୨୦୨୦ ମସିହାର ବାର୍ଷିକ ଏହି ଚାରୋଟି ରାଶିର ବଦଳିବ ଭାଗ୍ୟ, ଜାଣନ୍ତୁ କେମିତି କଟିବ
25/11/2019 at 8:51 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୦ ମସିହାର ବାର୍ଷିକ ରାଶିଫଳରେ ୪ ରାଶିର ବ୍ୟକ୍ତିଙ୍କ ସଂପର୍କରେ ବିସ୍ତୃତ ଭାବେ ଅଲୋଚନା ହୋଇଛି। ଭବିଷ୍ୟତ, ବ୍ୟବସାୟ, ପରିବାର ସମସ୍ୟା, ପ୍ରେମ ବିବାହ ଓ ସ୍ବାସ୍ଥ୍ୟ ଆଦି ସଂପର୍କରେ ଆଲୋଚନା ହୋଇଛି। ଆସନ୍ତା ୨୦୨୦ ମସିହା ଆପଣଙ୍କର କିପରି ରହିବ ଆସନ୍ତୁ ଜାଣିବା।
ମେଷ- ମେଷ ରାଶିର ବ୍ୟକ୍ତିଙ୍କ ଚିନ୍ତା ଶକ୍ତି ଅଧିକ ହୋଇଥାଏ। ତେଣୁ ଯେଉଁ ନିଷ୍ପତ୍ତି ନେବେ ତାହା ହିଁ ଠିକ ରହିବ। ପ୍ରତ୍ୟେକ କାର୍ଯ୍ୟାରେ ଶୁଭ ଫଳ ପାଇବେ। କାମରେ ସଫଳତା ବ୍ୟବସାୟରେ ବୃଦ୍ଧି ହେବାସହ ପରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତିବ । ଭ୍ରମଣ ଯୋଗ ରହିଛି । ଚାକିରୀରେ ଉଚ୍ଚ ପଦବୀ ମିଳିବାର ସମ୍ଭାବନା ଅଛି । ପାରିବାରିକ ଜୀବନରେ ସାମ୍ୟକ ମାତ୍ରାରେ ଦୁଃଖ ଆସି ପାରେ। ତେଣୁ ପରିବାର ଓ ସଂପର୍କୀୟଙ୍କ ସହିତ ସୁସଂପର୍କ ସ୍ଥାପନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଟିକେ ସମସ୍ୟା ଦେଖା ଦେଇ ପାରେ।
ବୃଷ – ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ବୁଝି ବିଚାରୀ କାର୍ଯ୍ୟ କରିବେ। ବ୍ୟବସାୟରେ ବୃଦ୍ଧି ଓ ପରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତିବ। ପ୍ରେମ କରୁଥିଲେ ସେଥିରେ ସଫଳ ହେବେ। ଚାକିରୀରେ ଉଚ୍ଚ ପଦବୀ ମିଳିବାର ସମ୍ଭାବନା ଅଛି । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ଧାର ଆକାରରେ କାହାକକୁ ଟଙ୍କା ଦେବେ ନାହିଁ।
ମିଥୁନ – ବ୍ୟବସାୟରେ ଆପଣଙ୍କୁ ସଫଳତା ମିଳିବ। ଯେଉଁ କାର୍ଯ୍ୟ କରିବେ ସେଥିରେ ବିଭିନ୍ନ ପ୍ରକାର ବାଧା ବିଘ୍ନ ଆସିବା ପରେ। ଏହା ସତ୍ବେ ବି ସଫଳତା ପାଇବେ। ତେଣୁ ୨୦୨୦ ବର୍ଷରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଘରର ପିଲା ଓ ପତ୍ନୀଙ୍କ ଶରୀର ଅସୁସ୍ଥ ହୋଇପାରେ। ଏହି ବର୍ଷ ଶେଷରେ ଆପଣ ଚାହୁଁଥିବା କାର୍ଯ୍ୟରେ ନିଶ୍ଚିତ ସଫଳ ହେବେ।
କର୍କଟ – କାହା ସହିତ ଶତ୍ରୁତା କରିବେ ନାହିଁ। ଆସନ୍ତା ବର୍ଷ ଆପଣଙ୍କ ଚାରିପାଖରେ ଶତ୍ରୁ ଲାଗି ରହିବେ। ତେଣୁ ଆପଣଙ୍କୁ ଭଲ ପାଉଥିବା ଲୋକଙ୍କୁ ପାଖରୁ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ। ଆୟ ଟଙ୍କା ଠିକ୍ ବାଟରେ ବିନିଯୋଗ କରିବେ। ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଫଳତା ପାଇବେ।