Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଲଞ୍ଚ ହେଲା ନୂଆ ହୋଣ୍ଡା ଆକ୍ଟିଭା ୬ଜି,ମିଳିବ ଚମତ୍କାର ଫିଚର୍ସ

16/01/2020 at 10:54 AM

ନୂଆଦିଲ୍ଲୀ ୧୬/୧: ଜାପାନୀ ଦୁଇ ଚକିଆ ଗାଡ଼ି ନିର୍ମାଣ କରୁଥିବା କମ୍ପାନୀ ହୋଣ୍ଡା ଶେଷରେ ଭାରତୀୟ ମାର୍କେଟରେ ନିଜର ନୂଆ ହୋଣ୍ଡା ଆକ୍ଟିଭା ୬ଜି ଲଞ୍ଚ କରି ଦେଇଛି। ଏହି ନୂଆ ଜେନେରେସନ ଆକ୍ଟିଭାରେ କମ୍ପାନୀ ନୂଆ ନୂଆ ପରିବର୍ତ୍ତନ କରିଛି , ଯାହା ୫ଜି ମଡେଲ୍ ତୁଳନାରେ ଉନ୍ନତ। କମ୍ପାନୀ ଏହି ସ୍କୁଟରର ପ୍ରାରମ୍ଭିକ ମୂଲ୍ୟ ୬୩,୯୧୨ଟଙ୍କା ସ୍ଥିର କରିଛି। ଏହା ୫ଜି ମଡେଲ୍ ତୁଳନାରେ ପାଖାପାଖି ୮,୦୦୦ଟଙ୍କା ଅଧିକ।

ନୂଆ ହୋଣ୍ଡା ଆକ୍ଟିଭାକୁ କମ୍ପାନୀ ଦୁଇଟି ଭିନ୍ନ ଭିନ୍ନ ଭାରିଏଣ୍ଟରେ ଲଞ୍ଚ କରିଛି,ଏଥିରେ ଷ୍ଟାଣ୍ଡାର୍ଡ ଏବଂ ଡିଲକ୍ସ ମଡେଲ୍ ସାମିଲ ରହିଛି। ଏହା ବ୍ୟତୀତ ଏହି ସ୍କୁଟର ମୋଟ ୬ଟି ରଙ୍ଗରେ ବଜାରରେ ଉପଲବ୍ଧ ହେବ। ଗତ ବର୍ଷ କମ୍ପାନୀ ବଜାରରେ ନିଜର ଦୁଇଟି ପ୍ରଡକ୍ଟକୁ ବିଏସ୬ ଇଞ୍ଜିନ୍ ସହ ଲଞ୍ଚ କରିଛି। ଏଥିରେ ଆକ୍ଟିଭା ୧୨୫ ସ୍କୁଟର ଏବଂ ଏସପି ୧୨୫ ମୋଟରସାଇକେଲ୍ ସାମିଲ ଥିଲା। ତେବେ ଆସନ୍ତୁ ଜାଣିବା ଏହି ନୂଆ ଆକ୍ଟିଭା ୬ଜି ବିଷୟରେ

କମ୍ପାନୀ ଏହି ସ୍କୁଟରର ଆକାରରେ ମଧ୍ୟ ପରିବର୍ତ୍ତନ କରିଛି। ଏଥିରେ ଗ୍ରାଉଣ୍ଡ କ୍ଲିୟରାନ୍ସକୁ ମଧ୍ୟ କମ୍ପାନୀ ବଢ଼ାଇଛି। ଏଥିରେ କମ୍ପାନୀ ୧୭୧ଏମଏମର ଗ୍ରାଉଣ୍ଡ କ୍ଲିୟରାନ୍ସ ଦେଇଛି । ଏହି ସ୍କୁଟର ୫ଜି ତୁଳନାରେ ପାଖାପାଖି ୧୦ପ୍ରତିଶତ ଅଧିକ ମାଇଲେଜ ପ୍ରଦାନ କରିବ।

ଏହି ଗାଡ଼ିର ଦୁଇଟି ଚକରେ ଟ୍ୟୁବଲେସ୍ ଟାୟାର ଦିଆଯାଇଛି। ଉନ୍ନତ ସସପେନ୍ସ ଏବଂ ଟାୟାର ସହିତ ଏଥିରେ ୧୩୦ଏମଏମର ଡ୍ରମ୍ ବ୍ରେକ୍ ଦିଆଯାଇଛି। ଏହି ସ୍କୁଟରର ବିଶେଷତ୍ବ ହେଉଛି ଏଥିରେ ମଧ୍ୟ କମ୍ପାନୀ ସାଇଲେଣ୍ଟ ଷ୍ଟାର୍ଟ ପଦ୍ଧତି ଦେଇଛି।

କମ୍ପାନୀ ଆକ୍ଟିଭା ୬ଜିରେ ଅନେକ ଉନ୍ନତ ଫିଚର୍ସ ଦେଇଛି। ଏଥିରେ ଏଲଇଡି ହ୍ୟାଣ୍ଡଲ୍ୟାମ୍ପ ଦିଆଯାଇଛି ଯାହା ରାତିରେ ଡ୍ରାଇଭିଙ୍ଗ୍ ସମୟରେ ଆପଣଙ୍କୁ ପର୍ଯ୍ୟାପ୍ତ ଆଲୋକ ପ୍ରଦାନ କରିଥାଏ। ଏହା ବ୍ୟତୀତ ଏଥିରେ ୧୨ଇଞ୍ଚର ଫ୍ରଣ୍ଟ ହ୍ବିଲ୍,ଟେଲିସ୍କୋପିକ୍ ସସପେନସନ୍,ଇଞ୍ଜିନ୍ ଷ୍ଟାର୍ଟ ଷ୍ଟପ୍ ସ୍ବିଚ୍,ମଲ୍ଟି ଫଙ୍କସନ୍ ସ୍ବିଚ୍,୩ଷ୍ଟେପ୍ ରିୟର ଆଡଜେଷ୍ଟେବଲ୍ ସସପେନସନ ଏବଂ ଏକ୍ସଟରନାଲ୍ ଫୁଏଲ୍ ଫିଲ୍ ଭଳି ଫିଚରକୁ ସାମିଲ କରାଯାଇଛି।

ଏହାର ଷ୍ଟାଣ୍ଡାର୍ଡ ଭାରିଏଣ୍ଟର ମୂଲ୍ୟ ୬୩,୯୧୨ ଟଙ୍କା ଏବଂ ଡିଲକ୍ସ ଭାରିଏଣ୍ଟର ମୂଲ୍ୟ ୬୫,୪୧୨ ଟଙ୍କା ସ୍ଥିର କରାଯାଇଛି।

   Related Posts