ନୂଆଦିଲ୍ଲୀ ୧୧।୩: ଯେଉଁ ଦିନ ସରକାର ଦେଶରେ ଖୁଚୁରା ଦୋକାନ, ବାର, ହୋଟେଲ ଓ କ୍ଲବ ଇତ୍ୟାଦିରେ ମଦ ବିକ୍ରି ନିଷିଦ୍ଧ ଘୋଷଣା କରନ୍ତି ସାଧାରଣତଃ ସେହି ଦିନକୁ ଦେଶରେ ‘ଡ୍ରାଏ ଡେ’ ବୋଲି କୁହାଯାଏ। ତେବେ ସରକାର ଦେଶରେ ଯେଉଁ ଦିନକୁ ଏଥିଲାଗି ବାରଣ କରିଥାନ୍ତି ତାହା ହୁଏତ ଦେଶର କୌଣସି ଉତ୍ସବ ଅଥବା ନିର୍ବାଚନ ଦିନ ଥାଏ।
ସାଧାରଣରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ, ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଓ ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ ଲାଗି ମଦଦୋକାନ, ବାର, ହୋଟେଲ, କ୍ଲବରେ ମଦ ବିକ୍ରି ନିଷିଦ୍ଧ ଥାଏ। ଏହା ବାଦେ ମଧ୍ୟ ଅନେକ ଦିନରେ ମଦ ବନ୍ଦ କରାଯାଏ। ତେବେ ଆସନ୍ତୁ ଜାଣିବା ଚଳିତବର୍ଷର ଡ୍ରାଏ ଡେ ଦିନଗୁଡିକ। ଯେଉଁଦିନ ଦେଶର ସବୁ ସ୍ଥାନରେ ମଦ ବିକ୍ରି ବନ୍ଦ ଥାଏ।
{"id":421356,"width":577,"height":391,"sizeSlug":"large","linkDestination":"none"}ରାଜ୍ୟ ଅନୁସାରେ ଡ୍ରାଏ ଡେ ମଧ୍ୟ ଭିନ୍ନ ଭିନ୍ନ ଏଣୁ ସେହି ଅନୁସାରେ ଏଠାରେ ବାର୍ଷିକ ଡ୍ରାଏ ଡେ ତାଲିକା ପ୍ରଦାନ କରାଗଲା। ୨୯ ମାର୍ଚ୍ଚ ହୋଲି ଉପଲକ୍ଷେ ଦେଶରେ ମଦ ବିକ୍ରି ନିଷିଦ୍ଧ। ୨ ଏପ୍ରିଲ ଗୁଡଫ୍ରାଇଡେ ଲାଗି ମଧ୍ୟ ଡ୍ରାଏ ଡେ କଟକଣା ରହିଛି। ସେହିପରି ୧୪ ଏପ୍ରିଲ ଆମ୍ବେଦକର ଜୟନ୍ତୀ, ୨୧ ଏପ୍ରିଲ ରାମନବମୀ, ୨୫ ଏପ୍ରିଲ ମହାବୀର ଜୟନ୍ତୀରେ ମଧ୍ୟ ମଦ ଦୋକାନ, ବାର, କ୍ଲବ ହୋଟେଲରେ ମଦ ବିକ୍ରି ନିଷିଦ୍ଧ।
ସେହିପରି ମେ ମାସରେ ୧ ମେ ମହାରାଷ୍ଟ୍ର ଦିବସ ଲାଗି ମହାରାଷ୍ଟ୍ର ରାଜ୍ୟରେ ଡ୍ରାଏ ଡେ ପାଳିତ ହୁଏ। ୧୨ ଓ ୧୩ ମେ ଇଦ-ଉଲ-ଫିତର ଲାଗି ଦେଶରେ କଟକଣା ରହିବ। ଜୁନମାସରେ ଏପରି କୌଣସି କାର୍ଯ୍ୟକ୍ରମ ଅଥବା ରାଷ୍ଟ୍ରୀୟ ଉତ୍ସବ ନଥିବା ଯୋଗୁ ମାସ ତମାମ କଟକଣା ନଥିବା ବେଳେ ମହାରାଷ୍ଟ୍ରରେ ୨୦ ଜୁଲାଇ ଆଷାଢୀ ଏକାଦଶୀ ଲାଗି ରାଜ୍ୟରେ କଟକଣା ଥାଏ। ୨୪ ଜୁଲାଇ ଗୁରୁପୂର୍ଣ୍ଣିମା ଯୋଗୁ ଦିଲ୍ଲୀ ମହାରାଷ୍ଟ୍ରରେ ଡ୍ରାଏ ଡେ।
{"id":421358,"sizeSlug":"large","linkDestination":"none"}୧୦ ଅଗଷ୍ଟ ମହର୍ରମ, ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଓ ୩୦ ଅଗଷ୍ଟ ଜନ୍ମାଷ୍ଟମୀ ଲାଗି ଦେଶରେ ଡ୍ରାଏ ଡେ। ୧୦ ସେପ୍ଟେମ୍ବର ଗଣେଶ ଚତୁର୍ଥୀ, ୧୯ ସେପ୍ଟେମ୍ବର ଅନନ୍ତ ଚତୁର୍ଦ୍ଦଶୀ ଲାଗି ମହାରାଷ୍ଟ୍ରରେ ଡ୍ରାଏ ଡେ। ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଲାଗି ସାରା ଦେଶରେ ମଦ ନିଷିଦ୍ଧ ଥିବା ବେଳେ ୮ ଅକ୍ଟୋବର ପ୍ରୋହିବେସନ ୱିକ୍ ଲାଗି ମହାରାଷ୍ଟ୍ରରେ ମଦ ନିଷିଦ୍ଧ। ୧୫ ଅକ୍ଟୋବର ଦଶହରା, ୧୯ ଅକ୍ଟୋବର ଇଦ-ଏ-ମିଲଦ, ୨୦ ଅକ୍ଟୋବର ମହର୍ଷି ବାଲ୍ମିକୀ ଜୟନ୍ତୀ ଲାଗି ମଧ୍ୟ ମଦ ନିଷିଦ୍ଧ।
୪ ନଭେମ୍ବର ଦିପାବଳୀ, ୧୪ ନଭେମ୍ବର କାର୍ତ୍ତିକ ଏକାଦଶୀ, ୧୯ ନଭେମ୍ବର ଗୁରୁ ନାନକ ଜୟନ୍ତୀ, ୨୫ ଡିସେମ୍ବର ବଡଦିନ ଲାଗି ଦେଶରେ ଡ୍ରାଏ ଡେ। ୧୪ ଜାନୁୟାରୀ ମକର ସଂକ୍ରାନ୍ତି, ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସ, ୩୦ ଜାୟନୁୟାରୀ ଶହିଦ ଦିବସ, ୧୯ ଫେବୃଆରୀ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଓ ୮ ମାର୍ଚ୍ଚ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଜୟନ୍ତୀ ଲାଗି ମଧ୍ୟ ଦେଶରେ ଡ୍ରାଏ ଡେ ପାଳନ ହୁଏ।