ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ : କ'ଣ ରହିବ ଫୋକସରେ, ଆସିପାରେ କୋଭିଡ ସେସ୍

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୦୧।୦୨:  ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ। ଏଥର ବଜେଟ ରୁ କାହାକୁ କ'ଣ ମିଳିବ, କ'ଣ ବଢିବ, କ`ଣ କମିବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏଥର ବଜେଟରୁ ମିଡଲ କ୍ଲାସ ବା ମଧ୍ୟମ ବର୍ଗ ଲୋକେ ଏବଂ ଖାସ୍ କରି ଚାକିରିଆମାନେ ବେଶୀ ଆଶା ରଖିଛନ୍ତି। କରୋନା କାଳରେ ବହୁ ସଂଖ୍ୟାରେ ଲୋକ ରୋଜଗାର ହରାଇଛନ୍ତି । ଏଥିପାଇଁ ବଜେଟ ଉପରେ ଲୋକଙ୍କ ଆଶା ବହୁତ ରହିଛି। ପ୍ରଥମ ଥର ପାଇଁ ବଜେଟ ପେପରଲେସ୍‌ ହେବାକୁ ଯାଉଛି ।

ଏଥର ବଜେଟ୍‌ରେ କରୋନା ମହାମାରୀରେ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେବେ ବୋଲି ଆଶା କରାଯାଉଛି। ଏଥିସହ ସ୍ଵାସ୍ଥ୍ୟବସ୍ଥା ଏବଂ ପ୍ରତିରକ୍ଷା ଉପରେ ଅଧିକ ଖର୍ଚ୍ଚ ସହିତ ଆର୍ଥିକ ସୁଧାରକୁ ଆଗକୁ ବଢାଇବା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ କୃଷକଙ୍କୁ ବଜେଟ୍‌ରେ ଉପହାର ମିଳିପାରେ। ବଜେଟ୍‌ରେ କୃଷଙ୍କ ପାଇଁ କଣ ରହିଛି ତାରି ଉପରେ ହିଁ କୃଷକଙ୍କ ଆନ୍ଦୋଳନ ମଧ୍ୟ ନିର୍ଭର କରେ। ମୋଦୀ ସରକାରଙ୍କ ଏହା ନବମ ବଜେଟ୍ ହେବାକୁ  ଯାଉଛି।

ସେହିପରି ଏଥର ବଜେଟ୍‌ରେ ବ୍ୟାପକ ରୋଜଗାର ଅବସର ଏବଂ ଗ୍ରାମାଞ୍ଚଳ ବିକାଶ ଉପରେ ଖର୍ଚ୍ଚ ବଢାଇବା, ବିକାଶ ପାଇଁ ଅର୍ଥ ଆବଣ୍ଟନ, ହାରାହାରି କରଦାତାଙ୍କ ହାତରେ ଅଧିକ ଅର୍ଥ ଦେବା ଏବଂ ବିଦେଶୀ କର ଆକର୍ଷିତ କରିବା ପାଇଁ ନିୟମକୁ ସରଳ କରାଯିବାର ଆଶା କରାଯାଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ବିଜେଟ୍ କିଛି ଏହି ଧରଣର ହେଉ ଯାହା ଭବିଷ୍ୟତର ମାର୍ଗ ଦେଖାଇବ ଏବଂ ଦେଶର ଅର୍ଥବ୍ୟବସ୍ଥାକୁ ସଠିକ୍ ଟ୍ରାକକୁ ଆଣିବାରେ ସହାୟକ ହେବ । ଆର୍ଥିକ ବର୍ଷ ୨୦୨୧-୨୨ର ଐତିହାସିକ ବଜେଟ୍‌ରେ ସରକାରଙ୍କ ସମ୍ମୁଖରେ ଅର୍ଥବ୍ୟବସ୍ଥାକୁ ତତ୍କାଳ ପ୍ରୋତ୍ସାହନ ଦେବା ସହିତ ଦୀର୍ଘ ଭବିଷ୍ୟତ ପାଇଁ ମଜବୁତ ପ୍ରଦାନ କରିବା ଏକ  ବଡ ଆହ୍ଵାନ ହେବ। ସରକାରଙ୍କ ଅନୁଯାୟୀ ମହାମାରୀରର ସବୁଠୁ ଖରାପ ସମୟ ସମାପ୍ତ ହୋଇ ସାରିଛି ଏବଂ ଅର୍ଥ ବ୍ୟବସ୍ଥା ଏବେ ଟ୍ରାକକୁ ଫେରୁଛି।

ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ଘରୋଇ ଉତ୍ପାଦ ବା ଜିଡିପିରେ ୭.୭ ପ୍ରତିଶତ ସଙ୍କୋଚନ ରହିବ। କିନ୍ତୁ ଆଗାମୀ ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବ ଏବଂ ଜିଡିପି ଅଭିବୃଦ୍ଧି ହାର ୧୧ ପ୍ରତିଶତକୁ ବୃଦ୍ଧି ଘଟିବାର ଅନୁମାନ କରାଯାଇଛି। ଯଦି ଏମିତି  ହୁଏ ତେବେ ଦୁଇ ବର୍ଷରେ ଜିଡିପି ମାତ୍ର ୨.୪ ପ୍ରତିଶତ ବୃଦ୍ଧି ଘଟିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.