ଆସନ୍ତା ବର୍ଷ ବିହାରରେ ପୁଣି ହେବ ନିର୍ବାଚନ ! ତେଜସ୍ୱୀଙ୍କ ମନ୍ତବ୍ୟକୁ ସମର୍ଥନ କଲେ ଜୀତନରାମ, କିନ୍ତୁ…
22/12/2020 at 3:29 PM

ପାଟନା,୨୨/୧୨: ବିହାର ବିଧାନସଭା ନିର୍ବାଚନ ଶେଷ ହୋଇ ସାରିଛି । ବିଜେପି-ଜେଡିୟୁ ରାଜ୍ୟରେ ସରକାର ଚଳାଉଛନ୍ତି । ଏହାମଧ୍ୟରେ ବିରୋଧୀ ଦଳ ଆରଜେଡିର ମଙ୍ଗଳବାର ନିର୍ବାଚନରେ ସାମ୍ନା କରିଥିବା ପରାଜୟର ସମୀକ୍ଷା କରିଛି । ଏହାସହ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ୨୦୨୧ରେ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବ ବୋଲି କହିଛନ୍ତି ।
ତେଜସ୍ୱୀଙ୍କ ଏହି ବାୟନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ହାମ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନରାମ ମାଝୀ । ସେ ତେଜସ୍ୱୀଙ୍କୁ ସମାଲୋଚନା କରି କହିଛନ୍ତି ଯେ. ୨୦୨୧ରେ ନିର୍ବାଚନ ହେବ ଠିକ୍ । କିନ୍ତୁ ଏହା ଉପ ନିର୍ବାଚନ ହେବ । ଜାନୁଆରୀ ୧୪ ଯାଏଁ ଅପେକ୍ଷା କଲେ କେଉଁ କେଉଁ ଆସନରେ ଉପ ନିର୍ବାଚନ ହେବ ତାହା ସ୍ପଷ୍ଟ ହୋଇଯିବ ।
@yadavtejashwi के 2021 में चुनाव होने की भविष्यवाणी से मैं पूरी तरह सहमत हूँ।पर वह चुनाव नहीं उप-चुनाव होगा।
— Jitan Ram Manjhi (@jitanrmanjhi) December 22, 2020
अब जब@RJDforIndia @INCBihar के कई विधायक हमारे साथ आएंगें तो उन सीटों पर चुनाव तो होंगें ना।
14 जनवरी तक इंतेजार किजिए और देखिए किन-किन सीटों पर उपचुनाव होगें।
ଜୀତନରାମ ଟ୍ୱିଟ୍ କରି କହିଛନ୍ତି ଯେ, ତେଜସ୍ୱୀ ନିର୍ବାଚନ ବାବଦରେ କହୁଛନ୍ତି । ସେ ତେଜସ୍ୱୀଙ୍କ କଥାରେ ସହମତ ଅଛନ୍ତି । କିନ୍ତୁ ରାଜ୍ୟରେ ନିର୍ବାଚନ ନୁହେଁ ବରଂ ଉପ ନିର୍ବାଚନ ଅନୁଷ୍ଠିତ ହେବ । ଆରଜେଡି ଓ କଂଗ୍ରେସର ଅନେକ ବିଧାୟକ ସରକାରଙ୍କ ସହ ଆସିଯିବେ । ସେହି ସବୁ ଆସନରେ ଉପ ନିର୍ବାଚନ ହେବା ନିଶ୍ଚିତ । ଜାନୁଆରୀ ୧୪ ଯାଏଁ ଅପେକ୍ଷା କଲେ ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।