ବୃଷ ପାଇଁ କିପରି ରହିବ ବର୍ଷ ୨୦୨୧ ? ଜାଣନ୍ତୁ ବାର୍ଷିକ ରାଶିଫଳ

Published By : Prameya-News7 Bureau | January 09, 2021 IST

ଭୁବନେଶ୍ୱର ୦୯/୦୧ : ବୃଷ ରାଶି ବ୍ୟକ୍ତି ବିଶେଷ ବର୍ଷର ପ୍ରଥମାର୍ଦ୍ଧରେ କିଛିଟା ଶୁଭଫଳ ପାଇବେ।ଏପ୍ରିଲ ୫ ତାରିଖ ମଧ୍ୟରେ ଗୃହରେ ଶୁଭକର୍ମ, ବିବାହ ଆଦି ଶୁଭ ମାଙ୍ଗଳିକ କାର୍ଯ୍ୟରେ ସଫଳ ହେବେ। ବନ୍ଧୁ ସହଯୋଗ ମିଳିବ। ଚାକିରି କ୍ଷେତ୍ରରେ ସହଯୋଗ ମିଳିବ। ବ୍ୟବସାୟ ବାଣିଜ୍ୟରେ ଲାଭଯୋଗ ରହିଛି। ନୂତନ ଭୂସମ୍ପତି, ଯାନବାହନ ଆଦି ଲାଭ ଯୋଗ ହେବ। ପାରିବାରିକ ସ୍ଥିତି ସେତେଟା ଭଲ ଫଳ ପାଇନପାରନ୍ତି। ପତିପତ୍ନିଙ୍କ ମଧ୍ୟରେ ମତଦ୍ୱନ୍ଦ, ତିକ୍ତତା ପ୍ରାୟେତଃ ବର୍ଷ ତମାମ ଲାଗି ରହିପାରେ।

ଭାତୃ ବିବାଦ ବଢିବ। ସନ୍ତାନସନ୍ତତୀ କ୍ଷେତ୍ରରେ ଶୁଭଯୋଗ ରହୁଛି। ଶିକ୍ଷାର୍ଥୀ ମାନଙ୍କ ପାଇଁ ଶୁଭଫଳ ରହୁଛି। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ। ଅତ୍ୟଧିକ ଭାବପ୍ରବଣତା ଏବଂ ଅତ୍ୟଧିକ ବିଶ୍ୱାସନୀୟ କ୍ଷେତ୍ରରେ ଧୋକା ଖାଇବେ।

ଏପ୍ରିଲ ୫ ତାରିଖ ଠାରୁ ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ବହୁ ଅଶୁଭ ଫଳ ପାଇବେ। କର୍ମକ୍ଷେତ୍ରରେ ବାଧା ଉପୁଜିବ। ବେପାର ବାଣିଜ୍ୟରେ କ୍ଷତି ସହିବାକୁ ପଡିପାରେ। ପାରିବାରିକ ମତଦ୍ୱନ୍ଦ ବଢିବ। ମାନସିକ ଅଶାନ୍ତି ଦୁର୍ବଳ ମନା ହୋଇପଡିବେ। ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ଅପଦସ୍ତ ହେବେ। ଭୂସମ୍ପତି, ଯାନବାହନ କ୍ଷେତ୍ରରେ ଠକାମିର ଶିକାର ହେବେ।

ଶାରିରୀକ ରେଗକଷ୍ଟ ବଢିବ। ଥଣ୍ଡା, ଶ୍ଳେଷ୍ମା, କଫ, ଅମ୍ଳପିତ୍ତ, ବାୟୁପିତ୍ତାଦିର କଷ୍ଟ ଅନୁଭବ କରିବେ। ଉଚ୍ଚ ରକ୍ତଚାପ, ହୃଦ୍ ଜନିତ କିମ୍ବା ମୂତ୍ରାଶୟ ଜନିତ କଷ୍ଟର ସୂଚନା ରହୁଛି। ମାନସିକ କଷ୍ଟ ପାଇବେ। ଶୁଭ କର୍ମରେ ବାଧା ଆସିବ। ଶତୃବାଧା ଲାଗି ରହିବ। ଅପବ୍ୟୟ, ବୃଥା ଭ୍ରମଣ ଦେଖାଦେବ। ଆର୍ଥିକ ସ୍ଥିତି ଦୁର୍ବଳ ହେବ। ଦୁର୍ଘଟଣା ଭୟ ତନ୍ତ୍ର, ଭୂତାଣୁ ଜନିତ କଷ୍ଟ ଭୋଗ କରିବେ।

ସେପ୍ଟେମ୍ବର ୧୪ ତାରିଖ ଠାରୁ ନଭେମ୍ବର ୨୧ ତାରିଖ ମସିହା ମଧ୍ୟରେ ଆଶିଂକ ଶଭଫଳ ମିଳିବ। ପୂର୍ବବତ୍ତ ଫଳ ନଭେମ୍ବର ୨୧ ତାରିଖ ପରେ ପୁନଶ୍ଚ ଅଶୁଭ ଫଳ ବର୍ଷ ଶେଷ ପର୍ଯ୍ୟନ୍ତ ପାଇବେ। ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ।

ଉପଚାର :-

ପ୍ରତିଦିନ ବିଷ୍ଣୁଙ୍କ ଶହସ୍ର ନାମ ପାଠ କରନ୍ତୁ।

ବର, ଅଶ୍ୱସ୍ଥ ଗଛ ମୂଳେ ଜଳ ଲାଗି କରନ୍ତୁ।

ଗୋ ସେବା କରନ୍ତୁ।

କୁଆ, କୁକୁରଙ୍କୁ ରୁଟି ଖାଇବାକୁ ଦିଅନ୍ତୁ, ଶୁଭଫଳ ପାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.