Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନାକୁ ମାତ୍ ଦେଲା ୨୦ଦିନର ଶିଶୁ, ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ

7/05/2021 at 7:09 PM

ଜଳନ୍ଧର ୭।୫: କରୋନା ଭାଇରସ୍ ର ତୃତୀୟ ଲହର ପିଲାମାନଙ୍କ ପାଇଁ ଭୟାବହହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ପଞ୍ଜାବ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (PIMS) ସତର୍କ ହୋଇପଡିଛି । ଗତ ଅପ୍ରେଲ ୨୮ ତାରିଖରେ ୨୦ ଦିନର ଶିଶୁ ସୁଖଦୀପ ସିଂଙ୍କ ପୁଅ ଗୁରୁଦୀପ ସିଂଙ୍କୁ କରୋନା ଭଳି ମହାମାରୀରୁ ସୁସ୍ଥ କରି PIMS ଏକ ନିଆରା ଉଦାହରଣ ସୃଷ୍ଟି କରିଛି ।

ନବଜାତ ଶିଶୁ ଯେତେବେଳେ ଜ୍ବରରେ ପଡି ବାରମ୍ବାର ଅଚେତ ହୋଇଯାଉଥିଲା ସେତେବେଳେ ଶିଶୁଟିକୁ ତୁରନ୍ତ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ନବଜାତ ଶିଶୁକୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଶୁକ୍ରବାର ଦିନ ଶିଶୁଟିକୁ ସଂକ୍ରମଣମୁକ୍ତ କରାଯାଇ ବାପା-ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା ।

PIMS ଶିଶୁ ବିଶେଷଜ୍ଞ ଡାକ୍ତର ଜତିନ୍ଦର ସିଂ କହିଛନ୍ତି ଯେ, ଯେତେବେଳେ ନବଜାତ ଶିଶୁକୁ PIMSକୁ ଅଣାଯାଇଥିଲା, ସେତେବେଳେ ଶିଶୁ ଦେହରେ ଜ୍ବର ଅଧିକ ଥିଲା ଏବଂ ବାରମ୍ବାର ଅଚେତ ହୋଇଯାଉଥିଲା । ପ୍ରଥମେ ଶିଶୁର ଛାତି ଏକ୍ସ-ରେ କରାଯାଇଥିଲା, ତା ପରେ ଜଣାପଡିଥିଲା ​​ଯେ ଶିଶୁଟି ନିମୋନିଆରେ ପୀଡିତ । ଏହାସହ ଛାତି କଫ ଜମି ଯାଉଛି ଏବଂ ନିଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଛି । ଏହା ପରେ ନବଜାତ ଶିଶୁର ଚିକିତ୍ସା ଆରମ୍ଭ ହୋଇଥିଲା । ୩ ଦିନ ଯାଏଁ ନବଜାତ ଶିଶୁକୁ ସି-ପେପରେ ରଖାଯାଇଥିଲା । ଏହାପରେ ୨ ଦିନ ଯାଏଁ ଅକ୍ସିଜେନ୍ ରେ ରଖାଗଲା । ପ୍ରାୟ ୧୦ ଦିନ ଚିକିତ୍ସା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

   Related Posts