ଆସୁଛି ୨୫୦୦ ସିସି ବିଶିଷ୍ଟ ଦମଦାର ବାଇକ୍‌, ଜାଣନ୍ତୁ ଦାମ୍‌ ଓ ଫିଚର୍‌

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯: ଟ୍ରାୟମ୍ଫ ମୋଟରସାକେଲ୍‌ ଇଣ୍ଡିଆ ଭାରତରେ ନୂଆ ବାଇକ୍‌ ଲଞ୍ଚ କରିବାକୁ ଯାଉଛି । Triumph Rocket 3 GT ଲଞ୍ଚ କରିବାକୁ ଯାଉଥିବା ବେଳେ ବାଇକ୍‌ର ଫିଚର୍‌କୁ ନେଇ ଏବେ ଚର୍ଚ୍ଚା ଚାଲିଛି । ଏହି ସିରିଜ୍‌ର ଅନ୍ୟ ଏକ ମଡେଲ୍‌ Rocket 3 R ଭାରତ ବଜାରରେ ଉପଲବ୍ଧ ହୋଇସାରିଛି । ଯାହାର ଦାମ ରହିଛି ୧୮ ଲକ୍ଷ ଟଙ୍କା । ଏହି ଦୁଇଟି ବାଇକ୍‌ର ଲୁକ୍‌ରେ ସାମାନ୍ୟ ଫରକ ରହିବ ।

ନୂଆ ବାଇକ୍‌ରେ ୨୫୦୦ ସିସି, ଇନ୍‌ଲାଇନ୍ ୩ ସିଲିଣ୍ଡର ଉପଲବ୍ଧ ହେବ ଯାହା ୧୬୫ ବିଏଚ୍‌ପି ପାଓ୍ବାର ୨୨୧ ଏନଏମ ଟର୍କ ଜେନେରେଟ୍‌ କରିବ। ଦୁନିଆର ଅନ୍ୟ ପ୍ରଡକ୍ସନ କମ୍ପାନୀର ବାଇକ୍‌ଠାରୁ ଏଥିରେ ଅଧିକ ସିସି ଥିବା ବେଳେ ପିକ୍ ଟର୍କ ସାଙ୍ଗକୁ ୬ ସ୍ପିଡ୍‌ ଗିୟର୍‌ ବକ୍ସ ରହିଛି । ନୂଆ ମଡେଲ୍‌ରେ ଉଚ୍ଚତା ୨୩ ମିମି ରଖାଯାଇଛି । ନୂଆ ମଡେଲ୍‌ ବାଇକ୍‌ର ଓଜନ ୩ କିଗ୍ରା ବଢ଼ାଇ ୨୯୭ କିଗ୍ରା କରାଯାଇଛି ।

ଡ୍ରାଇଭିଂକୁ ଅଧିକ ସହଜ କରିବାକୁ ଏଥିରେ ୪ଟି ମୋଡ୍‌ ଦିଆଯାଇଛି । ରୋଡ୍‌, ରେନ୍, ସ୍ପୋର୍ଟସ୍‌ ଓ ରାଇଡର୍‌ ମୋଡ୍‌ ରହିଛି । ଏଥିରେ କ୍ରୁଜ୍‌ କଂଟ୍ରୋଲ୍ ଓ ହିଲ୍‌ ହୋଲ୍ଡ କଂଟ୍ରୋଲ୍ ଫିଚ୍‌ର ରହିଛି । ଭାରତରେ ଏହାର ଦାମ ପାଖାପାଖି ୧୯ ଲକ୍ଷ ଟଙ୍କା ରହିବ । ଏହାର ମୁକାବିଲା Ducati Diavel 1260 S ସହିତ ହେବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.