୨୦୧୯ରେ ଗୁଗୁଲ୍ରେ ସର୍ବାଧିକ ଏହି ହିନ୍ଦୀ ସିନେମାକୁ କରାଯାଇଛି ସର୍ଚ୍ଚ
12/12/2019 at 3:32 PM

ନୂଆଦିଲ୍ଲୀ ୧୨।୧୨ – ଶେଷ ହେବାକୁ ଯାଉଛି ବର୍ଷ ୨୦୧୯ । ଏବେ ସମସ୍ତେ ଅପେକ୍ଷା କରି ରହିଛନ୍ତି ୨୦୨୦ରେ ତାଙ୍କ ପାଇଁ କଅଣ ନୂଆ ରହିଛି । ସମୟ ଅନୁସାରେ ଆଉ କିଛି ପରିବର୍ତ୍ତନ ହେଉଛି ନାହିଁ । ତେବେ ପୁରୁଣା ସମୟର ଅନେକ ଭୁଲି ପାରି ନଥାନ୍ତି ।

ଶେଷ ହେଉଥିବା ବର୍ଷ ୨୦୧୯ର କିଛି ସ୍ମୃତିକୁ ସାଉଁଟିବା ପାଇଁ ଚେଷ୍ଟା କରିଛି ଗୁଗୁଲ୍ । ଗୁଗୁଲ୍ ସର୍ଚ୍ଚ ଇଞ୍ଜିନରେ ଚଳିତ ବର୍ଷ କେଉଁ ସବୁ ବିଷୟକୁ ଅଧିକ ସର୍ଚ୍ଚ କରାଯାଇଛି ସେ ବିଷୟରେ ସୂଚନା ଦିଆଯାଇଛି । ବିଭିନ୍ନ ଶ୍ରେଣୀରେ ଏହାକୁ ବିଭକ୍ତ କରାଯାଇଛି ।
ସିନେମାଠାରୁ ଆରମ୍ଭ କରି ସଙ୍ଗୀତ , ଖବର ଠାରୁ ଆରମ୍ଭ କରି ଫେସନ୍ ଏହି ପରି ଅନେକ ଶ୍ରେଣୀ ବା କାଟାଗୋରୀରେ ବିଭକ୍ତ କରାଯାଇ ଏହି ପରିସଂଖ୍ୟାନକୁ ପ୍ରକାଶ କରାଯାଇଛି ।

ଏପରି ଏକ ଶ୍ରେଣୀରେ ଅଛି ଲୋକପ୍ରିୟ ସିନେମା । ୨୦୧୯ରେ ଭାରତରେ କେଉଁ ସବୁ ସିନେମାକୁ ଅଧିକ ଖୋଜା ଯାଇଛି ବା ସର୍ଚ୍ଚ କରାଯାଇଛି ତାହାର ସୂଚୀ ବା ତାଲିକା ପ୍ରକାଶ କରାଯାଇଛି ।

ଭାରତରେ ୨୦୧୯ରେ କବିର ସିଂ ସିନେମାକୁ ସର୍ବାଧିକ ସର୍ଚ୍ଚ କରାଯାଇଛି । ଏହା ତଳକୁ ରହିଛି ଆଭେଞ୍ଜର ଏଣ୍ଡ ଗେମ୍ , ଏହି ତାଲିକାର ତୃତୀୟ ସ୍ଥାନରେ ଜୋକର, ଚତୁର୍ଥ ସ୍ଥାନରେ କ୍ୟାପଟେନ୍ ମାର୍ଭେଲ, ପଞ୍ଚମ ସ୍ଥାନରେ ସୁପର 30 , ଷଷ୍ଠ ସ୍ଥାନରେ ମିସନ ମଙ୍ଗଲ୍, ସପ୍ତମ ସ୍ଥାନରେ ଗଲି ବୟ, ଅଷ୍ଟମ ସ୍ଥାନରେ ଓ୍ୱାର , ନବମ ସ୍ଥାନରେ ହାଉସ୍ଫୁଲ୍ ଓ ଦଶମ ସ୍ଥାନରେ ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍ ରହିଛି ।