ବଜେଟରେ ମହିଳାଙ୍କୁ ମୋଦି ସରକାରଙ୍କ ବଡ ଉପହାର, ବ୍ୟାଙ୍କରୁ ମିଳିବ ୧ ଲକ୍ଷ ଟଙ୍କାର ମୁଦ୍ରା ଋଣ

Published By : Prameya-News7 Bureau | July 05, 2019 IST

ନୂଆଦିଲ୍ଲୀ ୫।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତାଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବଜେଟ୍ ସଂସଦରେ ଉପସ୍ଥାପିତ କରିଛନ୍ତି।  ୨୦୧୯-୨୦ ବର୍ଷ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଉପସ୍ଥାପନ କରିଥିବା ବଜେଟକୁ ‘ଗ୍ରୀନ ବଜେଟ୍’ ବୋଲି କହିଛନ୍ତି। ଯେଉଁଥିରେ ମହିଳାଙ୍କ ପାଇଁ ରଖିଛନ୍ତି  ସ୍ୱତନ୍ତ୍ର ବ୍ୟବସ୍ଥା। ବଜେଟରେ ଜନଧନ ଯୋଜନା ଖାତାଧାରୀ ମହିଳାଙ୍କ ନିମନ୍ତେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଓଭର ଡ୍ରାଫ୍ଟ ସୁବିଧା ପ୍ରଦାନ କରାଯାଇଥିବା ବେଳେ  ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୁଦ୍ରାଋଣ ପ୍ରଦାନର ବ୍ୟବସ୍ଥା ମଧ୍ୟ ରଖିଛନ୍ତି।

{"id":130745}

କେବଳ ଜନଧନ ଯୋଜନା ନୁହେଁ ମହିଳା ଏସଏଚଜିଙ୍କୁ ମଧ୍ୟ ବଜେଟେରେ ଅର୍ଥମନ୍ତ୍ରୀ ଋଣ ସୁଧ ହାରରେ ବଡ ରିହାତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସରକାରରେ ଦେଶରେ ଜନଧନ ଯୋଜନା କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ପ୍ରତି ନାଗରିକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ବେଳେ ଯେଉଁମାନେ ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁନଥିଲେ ସେମାନଙ୍କୁ ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାର ସୁବିଧ ମିଳିଥିଲା। ଏଥିରେ ସେତେବେଳେ ପ୍ରତି ଖାତାଧାରୀଙ୍କ ଲାଗି ୨ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ଉପଲବ୍ଧ ହେଉଥିଲା। ହେଲେ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ମହିଳା ଖାତାଧାରୀଙ୍କ ଲାଗି ୫ ହଜାର ଟଙ୍କାର ଓଭରଡ୍ରାଫ୍ଟ ବ୍ୟବସ୍ଥା ରଖିଛନ୍ତି। ଆକାଉଣ୍ଟରେ ପଇସାଟେ ବି ନଥିଲେ ମହିଳା ଖାତାଧାରୀ ୫ ହଜାର ଟଙ୍କା ଉଠାଣ କରିପାରିବେ।

{"id":130746}

ସେହିପରି ଗତ ସରକାରରେ ଆରମ୍ଭ ହୋଇଥିବା ମୁଦ୍ରା ଯୋଜନାରେ ଏବେ ଜନଧନ ଯୋଜନା ଖାତାଧାରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ଏଥିରେ ଏହି ଯୋଜନାରେ ଖାତା ଖୋଲିଥିବା ମହିଳାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କଋଣ ପ୍ରଦାନ ନିମନ୍ତେ ବଜେଟରେ ବ୍ୟବସ୍ଥା ରଖିଛନ୍ତି ନିର୍ମଳା ସୀତାରମଣ। ଗତ ସରକାରରେ ମୁଦ୍ରା ଋଣ ସୁବିଧା ଯୋଗୁ ଦେଶରେ ରୋଜଗାରର ନୂଆ ଉତ୍ସ ସୃଷ୍ଟି ହୋଇ ପାରିଥିବା ସରକାର ଘୋଷଣା କରୁଥିଲେ। । ଯାହାର ଲାଭ ଏବେ ମହିଳାମାନେ ବି ପାଇ ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.