ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ; ଭାରତ କିମ୍ବା ଏସିଆ ମହାଦେଶକୁ ହେବନି ଦୃଶ୍ୟମାନ

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର ୨୧|୧:  ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ତେବେ ଭାରତକୁ ଦୃଶ୍ୟମାନ ହେବନି ଏହି ଚନ୍ଦ୍ରଗ୍ରହଣ । ଆଜି ଭାରତୀୟ ସମୟ ସକାଳ ୧୦ଟା ୧୧ ମିନିଟ୍ ରୁ ପୂର୍ବାହ୍ନ ୧୧ଟା ୧୩ ମିନିଟ୍ ପର୍ଯ୍ୟନ୍ତ  ପୂର୍ଣ୍ଣଚନ୍ଦ୍ର ଗ୍ରହଣ ସଂଘଟିତ ହେବ । ଦିନ ଥିବାରୁ ଏସମୟରେ  ରକ୍ତବର୍ଣ୍ଣ ଧାରଣ କରିବାକୁ ଥିବା ଚନ୍ଦ୍ରଙ୍କ ଉପସ୍ଥିତି  ଜଣାପଡିବ ନାହିଁ ତେବେ ଚନ୍ଦ୍ର ଗ୍ରହଣ ଉତ୍ତର ଆମେରିକା, ଗ୍ରିନ୍ ଲ୍ୟାଣ୍ଡ, ଇଂଲଣ୍ଡ, ଫ୍ରନ୍ସ, ନରୱେ, ସ୍ବେଡେନ୍, ପର୍ତ୍ତୁଗାଲ ଓ ସ୍ପେନ୍ ଅଞ୍ଚଳରେ ଦୃଶ୍ୟମାନ ହୋଇଛି । ଏସିଆ ମହାଦେଶରେ ଏହା କୌଣସି ସ୍ଥାନରେ ଦୃଶ୍ୟମାନେ ହେବନାହିଁ । ତେବେ ଆସନ୍ତା ଜୁଲାଇ ୧୬ତାରିଖ ରାତି ଏବଂ ୧୭ତାରିଖ ଭୋର ସମୟରେ ସଂଘଟିତ ହେବାକୁଥିବା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଭାରତକୁ ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.