IOCଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୨୦୨୨ ସେନେଗାଲ ୟୁଥ୍ ଅଲିମ୍ପିକ୍ ସ୍ଥଗିତ

Published By : Prameya-News7 Bureau | July 16, 2020 IST

ପ୍ୟାରିସ୍‌ ୧୬।୭: ସେନେଗାଲର ଡକାରରେ ପ୍ରସ୍ତାବିତ ୨୦୨୨ ୟୁଥ୍ ଅଲିମ୍ପିକ୍‌କୁ ୨୦୨୬ ମସିହା ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଛି। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ଙ୍କ କାର୍ଯ୍ୟକାରୀ ବୋର୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ବୋର୍ଡଙ୍କ ଏହି ନିଷ୍ପତ୍ତିକୁ ମଞ୍ଜୁରି ଲାଗି ଶୁକ୍ରବାର ଆଇଓସିଙ୍କ ୧୩୬ତମ ଅଧିବେଶନରେ ଉପସ୍ଥାପନ କରାଯିବ।

{"id":301455,"sizeSlug":"large"}

ତେବେ ୟୁଥ୍ ଅଲିମ୍ପିକକୁ ଆହୁରି ଭଲ ଭାବେ ଆୟୋଜନ ଲାଗି ଆୟୋଜକଙ୍କୁ ଅଧିକ ସମୟ ମିଳିବ ବୋଲି ଆଇଓସି ଅଧ୍ୟକ୍ଷ ଥମସ ବାକ୍ କହିଛନ୍ତି। ସେ କହିଛନ୍ତି ଯେ ୟୁଥ୍ ଅଲିମ୍ପିକ୍‌ ୪ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ହେବା ଯୋଗୁ ଆଇଓସି, ଜାତୀୟ ଅଲିମ୍ପିକ୍ ସମିତି ସମୂହ ଓ ଅନ୍ତର୍ଜାତୀୟ ମହାସଂଘଙ୍କୁ ଏହାକୁ ଆହୁରି ଭଲ ରୂପେ ଆୟୋଜନ ଲାଗି ପର୍ଯ୍ୟାପ୍ତ ସମୟ ମିଳିବ। ସେହିପରି ସେନେଗାଲକୁ ମଧ୍ୟ ପ୍ରସ୍ତୁତି ଲାଗି ଅଧିକ ସମୟ ମିଳିପାରିବ ବୋଲି ସେ କହିଛନ୍ତି।

{"id":301456,"width":580,"height":325,"sizeSlug":"large"}

ତେବେ ଟୋକିଓ ଅଲିମ୍ପିକ୍‌ ସମ୍ପର୍କରେ ପଚରା ଯିବାରୁ ବାକ୍‌ ଏହି ଅଲିମ୍ପିକ୍‌ରେ ଦର୍ଶକଙ୍କୁ ନିଶ୍ଚିତ ସାମିଲ କରାଯିବ। ଏଥିପାଇଁ ଆଇଓସି ସଂକଳ୍ପ ବଦ୍ଧ। ତେବେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିକୁ ଦେଖି ଯାହା ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷ କହିଛନ୍ତି। ଟୋକିଓ ଅଲିମ୍ପିକ୍ ୨୪ ଜୁଲାଇ ୨୦୨୦କୁ ପୂର୍ବରୁ ସ୍ଥିରିକୃତ ହୋଇଥିଲା। ତେବେ କରୋନା ଭାଇରସ୍ ମହାମାରୀ ଯୋଗୁ ଏହାକୁ ଆଗାମୀ ବର୍ଷ ଅର୍ଥାତ ୨୦୨୧ ଜୁଲାଇ ୨୩ ତାରିଖକୁ ଘୁଞ୍ଚା ଯାଇଛି। ଜାପାନରେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅଲିମ୍ପିକ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.