ମିଥୁନ ରାଶି ପାଇଁ କିପରି ରହିବ ବର୍ଷ ୨୦୨୧ ? ଜାଣନ୍ତୁ ବାର୍ଷିକ ରାଶିଫଳ
11/01/2021 at 1:19 PM

ମିଥୁନ ରାଶିର ବ୍ୟକ୍ତି ଏ ବର୍ଷ ଅଶୁଭ ଫଳ ପାଇବେ । ସ୍ୱାସ୍ଥ୍ୟ ପ୍ରତି ବହୁ ବିପଦ ରହୁଛି । ଦୁର୍ଘଟଣା ଭୟ ଲାଗିରହିବ । ତନ୍ତ୍ର ଭୂତାଣୁ ଜନିତ କଷ୍ଟ ପାଇବେ ।
ଶାରିରୀକ ରୋଗ : ଆଜ୍ମା, ଛାତି, କଫ, ଥଣ୍ଡା, ମୂତ୍ରାଶୟ, ଧାତୁଜନିତ ରୋଗ କଷ୍ଟ ଭୋଗ କରିବେ । ଗ୍ୟାସ, ପେଟ ଗରମ, ଶିରା, ସ୍ନାୟୁଜନିତ କଷ୍ଟ, ରକ୍ତଚାପ ଜନିତ କଷ୍ଟ କର ହେବ ।
କର୍ମ କ୍ଷେତ୍ରରେ ବହୁ ପରିଶ୍ରମ କଲେ ବି ସଠିକ୍ ଫଳ ମିଳିବା କଷ୍ଟ କର ହେବ । ବ୍ୟବସାୟରେ ଆଶାତିତ ଫଳ ମିଳିବ ନାହିଁ । ବନ୍ଧୁ ବିରୋଧ, ଗୁପ୍ତଶତୃ ବଢିବେ । ମାଲିମକୋର୍ଦ୍ଦମା, କୋଟ କଚେରି ଆଦି ରାଜ ଦଣ୍ଡ ଭୟ ରହୁଛି । ସଜାଗ ରହିବେ । ଗୃହତ୍ୟାଗ, ସ୍ଥାନାନ୍ତରିତ ଯୋଗ ଦେଖାଦେବ ।
ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ହାତ ଠାରୁ ଦୂରେଇ ଯିବ । ବୃଥା ଭ୍ରମଣ ଅଯଥା ଖର୍ଚ୍ଚାନ୍ତ ହେବେ । ମାନସାକ ଅବସ୍ଥା ଦୁର୍ବଳ ହୋଇପଡିବ । ବହୁ ସମୟରେ ବିଶ୍ୱାସଘାତକତାର ଶିକାର ହେବେ ।
ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିବ । ଋଣ ଭାର ବଢିବଯିବ । ପାରିବାରିକ ଅଶାନ୍ତି ଦେଖାଦେବ । ଚିଡିଚିଡା ସ୍ୱଭାବ ବଢିବ । ସନ୍ତାନ ସନ୍ତତିକୁ ନେଇ ଅଶାନ୍ତି ଦେଖାଦେବ ।
ଚୋର, ଟସ୍କରଙ୍କ ଦ୍ୱାରା ଆଘାତ ହୋଇ ପାରନ୍ତି । ଭୂସମ୍ପତି ଝାମେଲା, ଭାତ୍ରୁ ବିବାଦ ବଢିପାରେ ।
ସାମାଜିକ ଏବଂ ରାଜନୀତି କ୍ଷେତ୍ରରେ ଜଗି ରହି ଚଳିବେ । ଏପ୍ରିଲ ୫ ତାରିଖ ପରେ ଅଶିଂକ ସୁଧାର ଆସିବ । ଶୁଭକର୍ମ, ବିବାହ ଅଦି ଶୁଭ କର୍ମରେ କିଛିଟା ଶୁଭ ଫଳ ମିଳିବ, ବନ୍ଧୁ ସହଯୋଗ ମିଳିବ । ପାରିବାରିକ ସ୍ଥିତିର ସୁଧାର ଅସିବ ।
ଏପ୍ରିଲ ୧୪ ପରେ ପୁନଶ୍ଚ ଅଶୁଭ ଫଳ ଅନୁଭବ କରିବେ । ନଭେମ୍ବର ୨୧ ବର୍ଷର ଶେଷ ଭାଗ ଠାରୁ କିଛିଟା ଶୁଭ ଫଳ ପାଇବେ ।
ଉପଚାର :
ପ୍ରତିଦିନ ଶ୍ରୀ ଗଣେଶ ଙ୍କ ଆରଧନା କରନ୍ତୁ ।
ଅଶ୍ୱସ୍ଥ ଗଛମୂଳେ ଜଳ ଏବଂ ନୈବେଦ୍ୟ ଲାଗି କରନ୍ତୁ ।
ଗାଈ, କୁଆ, କୁକୁର ଙ୍କୁ ଖାଇବାକୁ ଦିଅନ୍ତୁ ।
ଛୋଟପିଲା ମାନଙ୍କୁ ମିଠା ଖାଇବାକୁ ଦିଅନ୍ତୁ ।