଟ୍ରି’ ମାର୍ଚ୍ଚ ଶେଷରେ ୧୦୯୯ ଜଣଙ୍କ ଉପରେ ସର୍ଭେ କରିଥିଲା | ଏଥିରୁ ଜଣାପଡିଥିଲା ଯେ ଲକଡାଉନ୍ ଏବଂ ଆଇସୋଲେସନ ହେତୁ ଲୋକମାନେ ବ୍ୟବସାୟ ବୁଡ଼ିଯିବା, ଚାକିରୀ ହରାଇବା ଏବଂ ଭୂମିହୀନତାକୁ ନେଇ ଭୟଭୀତ ହୋଇପଡିଛନ୍ତି। ଯେଉଁଥିପାଇଁ ମାନସିକ ଚିନ୍ତା ବଢିଯାଇଛି ଏବଂ ଲୋକେ ଅବସାଦଗ୍ରସ୍ତ ହୋଇ ରହିଛନ୍ତି |

ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟି ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, କରୋନା ଭାଇରସ୍ ଆସିବା ପରେ ଦେଶରେ ମାନସିକ ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶ୍ୱ ବ୍ୟାପି ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ମାନସିକ ଚିକିତ୍ସା ସହ ଜଡିତ | ଭାରତରେ ଏହାର ସଂଖ୍ୟା ଆହୁରି କମ୍ |

 

   Related Posts