Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଚନ୍ଦ୍ର ଗ୍ରହଣର ପ୍ରଭାବ କେଉଁ ରାଶିରେ କିପରି ରହିବ ଜାଣନ୍ତୁ : ବିଶେଷ ଭାବେ ପ୍ରଭାବିତ ହୋଇପାରେ କୁମ୍ଭ ରାଶି, ସତର୍କ ରହିବାକୁ ପରାମର୍ଶ

1/06/2020 at 12:48 PM

ଭୁବନେଶ୍ୱର ୦୧/୦୬ : ଚଳିତବର୍ଷ ଜୁନ ୫ ତାରିଖରେ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ପଡିବ | କରୋନା ସଙ୍କଟ ମଧ୍ୟରେ ଚନ୍ଦ୍ର ଗ୍ରହଣକୁ ଜ୍ୟୋତିଶବିଜ୍ଞାନରେ ବହୁତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଛି | ତେବେ ଜୁନ ୫ ତାରିଖରେ ହେବାକୁଥିବା ଚନ୍ଦ୍ର ଗ୍ରହଣର ପ୍ରଭାବ କେଉଁ ରାଶିରେ କିଭଳି ପଡିବ ଜାଣନ୍ତୁ |

ମେଷ– ଏହି ଚନ୍ଦ୍ର ଗ୍ରହଣ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ଅଷ୍ଟମ ଭାଗରେ ରହିବ ଯେଉଁଥିପାଇଁ ସ୍ୱାସ୍ଥ୍ୟ ପ୍ରତି ଏହି ରାଶିର ବ୍ୟକ୍ତିଙ୍କୁ ଅଧିକ ସାବଧାନ ରହିବାକୁ ପଡିବ | ଏହି ସମୟରେ ନିଜର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ଅବସାଦରୁ ଦୁରେଇ ରହିବାକୁ ଚେଷ୍ଟା କରିବେ | ଏହି ରାଶିର ବ୍ୟକ୍ତିଙ୍କ ଏହି ସମୟରେ ନିଜ ମା’ଙ୍କ ସହ ସମ୍ପର୍କ ପ୍ରତିକୂଳ ରହିବ |

 

ବୃଷ– ଏହି ଚନ୍ଦ୍ର ଗ୍ରହଣ ସମୟରେ ଜୀବନସାଥୀ ସହ ସମ୍ପର୍କ ସୁଦୃଢ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡିବ | ବୃଷ ରାଶିରେ କାରଣ ଚନ୍ଦ୍ର ଗ୍ରହଣ ସପ୍ତମ ଭାଗକୁ ପ୍ରବବିତା କରିବେ | ଏହାସହ କାର୍ଯ୍ୟକ୍ଷେତ୍ରରେ ଭୁଲ ବୁଝାମଣାରୁ ଦୁରେଇ ରହନ୍ତୁ |

ମିଥୁନ– ଏହି ଚନ୍ଦ୍ର ଗ୍ରହଣ ମିଥୁନ ରାଶିର ଷଷ୍ଠ ଭାଗରେ ରହିବେ | ଏହି ସମୟରେ ମିଥୁନ ରାଶି ବ୍ୟକ୍ତିଙ୍କୁ ସବୁ ପ୍ରକାର ବିବାଦ ଓ ଝଗଡାରୁ ନିଜକୁ ଦୁରେଇ ରଖିବାକୁ ହେବ | ଏହାସହ ନିଜ ଖର୍ଚ୍ଚ ଉପରେ ମଧ୍ୟ ଅଙ୍କୁଶ ଲଗାଇବାକୁ ପଡିବ | ନାଚେ ଆପଣଙ୍କୁ କରଜ କରିବାକୁ ପଡିପାରେ |

କର୍କଟ– ଚନ୍ଦ୍ର ଗ୍ରହଣ ସମୟରେ କର୍କଟ ରାଶି ବ୍ୟକ୍ତିଙ୍କ ମନରେ ନକାରାତ୍ମକ ଚିନ୍ତାଧାରା ଉତ୍ପର୍ଣ୍ଣ ହେବ | ଫଳରେ ଆପଣ ଅବସାଦଗ୍ରସ୍ତ ରହିବେ | ଏହି ଚନ୍ଦ୍ର ଗ୍ରହଣ ଆପଣଙ୍କ ପଞ୍ଚମ ଭାଗକୁ ପ୍ରଭାବିତ କରିବ | ଏହି ସମୟରେ ଯୋଗ, ବ୍ୟାୟାମ ଆଦି କରି ସବୁ ପ୍ରକାର ନକାରାତ୍ମକ ଚିନ୍ତାଧାରାରୁ ଦୁରେଇ ରୁହନ୍ତୁ | ପରିବାର ସହ ସମୟ କାଟିବାକୁ ଚେଷ୍ଟା କରନ୍ତୁ |

ସିଂହ– ଏହି ଚନ୍ଦ୍ର ଗ୍ରହଣ ସିଂହ ରାଶିର ଚତୁର୍ଥ ଭାଗକୁ ପ୍ରଭାବିତ କରିବ | କିଛି ପୁରୁଣା ସମସ୍ୟା ପୁଣିଥରେ ଉପୁଜିବାର ସମ୍ଭାବନା ରହିଛି | ସେଥିପାଇଁ ସମସ୍ୟାକୁ ବୁଝି ସମାଧାନ କରିବାକୁ ଚେଷ୍ଟା କରନ୍ତୁ | ଯଦି ପରିବାର ସହ କୌଣସି ବିବାଦ ରହିଛି ତାହେଲେ ତାକୁ ସୁଧାରିବା ପାଇଁ ଏହା ଉତ୍ତମ ସମୟ | ଏହି ସମୟରେ ନିଜ ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ |

କନ୍ୟା– ଏହି ଚନ୍ଦ୍ର ଗ୍ରହଣ ସମୟରେ କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଅବସ୍ଥା ବିଶେଷ ଭାବେ ପ୍ରଭାବିତ ହେବ | କର୍ମକ୍ଷେତ୍ରରେ ବୁଝିବିଚାରି କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ | କାର୍ଯ୍ୟ ସମ୍ପୂର୍ଣ ହେବାରେ ସମସ୍ୟା ଦେଖା ଦେଇପାରେ ଯାହାଫଳରେ ସମୟରେ କାର୍ଯ୍ୟ ପୁରା ନ ହୋଇପାରେ | ଏହି ସମୟ ଭାଇ-ଭଉଣୀ ସହ ଭଲ ରହିବ |

ତୁଳା– କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ କିଛି ସମସ୍ୟା ଦେଖା ଦେଇପାରେ | ସେଥିପାଇଁ ସାବଧାନତାର ସହ କାର୍ଯ୍ୟ କରିବାକୁ ହେବ | ପିତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ରହିଛି | ଏହାସହ ପାରିବାରିକ ବାତାବରଣରେ ମଧ୍ୟ ଖରାପ ପ୍ରଭାବ ପଡିପାରେ | ବ୍ୟବସାୟୀଙ୍କ ପାଇଁ ଏହା ଉତ୍ତମ ସମୟ |

ବିଛା– ଏହି ଗ୍ରହଣ ଆପଣଙ୍କ ରାଶି ଅର୍ଥାତ ପ୍ରଥମ ଭାଗକୁ ପ୍ରଭାବିତ କରିବ | ସେଥିପାଇଁ ଆପଣଙ୍କୁ ବିଶେଷ ଭାବେ ସାବଧାନ ରହିବାକୁ ପଡିବ | ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡିବ | ବାହନ ଚଲାଉଥିବା ବ୍ୟକ୍ତିଙ୍କ ଜାତକରେ ଦୁର୍ଘଟଣା ହେବାର ଆଶଙ୍କା ରହିଛି |

ଧନୁ– ଏହି ଗ୍ରହଣ ସମୟରେ ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ପଦ-ପ୍ରତିଷ୍ଠା ବୃଦ୍ଧି ପାଇବ | ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ | ଯାହା ସମୟ ଦେଖାଦେବ ତାହା ସହଜରେ ଦୂର କରି ପାରିବେ | କୌଣସି ପ୍ରକାର ପୁଞ୍ଜି ବିନିଯୋଗରୁ ଦୁରେଇ ରୁହନ୍ତୁ | ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି |

ମକର– ମକର ରାଶି ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଜୀବନ ଶୁଭ ରହିବ | ଅଧିକ କାମ ଯୋଗୁଁ ବ୍ୟସ୍ତ ରହିପାରନ୍ତି | ନିଜ ଜୀବନସାଥୀଙ୍କ ସହ ସମ୍ପର୍କ ଦୃଢ କରିବା ପାଇଁ ଜୀବନସାଥୀ କିମ୍ବା ପ୍ରେମୀକୁ ସମୟ ଦେବାକୁ ହେବ |

କୁମ୍ଭ– କୁମ୍ଭ ରାଶି ଜାତକଙ୍କ ପାଇଁ ଏହି ଗ୍ରହଣ ସମୟରେ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ | ଏହି ସମୟରେ ଆପଣଙ୍କ ଶତ୍ରୁ ସକ୍ରିୟ ରହିପାରନ୍ତି | ତା’ଛଡା ବରିଷ୍ଠ ଅଧିକାରୀ ମଧ୍ୟ ଅସନ୍ତୁଷ୍ଟ ରହିପାରନ୍ତି | ଏହି ସମୟରେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ହ୍ରାସ ପାଇପାରେ | ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବାକୁ ପଡିବ |

ମୀନ– ଏହି ସମୟରେ ଆପଣଙ୍କ କାର୍ଯ୍ୟ କ୍ଷମତା ବୃଦ୍ଧି ପାଇବ | ପୂର୍ବରୁ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ପୁରା ହେବାର ସମ୍ଭାବନା ରହିଛି | କୌଣସି ବୟୋଜ୍ୟୋଷ୍ଠା କିମ୍ବା ଗୁରୁଙ୍କ ପରାମର୍ଶ ନେବା ଉତ୍ତମ ପ୍ରମାଣିତ ହେବ | ଆଧ୍ୟାତ୍ମିକ ପ୍ରତି ରୁଚି ବଢିବ | ବ୍ୟବସାୟୀଙ୍କ ପାଇଁ ଏହା ଉତ୍ତମ ସମୟ | କିନ୍ତୁ ସନ୍ତାନ ପକ୍ଷ ସହ ସମ୍ବନ୍ଧ ବିଗିଡ଼ିବାର ସମ୍ଭାବନା ରହିଛି |

   Related Posts