୨୦୨୦ର ସମ୍ପୂର୍ଣ୍ଣ ରାଶିଫଳ- କାହା ପାଇଁ ଆହ୍ୱାନ ତ କାହା ପାଇଁ ସହଜ

Published By : Prameya-News7 Bureau | December 30, 2019 IST

ମେଷ: ୨୦୨୦ ଆପଣଙ୍କ ପାଇ ସଂଘର୍ଷ କରିବାର ବର୍ଷ | ଏହି ବର୍ଷ ଆପଣ କୌଣସି ନୂଆ କାମ ଆରମ୍ଭ କରିବେ ନାହିଁ ବୋଲି ନିଶ୍ଚି ତ କରିନିଅନ୍ତୁ। ଅତ୍ୟଧିକ ଆତ୍ମବିଶ୍ଵାସରୁ ନିଜକୁ ଦୂରରେ ରଖନ୍ତୁ । ଆପଣ ନିଜ ଧନରାଶିକୁ ସଞ୍ଚୟ କରିବାରେ ସମର୍ଥ ହୋଇନପାରନ୍ତି। ତେଣୁ ପ୍ରଥମରୁ ସତର୍କ ରହିବାକୁ ଚେଷ୍ଟା କରନ୍ତୁ । ନକାରାତ୍ମକ ବିଚାର ଆପଣଙ୍କ ମନକୁ ବିଚଳିତ କରିପାରେ । ତେଣୁ ନକାରାତ୍ମକ ପରିସ୍ଥିତିରୁ ନିଜକୁ ଯଥାସମ୍ଭବ ଦୂରରେ ରଖିବାକୁ ଚେଷ୍ଟା କରନ୍ତୁ | ଅନାବଶ୍ୟକ ଯୁକ୍ତିରୁ ନିଜକୁ ଦୂରରେ ରଖିଲେ ଆପଣଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେବ ।

ବୃଷ: ୨୦୨୦ ମସିହା ଆପଣଙ୍କ ପାଇଁ ମିଶ୍ରିତ ଫଳଦାୟକ ହୋଇପାରେ ଏହି ବର୍ଷ ଆପଣଙ୍କ ପାଇଁ ସଂପୂର୍ଣ୍ଣ ମସୃଣ ହୋଇନପାରେ । ଆପଣଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ | କିମ୍ବା ଆପଣଙ୍କ ନିକଟ ଆତ୍ମୀୟ କେହି ସ୍ଵାସ୍ଥ୍ୟ ସମସ୍ୟାରେ ପଡ଼ିଥିବାର ସମ୍ବାଦ ଶୁଣିବାକୁ ପାଇପାରନ୍ତି । ବର୍ଷଟିରେ ଆପଣ ନିଜ ସ୍ବାସ୍ଥ୍ୟ ପ୍ରତି ଯେମିତି ଅବହେଳା ନ କରନ୍ତି ସେଥିପ୍ରତି ପ୍ରଥମରୁ ଯତ୍ନଶୀଳ ହେବାକୁ ପଡ଼ିବ । ଯୋଗ ଏବଂ ଧ୍ୟାନ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।

ମିଥୁନ: ୨୦୨୦ ମସିହା ଆପଣଙ୍କ ପାଇ ବହୁତ ଭଲ ବର୍ଷ ସାବ୍ୟସ୍ତ ହୋଇପାରେ | ଆପଣ ଏହି ବର୍ଷ ଦାୟିତ୍ଵ ପୂର୍ଣ୍ଣ ଭାବେ କାର୍ଯ୍ୟ କରିପାରନ୍ତି । ଏ ହି ବର୍ଷ ନିଜକୁ ପ୍ରମାଣିତ କରିବାର ବର୍ଷ । ଏହି ବର୍ଷ ଆପଣ କଠୋର ପରିଶ୍ରମ କରିପାରନ୍ତି ଯାହା ବର୍ଷ ମଧ୍ୟ ଭାଗ ବେଳକୁ ଆପଣଙ୍କୁ ସୁଫଳ ଆଣିଦେବାର ଆଶା ରହିଛି । ଏହି ବର୍ଷ ଆପଣ ନିଜର
ବନ୍ଧୁବାନ୍ଧବମାନଙ୍କଠାରୁ ଅନେକ ସାହାଯ୍ୟ ଓ ସହଯୋଗ ପାଇପାରନ୍ତି । ଏ ହି ବର୍ଷ ଆପଣଙ୍କ ପାଇଁ ନୂଆ ଚାକିରି ଏବଂ ନୂତନ ବ୍ୟବସାୟର ଅବସର ଆଣିଦେଇପାରେ।

କର୍କଟ: ଆପଣଙ୍କ ପାଇଁ ୨୦୨୦ ମସିହା ବହୁତ ଭଲ ବର୍ଷ ହେବ ନାହିଁ ସତ! କିନ୍ତୁ ନିଜକୁ ପ୍ରମାଣ କରି ଦେଖାଇବାର ବର୍ଷ ଟିଏ ହୋଇପାରିବ । ଏହି ବର୍ଷ ଏମିତି ବି ହୋଇପାରେ ଆପଣଙ୍କ ବିଶ୍ଵସ୍ତ ବନ୍ଧୁ ମଧ୍ୟ ଆପଣଙ୍କ ଶତ୍ରୁ ହୋଇପାରନ୍ତି । କିଛି ସଫଳତା ତ ନିଶ୍ଚୟ ମିଳିବ ଯାହା ପରୋକ୍ଷ ଭାବେ ଆପଣଙ୍କର କେତେଜଣ ଶତ୍ରୁ ସୃଷ୍ଟି କରିପାରେ । ତେବେ ଆପଣ ଏ ବର୍ଷ ମାନସିକ ଭାବେ ଦୃଢ଼ ରହି ପାରନ୍ତି ।

ସିଂହ: ଆପଣଙ୍କ ପାଇ ୨୦୨୦ ମସି ହା ଚ୍ୟାଲେଞ୍ଚିଂ ହୋଇପାରେ | ନିଜ ଲକ୍ଷ୍ୟ ବର୍ଷ ଆରମ୍ଭରୁ ସ୍ଥିର କରିପାରିଲେ ସଫଳତା ମିଳିବାର ଆଶା ଉଜ୍ଜ୍ଵଳ ଅଛି। ତେବେ ପ୍ରଥମରୁ ସାବଧାନତାର ସହିତ ଆଗେଇବାକୁ ପଡ଼ିବ। ଟିକେ ଅସାବଧାନ ହେଲେ ଆପଣଙ୍କ ପ୍ରତିଦ୍ଵନ୍ଦୀମାନେ ଆପଣଙ୍କୁ ପଛରେ ପକାଇ ଦେଇପାରନ୍ତି । ଏହି ବର୍ଷ ଆପଣଙ୍କୁ ଖର୍ଚ୍ଚାନ୍ତ
ହେ ବାକୁ ପଡ଼ି ପାରେ ।

କନ୍ୟା: ୨୦୨୦ ମସି ହା ଆପଣଙ୍କ ଜୀବନରେ ଅନେକ ଖୁସି ଭରିଦେବ। ତେବେ ଆପଣଙ୍କୁ ନିଜ ପରିବାର ଲୋକଙ୍କୁ ସମୟ ଦେବାକୁ ପଡ଼ି ପାରେ । ପ୍ରଥମରୁ ସୁନିଶ୍ଚିତ କରନ୍ତୁ ଯେ ଆପଣ ନିଜର ସମସ୍ତ ଜିନିଷକୁ ଠିକଣା ସ୍ଥାନରେ ରଖିବାକୁ ହେବ । ଆପଣଙ୍କ ପରିବାରରେ କିଛି ମନୋମାଳିନ୍ୟ ଘଟିପାରେ | ତେବେ ଆପଣ ସେସସବୁ ସମ୍ଭାଳି ନେବେ |

{"id":204433,"sizeSlug":"large"}

ତୁ ଳା: ବର୍ଷ ୨୦୨୦ ଆପଣଙ୍କ ପାଇଁ ବହୁ ତ ଶୂ ଭଦାୟକ ହୋଇନପାରେ । ଆପଣଙ୍କୁ ଏହି ବର୍ଷ ଶାନ୍ତ ରହି ବାର ଆବଶ୍ୟକତା ଅଛି। ଚେଷ୍ଟା କରନ୍ତୁ ଯେମିତି ଅତ୍ୟଧିକ ଯାତ୍ରା ନ କରନ୍ତି। ଆର୍ଥିକ କ୍ଷତିର ଆଶଙ୍କା ଅଛି । ତେବେ ପରିବାର ଲୋକମାନେ ଆପଣଙ୍କୁ ସହଯୋଗର ହାତ ବଢ଼ାଇବେ। ଏ ବର୍ଷ କୌଣସି ପରିସ୍ଥିତିରେ ନିଜର ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଚଳିବ ନାହି ।
`
ବିଛା: ଯଦି ଆପଣ ଆସନ୍ତା ବର୍ଷ ନୂଆ ଅବସରର ସନ୍ଧାନ କରୁଥାଆନ୍ତି ତେବେ ୨୦୨୦ ମସି ହା ଆପଣଙ୍କ ପାଇଁ କେତେ କାଂଶରେ ନୈ ରାଶ୍ୟଜନକ ହୋଇପାରେ । କାମରେ ଆପଣଙ୍କ ସଫଳତା ଦେଖି ଆପଣଙ୍କ ସହକର୍ମୀମାନେ ହୁ ଏତ ଖୁ ସି ହୋଇ ନପାରନ୍ତି । ତଥାପି ନିଜ ଉପରୁ ଭରସା ତୁ ଟାଇବେ ନାହି । ଶତ୍ରୁ ମାନେ ଆପଣଙ୍କ କ୍ଷତି ପାଇ ଯୋଜନା କରି ପାରନ୍ତି ।

ଧନୁ: ଆପଣଙ୍କ ପାଇଁ ୨୦୨୦ ମସିହା ବହୁ ତ ଭଲ ବର୍ଷ ସାବ୍ୟସ୍ତ ହୋଇପାରିବ । ଗତ କିଛି ବର୍ଷର ପରିଶ୍ରମର ସୁଫଳ ଆପଣ ଏହି ବର୍ଷ ପାଇବାର ଆଶା ଉଜ୍ଜ୍ଵଳ ଅଛି । ଆପଣଙ୍କ ସ୍ଵପ୍ନ ହୁଏତ ସାକାର ରୂପ ନେଇପାରେ । ନିର୍ଣ୍ଣୟ ନେବା କ୍ଷେତ୍ରରେ ହୁ ଏତ ଆପଣ ଭ୍ରମିତ ହୋଇପାରନ୍ତି । ଶେଷରେ କିନ୍ତୁ ଆପଣ ଉପଯୁକ୍ତ ନିର୍ଣ୍ଣୟ ନେବେ ।

ମକର: ଆସନ୍ତା ବର୍ଷ ଆପଣଙ୍କ ପାଇଁ ମିଶ୍ର ଫଳଦାୟକ ସାବ୍ୟସ୍ତ ହେବ । ଯଦି ଆପଣ ଚାହାନ୍ତି ଆପଣଙ୍କ ସ୍ବପ୍ନ ସତ ହେଉ ତେବେ ଆପଣଙ୍କୁ ପୂର୍ବ ବର୍ଷ ତୁଳନାରେ ୨୦୨୦ରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ବିଦ୍ୟାର୍ଥୀମାନଙ୍କ ପାଇ ଏ ହି ବର୍ଷ ଚ୍ୟାଲେଞ୍ଜିଂ ହୋଇପାରେ । ଯଦି ଆପଣ କୌଣସି ସଂପର୍କରେ ଥାଆନ୍ତି ତେବେ ସଂପର୍କରେ ସନ୍ତୁଳନ ବଜାୟ ରଖିବାର ଚେଷ୍ଟା ଆପଣଙ୍କୁ ହିଁ କରିବାକୁ ହେବ।

କୁମ୍ଭ: ଲୋକମାନେ ଆପଣଙ୍କ ବିଚାରର ମୂଲ୍ୟାୟନ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ପାଇଁ ନୂଆ ଅବସର ସୃଷ୍ଟି ହୋଇପାରେ । ୨୦୨୦ ଆପଣଙ୍କ କ୍ୟାରିଅର୍‌ ପାଇ ଆହ୍ଵାନପୂର୍ଣ୍ଣ ବର୍ଷ ସାବ୍ୟସ୍ତ ହୋଇପାରେ । ଆପଣଙ୍କ ପାଇଁ ଭଲ ସୁଯୋଗ ମଧ୍ଯ ରହିଛି। ପ୍ରଥମରୁ ସୁନିଶ୍ଚିତ କରିନିଅନ୍ତୁ ଆପଣଙ୍କୁ ଏମିତି ଲୋକଙ୍କ ପାଖାପାଖି ରହିବାକୁ ହେବ ଯେଉଁମାନେ ସ୍ମାର୍ଟ ନିଷ୍ପତ୍ତି ନେବାରେ ପାରଙ୍ଗମ ।

ମୀନ: ବର୍ଷ ଆରମ୍ଭରୁ କୌଣସି ବଡ଼ ଖବର ପାଇବା ପାଇ ପ୍ରସ୍ତୁତ ହୋଇଯାଆନ୍ତୁ । ଏହା ସେହି ବର୍ଷ ଯାହା ଆପଣଙ୍କ କ୍ୟାରି ଅରରେ ଡେଣା ଲଗାଇବାର କ୍ଷମତା ରଖିଛି । ଆପଣଙ୍କ ପାଇଁ ବର୍ଷ ୨୦୨୦ରେ ରାସ୍ତା ମସୃ ଣ ରହିଛି । ଚ୍ୟାଲେଞ୍ଜ ନେବାକୁ ଆପଣ ପଛଘୁଞ୍ଚା ଦେଇ ନପାରନ୍ତି। ଏହି ବର୍ଷ ପରିବାର ଲୋକଙ୍କ ସହିତ ସମୟ ବିତାଇବାର ସୁ ଯୋଗ ମି ଳି ପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.