ଜୁନ୍ ୨୧ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ : ଦେଖାଦେବ ରିଙ୍ଗ୍ ଅଫ୍ ଫାୟାର୍, ଭୁଲରେ ବି କରିବେନି ଏହିସବୁ କାମ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦/୦୬ : ଚଳିତବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ ୨୧ ତାରିଖ, ରବିବାର ଦିନ ଲାଗିବ | ଏହା ଏକ ବଳୟାକାର ସୂର୍ଯ୍ୟ ପରାଗ | ବଳୟାକାର ଅବସ୍ଥାର ସଂକୀର୍ଣ୍ଣ ପଥ ଉତ୍ତର ଭାରତ ଦେଇ ଗତି କରିବ | ଭାରତୀୟ ସମୟ ଅନୁସାରେ ଏହା ସୂର୍ଯ୍ୟ ପରାଗ ସକାଳ ୯ଟାରୁ ଆରମ୍ଭ ହୋଇ ୧୦ଟା ୧୭ ମିନିଟ ପର୍ଯ୍ୟନ୍ତ ରହିବ | ଶନିବାର ରାତି ୧୦ଟା ୧୪ ମିନିଟରୁ ହାଣ୍ଡିଛାଡ଼ ହେବ | ଏହି ସମୟରେ ପୂଜାପାଠ ଆଦି ନିଷେଧ | ରବିବାର ସକାଳ ୧୦ଟାରେ ସମ୍ପୂର୍ଣ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ | ପୁର୍ଣ ସୂର୍ଯ୍ୟ ପରାଗ ରବିବାର ଅପରାହ୍ନ ୨ଟା ୨ ମିନିଟରେ ସମାପ୍ତ ହେବ | ଆଂଶିକ ସୂର୍ଯ୍ୟ ପରାଗ ୩ଟା ୪ ମିନିଟରେ ସମାପ୍ତ ହେବ | ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପାଖାପାଖି ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଭାବିତ ରହିବ | ଏହି ପରାଗ ଭାରତ ସମେତ ଚୀନ, ଆଫ୍ରିକା, କଙ୍ଗୋ, ନେପାଳ, ପାକିସ୍ତାନ ଆଦି ଦେଶରେ ମଧ୍ୟ ଦୃଶ୍ୟମାନ ହେବ |

{"id":288853,"sizeSlug":"large"}

ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ରମା ପ୍ରବେଶ କରିବା ପରେ ଯେତେବେଳେ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ପାରେନାହିଁ, ସେହି ସ୍ଥିତିକୁ ସୂର୍ଯ୍ୟ ପରାଗ କୁହାଯାଏ | ଭାରତୀୟ ସମୟ ଅନୁସାରେ ଆଂଶିକ ସୂର୍ଯ୍ୟ ପରାଗ ସକାଳ ୯.୧୫ ରେ ଆରମ୍ଭ ହେବ, ପୁର୍ଣ ପରାଗ ସକାଳ ୧୦.୧୭ ରେ ଆରମ୍ଭ ହେବ | ଦିନ ୧୨.୧୦ ମିନିଟରେ ପରାଗର ସବୁଠାରୁ ଅଧିକ ପ୍ରଭାବରେ ଦେଖାଦେବ | ପରାଗର ଆଂଶିକ ଅବସ୍ଥା ୨.୨ ମିନିଟରେ ସମାପ୍ତ ହୋଇଯିବ |

ଦେଶରେ କିଛି ସ୍ଥାନରେ ସମ୍ପୂର୍ଣ ସୂର୍ଯ୍ୟ ପରାଗ ଦେଖାଦେବ | ଡେରାଡୁନ, ସିର୍ସା, ଟିହରୀ ଆଦି କିଛି ସହରରେ ସମ୍ପୂର୍ଣ ପରାଗ ଦୃଶ୍ୟମାନ ହେବ | ଦେଶର ଅନ୍ୟ ଅଞ୍ଚଳରେ ଆଂଶିକ ପରାଗ ଦୃଶ୍ୟମାନ ହେବ |  

ପରାଗ ସମୟରେ ଖାଦ୍ୟ-ପେୟ, ଶୁଭକର୍ମ, ପୂଜାପାଠ ଆଦି ନିଷେଧ | ପରାଗ ସମୟରେ ଗୁରୁ ମନ୍ତ୍ର ଜପ, ମନ୍ତ୍ର ସିଦ୍ଧି, ରାମାୟଣ ପାଠ ଆଦି କରାଯାଇପାରେ | ପରାଗ ସମାପ୍ତ ହେବା ପରେ ପବିତ୍ର ନଦୀରେ ସ୍ନାନ, ଶୁଦ୍ଧିକରଣ କରି ଦାନ କରିବା ଉଚିତ | ଏହି ସମୟରେ ଗର୍ଭବତୀ ମହିଳା ଘରୁ ବାହାରିବା ଅନୁଚିତ | ପରାଗ ସମୟରେ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ବାହାରିଥାଏ ଯାହା ଗର୍ଭସ୍ଥ ଶିଶୁ ପାଇଁ ହାନିକାରକ ହୋଇଥାଏ |

{"id":288854,"sizeSlug":"large"}

ଜୁନ ୨୧ ତାରିଖରେ ହେବାକୁଥିବା ସୂର୍ଯ୍ୟ ପରାଗରେ ଲୋକେ ରିଙ୍ଗ ଅଫ ଫାୟାର ଦେଖିପାରିବେ | ଏହି ସମୟରେ ସୂର୍ଯ୍ୟଙ୍କ ୮୮ ପ୍ରତିଶତ ଭାଗ ଚନ୍ଦ୍ରମା ଯୋଗୁଁ ଦୃଶ୍ୟମାନ ହେବନାହିଁ | ସେଥିପାଇଁ ସୂର୍ଯ୍ୟଙ୍କ ବଳୟ ନିକଟରେ ରିଙ୍ଗ ଭଳି ଦୃଶ୍ୟ ଦେଖାଦେବ | ଏହାକୁ ରିଙ୍ଗ ଅଫ ଫାୟାର କୁହାଯାଏ | ଏହି ରିଙ୍ଗ ଅଫ ଫାୟାର କିଛି ସ୍ଥାନରେ ୧୨ ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ |

ପରାଗ ସମୟରେ ଏହିସବୁ ଦିଗ ପ୍ରତି ଦୃଷ୍ଟି ରଖିବେ

୧. ପରାଗ ସମୟରେ ଅଧିକାଂଶ ଲୋକ ଖାଲି ଆଖିରେ ସୂର୍ଯ୍ୟଙ୍କୁ ଦେଖିଥାନ୍ତି | ଏହିଭଳି ଭୁଲ କରିବେନି | ଖାଲି ଆଖିରେ ଦେଖିଲେ ଏହା ଆଖି ପାଇଁ ହାନିକାରକ ହୋଇଥାଏ |

୨. ସୂର୍ଯ୍ୟ ପରାଗ ଦେଖିବା ପାଇଁ ସୋଲାର ଫିଲ୍ଟର ଚଷମା ବ୍ୟବହାର କରିପାରିବେ |

୩. ସୋଲାର ଫିଲ୍ଟର ଚଷମା ନଥିଲେ ସୂର୍ଯ୍ୟଙ୍କୁ ଦେଖନ୍ତୁ ନାହିଁ |

୪.  ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟଙ୍କ ପିନହୋଲ, ଟେଲିସ୍କୋପ କିମ୍ବା ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ଦେଖିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.