ଆସନ୍ତା ୨୬ରେ ବର୍ଷର ପ୍ରଥମ ଏବଂ ଶେଷ ଚନ୍ଦ୍ରଗ୍ରହଣ, ଲାଲ୍ ରଙ୍ଗର ଦେଖାଯିବ ଚନ୍ଦ୍ର

Published By : Prameya-News7 Bureau | May 20, 2021 IST

ଭୁବନେଶ୍ବର ୨୦।୫: ମେ’ ୨୬ ଅର୍ଥାତ ବୁଧବାର ଦିନ ୨୦୨୧ର ପ୍ରଥମ ଏବଂ ଶେଷ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖାଯିବ । ଏହାକୁ ବ୍ଲଡ୍ ମୁନ୍ ମଧ୍ୟ କୁହାଯାଏ । ଏହି ସମୟରେ ଚନ୍ଦ୍ର ଲାଲ ରଙ୍ଗ ଦେଖାଯିବ । ପୃଥିବୀର ଅନେକ ଦେଶରେ ଏହା ଦେଖାଯିବ । କିନ୍ତୁ ଭାରତରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ରୂପେ ୫ ମିନିଟ୍ ପର୍ଯ୍ୟନ୍ତ ଦେଖାଯିବ । ଯେହେତୁ ଭାରତରେ ଏହି ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏହାର ସୂତକ କାଳ ମାନ୍ୟ ହେବନାହିଁ । ଏହି ଦୃଶ୍ୟ ଭାରତ ବ୍ୟତୀତ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାରେ ଦେଖାଯିବ ।

ବ୍ଲଡ୍ ମୁନ୍ କ’ଣ ?

ମେ’ ୨୬ ର ଚନ୍ଦ୍ରଗ୍ରହଣ ହେଉଛି ବ୍ଲଡ୍ ମୁନ୍ ବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ପ୍ରାୟ ଏକ ସିଧା ରେଖାରେ ଆସିଥାଏ ଏହି ସ୍ଥିତି ଉପୁଜେ । ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପରେ ଏହା ପ୍ରଥମେ କଳା ଏବଂ ପରେ ଧୀରେ ଧୀରେ ଏକ ଲାଲ ରଙ୍ଗରେ ପରିଣତ ହୁଏ, ଯାହାକୁ ବ୍ଲଡ୍ ମୁନ୍ ମଧ୍ୟ କୁହାଯାଏ ।

ଉପଛାୟା ଚନ୍ଦ୍ରଗ୍ରହଣ କ’ଣ ?

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉପଛାୟା ଚନ୍ଦ୍ରଗ୍ରହଣ କୌଣସି ମହତ୍ତ୍ବ ଉଲ୍ଲେଖ କରାଯାଇନାହିଁ । କିନ୍ତୁ ଅନେକ ଜ୍ୟୋତିଷ ବିଶେଷଜ୍ଞ ଏହା କହିବାରୁ ବର୍ତ୍ତିନାହାନ୍ତି ଯେ ଯେତେବେଳେ ଚନ୍ଦ୍ରଗ୍ରହଣ ପରି ଏକ ମହତ୍ବପୂର୍ଣ୍ଣ ଘଟଣା ଘଟେ, ସେତେବେଳେ ଏହା ପୂର୍ବରୁ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରେ । ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ମାଲିନ୍ୟ କୁହାଯାଏ । ପୃଥିବୀ ଏହି ଉପଛାୟାରୁ ବାହାରିବା ପରେ ଚନ୍ଦ୍ର ଏହାର ବାସ୍ତବିକ ଛାୟା ତଳେ ପ୍ରବେଶ କରେ ଏବଂ ଏହି ଅନନ୍ୟ ସ୍ଥିତିକୁ ପୂର୍ଣ୍ଣ କିମ୍ବା ଆଂଶିକ ଚନ୍ଦ୍ରଗ୍ରହଣ ଭାବରେ ବିବେଚନା କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.