Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ବୁଧବାର ଚୈତ୍ର ନବରାତ୍ରର ଅତ୍ୟନ୍ତ ଶୁଭ ଦିନ, ମନସ୍କାମନା ପୂରଣ ଲାଗି ଏଭଳି କରନ୍ତୁ ଗଣେଶ ଓ ମାଦୁର୍ଗାଙ୍କ ପୂଜା

31/03/2020 at 3:24 PM

ଅପ୍ରେଲ୍ ୧ତାରିଖରେ ଚୈତ୍ର ମାସର ନବରାତ୍ରି ଏବଂ ବୁଧବାରର ଯୋଗ ରହିଛି। ଏହି ଦିନ ଦେବୀ ଦୁର୍ଗାଙ୍କ ସହ ଗଣେଶଙ୍କ ମଧ୍ୟ ବିଶେଷ ପୂଜା କରନ୍ତୁ। ଗଣେଶଙ୍କ ପୂଜାରେ ସମସ୍ତ ଜିନିଷ ରଖାଗଲେ ଏବଂ ଠିକ୍ ଭାବରେ ପୂଜା କରାଗଲେ ସକରାତ୍ମକ ଫଳ ମିଳିପାରେ।

ଚାଉଳ,କୁମକୁମ୍,ଦୀପ,ଧୂପ,କ୍ଷୀର,ଦହି,ଘିଅ,ମହୁ,ଚିନି,ସ୍ବଚ୍ଛ ଜଳ,ଶ୍ରୀ ଗଣେଶ ଏବଂ ଦେବୀ ଦୁର୍ଗାଙ୍କ ପାଇଁ ବସ୍ତ୍ର,ଆଭୂଷଣ,ଫୁଲ,ପ୍ରସାଦ ପାଇଁ ମିଠା ଓ ଫଳ,ଗୁଆ,ପାନ,ମୋଦକ ଲଡ଼ୁ,ସିନ୍ଦୂର,ଦୁବ ଘାସ,କଦଳୀ,କର୍ପୁର ଆଦି ଜିନିଷରେ ପୂଜା କରିବେ।

ଠାକୁର ଘରେ ପୂଜାର ବ୍ୟବସ୍ଥା କରନ୍ତୁ। ସର୍ବପ୍ରଥମେ ମୂର୍ତ୍ତିଗୁଡ଼ିକରେ ଶ୍ରୀ ଗଣେଶ ଏବଂ ଦେବୀ ଦୁର୍ଗାଙ୍କ ଆବାହନ କରନ୍ତୁ। ଅର୍ଥାତ୍ ଦେବୀ ଦେବତାଙ୍କୁ ନିଜ ଘରକୁ ଆମନ୍ତ୍ରଣ କରନ୍ତୁ। ଆସନ ଦିଅନ୍ତୁ। ମୂର୍ତ୍ତିଗୁଡ଼ିକୁ ସ୍ନାନ କରନ୍ତୁ। କ୍ଷୀର,ଦହି,ଘିଅ,ମହୁ ଏବଂ ଚିନି ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରନ୍ତୁ ଏବଂ ଏଥିରେ ସ୍ନାନ କରାନ୍ତୁ। ଏହା ପରେ ଜଳରେ ସ୍ନାନ କରାନ୍ତୁ।

ମୂର୍ତ୍ତିକୁ ବସ୍ତ୍ର ଏବଂ ଆଭୂଷଣ ଅର୍ପଣ କରନ୍ତୁ। ଦୁର୍ଗା ଏବଂ ଗଣେଶଙ୍କୁ ହାର ପିନ୍ଧାନ୍ତୁ। ତିଳକ ଲଗାନ୍ତୁ। ଧୂପ,କର୍ପୁର ଏବଂ ଦୀପ ଜଳାନ୍ତୁ। ଆଳତୀ କରନ୍ତୁ। ପରିକ୍ରମା କରନ୍ତୁ। ଭୋଗ ଲଗାନ୍ତୁ,ପାନ ଚଢ଼ାନ୍ତୁ। ଗଣେଶଙ୍କୁ ଦୁବ ଏବଂ ମାତାଙ୍କୁ ଲାଲ ଓଢ଼ଣି ଅର୍ପଣ କରନ୍ତୁ। ଦକ୍ଷିଣା ଅର୍ପଣ କରନ୍ତୁ। ଗଣେଶଙ୍କ ମନ୍ତ୍ର ଶ୍ରୀ ଗଣେଶାୟ ନମଃ ମନ୍ତ୍ର ଜପ କରନ୍ତୁ। ପୂଜା ଶେଷରେ ଅଜଣା ଭୁଲ୍ ପାଇଁ କ୍ଷମା ମାଗନ୍ତୁ । ଅନ୍ୟ ଭକ୍ତଙ୍କୁ ପ୍ରସାଦ ଦିଅନ୍ତୁ ଏବଂ ନିଜେ ମଧ୍ୟ ନିଅନ୍ତୁ।

   Related Posts