Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୨୦୨୧ରେ କେମିତି ରହିବ ଗରମ, ମରୁଡି ହେବ ନା ନାହିଁ ? ଜାଣନ୍ତୁ କ’ଣ କହୁଛି ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ…

27/12/2020 at 10:49 AM

ଭୁବନେଶ୍ୱର, ୨୭/୧୨: ୨୦୨୦ ମସିହାର ଅଧିକାଂଶ ସମୟ କରୋନା, ଲକଡାଉନ୍ ଓ ସଟଡାଉନରେ କଟିଗଲା । ଏବେବି ଅନେକ ସ୍ଥାନରେ କରୋନାର ପ୍ରକୋପ ଜାରି ରହିଛି । କଟକଣା ଲାଗୁ ହୋଇଛି । କିନ୍ତୁ ଆସନ୍ତା ୨୦୨୧ରେ ଓଡ଼ିଶାରେ ପାଗ ଏମିତି ରହିବ, ଯାହା ବିଶେଷ ବାଧିବନି କିମ୍ବା କଷ୍ଟ ଦେବନି। ଏପରିକି ପ୍ରବଳ ଖରାରେ ଅଂଶୁଘାତ ସ୍ଥିତି ଉପୁଜିବ ନାହିଁ । ଅର୍ଥାତ୍‌ ଗତ ୬ ବର୍ଷ ଧରି ନାକେଦମ୍‌ କରୁଥିବା ଗ୍ରୀଷ୍ମର ପ୍ରଚଣ୍ଡ କୋପରୁ କିଛି ପରିମାଣରେ ମୁକ୍ତି ମିଳିବ। ଭଲ ବର୍ଷା ସମ୍ଭାବନା ଥିବାରୁ ମରୁଡ଼ି ଆଶଙ୍କା ନଥିବା ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

୨୦୨୧ରେ ଗରମ ରହିବ। କିନ୍ତୁ ଅଗ୍ନିବର୍ଷା ହେବ ନାହିଁ । ଭଲ ବର୍ଷା ବର୍ଷା ହେବ। ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ। ମାତ୍ର ମରୁଡ଼ି ଆଶଙ୍କା କମ୍‌ । ଆଗାମୀ ୨୦୨୧ ପାଣିପାଗକୁ ନେଇ ଏଭଳି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ।

ସେ କହିଛନ୍ତି ଯେ,  ରାଜ୍ୟରେ ଶୀତ ଲହରୀର ପ୍ରକୋପ ଫେବ୍ରୁଆରୀ ଯାଏଁ ଜାରି ରହିବ । ୨୦୨୧ ବର୍ଷ ଆରମ୍ଭବେଳେ ଶୀତର ପ୍ରକୋପ ଅତ୍ୟଧିକ ରହିବା ସମ୍ଭାବନା ଅଛି । ଲା-ନିନା ପ୍ରଭାବ ମାର୍ଚ୍ଚ ଯାଏଁ ରହୁଥିବାରୁ ଆଗାମୀ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟରେ ତାତି ବିଶେଷ ବଢ଼ିବ ନାହିଁ । ଆଗାମୀ ବର୍ଷ ଗ୍ରୀଷ୍ମରେ ରେକର୍ଡ ଭାଙ୍ଗିଲା ଭଳି ତାତି ଅନୁଭୂତ ହେବନି । ଯଦିଓ ୧୮୫୦ ମସିହା ପରେ ୨୦୧୫-୨୦୨୦ (୬ ବର୍ଷ) ରାଜ୍ୟ ପାଇଁ ସବୁଠୁ ଉତ୍ତପ୍ତ ବର୍ଷ ଥିଲା, ୨୦୨୧ରେ ସେଭଳି ପାଗ ରହିବନି । ୨୦୨୧ରେ ଗରମ ପୂର୍ବ ବର୍ଷମାନଙ୍କ ତୁଳନାରେ କମ୍‌ ରହିବ ।

ସେ ଆହୁରି ଅନୁମାନ କରିଛନ୍ତି ଯେ, ୨୦୨୧ ମେ’ ମାସରେ ଲା-ନିନା ଅପସାରିତ ହୋଇ ନ୍ୟୁଟ୍ରାଲ ଅବସ୍ଥାକୁ ଆସିବାର ୬୬% ସମ୍ଭାବନା ଅଛି । ଜୁନ୍‌ ମାସ ଯାଏଁ ଜଳପତ୍ତନ ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରହିବ । ଏଥିରୁ ସୂଚନା ମିଳୁଛି ଯେ ଖରାଦିନେ ଅତ୍ୟଧିକ ଗରମ ହୋଇନପାରେ ।

ଏତତ୍ ବ୍ୟତୀତ, ବ୍ରିଟେନ ପାଣିପାଗ କାର୍ଯ୍ୟାଳୟ ଅନୁଯାୟୀ, ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଲଗାତାର ୬ ବର୍ଷ ବିଶ୍ୱର ସବୁଠୁ ଉତ୍ତପ୍ତ ଅବଧି ଥିଲା । ମାତ୍ର ୨୦୨୧ରେ ପାଗରେ ପରିବର୍ତ୍ତନ ହେବ । ଆହୁରି ଅନୁମାନ କରାଯାଉଛି, ୨୦୨୧ରେ ମେ’ ଜୁଲାଇ ଯାଏଁ ଏଲ୍‌-ଲିନୋ ନଗଣ୍ୟ (୧୦%ରୁ କମ୍‌) ରହିବ । ତେଣୁ ମରୁଡ଼ି ଆଶଙ୍କା କମ୍‌ ରହିଛି । ଅର୍ଥାତ୍‌ ଭଲ ବର୍ଷା ହେବ । ସେପ୍ଟେମ୍ବରରେ ମଧ୍ୟ ଏଲ୍‌-ନିନୋ ୩୦%ରୁ କମ୍‌ ରହିବ । ସେ ସମୟରେ ବି ଭଲ ବର୍ଷା ସମ୍ଭାବନା ରହିଛି । ଏସବୁ ଲକ୍ଷଣ କହୁଛି, ୨୦୨୧ରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ, ଯାହାକି ଚାଷ ପାଇଁ ଅନୁକୂଳ ହେବ । ମାତ୍ର ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ ବୋଲି କହିଛି ବ୍ରିଟେନ୍ ପାଣିପାଗ କାର୍ଯ୍ୟାଳୟ ।

   Related Posts