କରୋନା ଭେଟ ଚଢିଲା ୨୦୨୧ ଜନଗଣନା, ଜାଣନ୍ତୁ ଏ ନେଇ ସରକାରଙ୍କ ନିଷ୍ପତ୍ତି କ’ଣ?

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୮: ଭାରତରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୁଏ। ସେହି ଅନୁସାରେ ୨୦୨୧ ଜନଗଣନା ଲାଗି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇ ସାରିଥିଲା। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟ କାର୍ଯ୍ୟକ୍ରମ ପରେ କରୋନା ଭାଇରସ ମହମାରୀ ସଂକ୍ରମଣ ଯୋଗୁ ଏହା ବନ୍ଦ ହୋଇଯାଇଛି। ହୁଏତ ଏହି କାର୍ଯ୍ୟରେ ଆଉ ଗୋଟିଏ ବର୍ଷ ବିଳମ୍ବ ହୋଇପାରେ।

{"id":322608,"sizeSlug":"large"}

ଭାରତର ଜନଗଣନା ବିଶ୍ୱର ସର୍ବ ବୃହତ୍ତ ପ୍ରଶାସନିକ ଓ ପରିସଂଖ୍ୟାନର ଉପଯୋଗ ହୋଇଥାଏ। ଏଥିଲାଗି ପ୍ରକ୍ରିୟାରେ ପ୍ରାୟ ୩୦ ଲକ୍ଷରୁ ଅଧିକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଟିମ୍‌ ଦେଶର ଗାଁକୁ ଗାଁ ଓ ଘରକୁ ଘର ବୁଲି ସର୍ଭେ କରିଥାନ୍ତି। ଏଥିରେ ଜନଗଣନାର ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଏଥିଲାଗି ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର ୨୦୨୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ହାଉସ୍ ଲିଷ୍ଟିଂ ଓ ଏନପିଆର ଶେଷ ଲାଗି ସମୟ ଧାର୍ଯ୍ୟ ହୋଇଥିଲା। ତେବେ କୋଭିଡ-୧୯ ଯୋଗୁ କାର୍ଯ୍ୟକ୍ରମ ବାଧିତ ହୋଇଛି।

{"id":322609,"sizeSlug":"large"}

ଦେଶରୁ କରୋନା ବିପଦ ଏବେବି ଟଳିନି। ତେବେ ଜନଗଣନା ଓ ଏନପିଆର ସରକାରଙ୍କ ପ୍ରାଥମିକତା ସୂଚୀରେ ନାହିଁ। ଏଣୁ ଏଥିରେ ବିଳମ୍ବ ହେଲେବି ଚଳିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଭାରତୀୟ ନାଗରିକଙ୍କ ସମ୍ପର୍କରେ ବିଭିନ୍ନ ପ୍ରକାର ପରିସଂଖ୍ୟାନ ସଂଗ୍ରହ ଲାଗି ସବୁଠୁ ବଡ ଓ ଏକମାତ୍ର ସ୍ରୋତ। ଯାହା ସରକାରଙ୍କୁ ବିଭିନ୍ନ ପ୍ରକାର ନୀତି ପ୍ରସ୍ତୁତିରେ ସହାୟତା କରିଥାଏ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.