Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଇପିଏଲର ତ୍ରୟୋଦଶ ସଂସ୍କରଣ ପାଇଁ ଆଜି ହେବ ଖେଳାଳି ନିଲାମ

19/12/2019 at 9:20 AM

କୋଲକତା ୧୯।୧: ଭାରତର ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ପାଇଁ ଆଜି ଖେଳାଳି ନିଲାମ ହେବ । ଆଜି ଅପରାହ୍ନ ୩ଟା ୩୦ରେ କୋଲକାତାରେ ଅନୁଷ୍ଠିତ ହେବ। ଇଂଲଣ୍ଡର ହ୍ୟୁଜ୍ ଏଡ୍ ମିଡେସ୍ ନିଲାମର ପ୍ରତିନିଧିତ୍ବ କରିବେ। ଏଥିରେ ୩୩୨ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ନିଲାମରେ ସାମିଲ୍ ଥିବା ୩୩୨ ଖେଳାଳିଙ୍କ ମଧ୍ୟରୁ ୧୩୪ ଆନ୍ତର୍ଜାତିକ ଖେଳାଳି ଥିବାବେଳେ ୧୯୮ ଜଣ ଅଣଆନ୍ତର୍ଜାତିକ ଖେଳାଳି ରହିଛନ୍ତି। ଏହି ୩୩୨ ଜଣ ଖେଳାଳିଙ୍କ ମଧ୍ୟରେ ୧୮୬ ଭାରତୀୟ ଖେଳାଳି ରହିଛନ୍ତି। ବିଦେଶୀଙ୍କ ମଧ୍ୟରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୩୫ ଖେଳାଳି ରହିଥିବା ବେଳେ ୟୁଏଇ, ଆମେରିକା ଓ ସ୍କଟଲାଣ୍ଡରୁ ଜଣେ ଲେଖାଏଁ ସାମିଲ ହୋଇଛନ୍ତି।

ଅନ୍ୟ ଦେଶମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ୨୩, ଇଂଲଣ୍ଡରୁ ୨୨, ଓ୍ବଷ୍ଟଇଣ୍ଡିଜରୁ ୧୯, ନ୍ୟୁଜିଲାଣ୍ଡରୁ ୧୮, ଶ୍ରୀଲଙ୍କାରୁ ୧୪, ଆଫଗାନିସ୍ତାନରୁ ୭ ଓ ବାଂଲାଦେଶରୁ ୫ ଜଣ ଖେଳାଳି ନିଲାମରେ ରହିଛନ୍ତି। ନିଲାମରେ ସର୍ବାଧିକ ମୂଳଦର ୨ କୋଟି ଥିବା ବେଳେ ଏହି ତାଲିକାରେ ମୋଟ୍ ୭ ଜଣ ରହିଛନ୍ତି । ସେମାନେ ହେଲେ ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍, କ୍ରିସ୍ ଲିନ୍, ମିଚେଲ୍ ମାର୍ସ, ଗ୍ଲେନ୍ ମ୍ୟାକ୍ସବେଲ୍, ଡେଲ୍ ଷ୍ଟେନ୍ ଓ ଆଞ୍ଜେଲୋ ମାଥ୍ୟୁସ।

ନିଲାମ ପାଇଁ ୩୩୨ ଖେଳାଳି ଚୟନ ହୋଇଥିବା ବେଳେ ମୋଟ ୭୩ ଖେଳାଳିଙ୍କୁ କ୍ରୟ କରାଯିବାର ରହିଛି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ସର୍ବାଧିକ ୧୨ ଖେଳାଳି କିଣିବାର କ୍ଷମତା ରହିଥିଲା ବେଳେ ଚେନ୍ନାଇ ସୁପର୍ କିଙ୍ଗ୍ସ ୫ ଖେଳାଳିଙ୍କୁ କିଣିବାରେ ପାଇଁ ମନୋନିବେଶ କରିବ। ପ୍ରତିଦଳ ପାଖରେ ୮୪ କୋଟି ଟଙ୍କାରେ ସର୍ବାଧିକ ୨୫ ଖେଳାଳିଙ୍କୁ କିଣିବା ପାଇଁ ନିୟମ ରହିଛି।

   Related Posts