Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

IIT ଆଡ଼ମିଶନ ୨୦୨୦ : କରୋନା ପାଇଁ କ୍ରାଇଟେରିଆରେ ପରିବର୍ତ୍ତନ, କୋହଳ ହେବ ନିୟମ

18/07/2020 at 9:07 AM

ନୂଆଦିଲ୍ଲୀ ୧୮।୦୭: ଚଳିତ ବର୍ଷ ସରକାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(IIT)ରେ ଆଡମିଶନ ପାଇଁ ମାନଦଣ୍ଡରେ କିଛିଟା ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ସରକାର। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଘୋଷଣା କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଆଲ ନିଶଙ୍କ କହିଛନ୍ତି ଯେ, ବିଭିନ୍ନ ବୋର୍ଡ ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଆଂଶିକ ବାତିଲ କରିବା ଦୃଷ୍ଟିରୁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT)ରେ ଚଳିତ ବର୍ଷ ଆଡମିଶନ ପାଇଁ ମାନଦଣ୍ଡରେ କିଛିଟା ପରିବର୍ତ୍ତନ କରାଯାଇଛି ।

ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଆଲ ନିଶଙ୍କ ଟ୍ୱିଟ୍ କରି କହିଛନ୍ତି ଯେ, ବିଭିନ୍ନ ବୋର୍ଡ ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଆଂଶିକ ବାତିଲ୍ କରି ମିଳିତ ନାମଲେଖା ବୋର୍ଡ (JAB) ଏଥର JEE ଆଡଭାନ୍ସଡ୍ ୨୦୨୦ ପାସ୍ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଶନର ମାନଦଣ୍ଡରେ କିଛିଟା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁ ଯୋଗ୍ୟ ଛାତ୍ରମାନେ  ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ଆବେଦନ କରିପାରିବେ ।

ଆଡମିଶନ ପାଇବାକୁ ସେମାନେ ଯୋଗ୍ୟ ହେବେ । ତାଙ୍କୁ ପରୀକ୍ଷାରେ ମିଳିଥିବା ମାର୍କ ସେମାନଙ୍କ ପାଇଁ କୌଣସି ଫରକ ପଡ଼ିବ ନାହିଁ। ନିଶଙ୍କ କହିଛନ୍ତି ଯେ ଆଇଆଇଟିରେ ଆଡମିଶନ ପାଇଁ JEE ଆଡଭାନ୍ସ ପାସ୍ କରିବା ବ୍ୟତୀତ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ପାଇବାକୁ ପଡିବ କିମ୍ବା ଯୋଗ୍ୟତା ପରୀକ୍ଷାରେ ଶ୍ରେଷ୍ଠ ୨୦ ପ୍ରତିଶତ ଯୋଗ୍ୟତା ହାସଲ କରିବାକୁ ପଡିବ।

   Related Posts