Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମୋଦି, ରାହୁଲ, ନବୀନ ଏବଂ ନିରଂଜନଙ୍କ ଜାତକ କ’ଣ କହୁଛି ୨୦୧୯ ପାଇଁ, ପଢନ୍ତୁ ପ୍ରସିଦ୍ଧ ଜ୍ୟୋତିର୍ବିଦଙ୍କ ଗଣନା

31/12/2018 at 6:45 PM

ଭୁବନେଶ୍ବର ୩୧|୧୨: ନୂଆ ବର୍ଷ ନିର୍ବାଚନର ବର୍ଷ । ରାଜନେତାଙ୍କ ଭାଗ୍ୟକୁ ନେଇ ବିଶେଷଜ୍ଞମାନେ ଚର୍ଚ୍ଚା, ସମୀକ୍ଷା କରୁଛନ୍ତି । ଆଉ ଏତିକିବେଳେ ରାଶି, ନକ୍ଷତ୍ରକୁ ନେଇ ସମୀକ୍ଷା କେମିତି ନ ହେବ ? ମୋଦି, ରାହୁଲ, ନବୀନଙ୍କ ଭାଗ୍ୟକୁ ନେଇ ଜ୍ୟୋତିଷମାନେ ବି ଅଙ୍କ କଷିଛନ୍ତି ।  କାହା ପଲ୍ଲା ଭାରି ରହିବ, ଆଉ କିଏ ତଳକୁ ଖସିବ ସେ ନେଇ କଣ ପୂର୍ବାନୁମାନ ହେଉଛି

୧୯ ସିଂହାସନରେ କିଏ ବସିବ ? କଣ କହୁଛି ରାଶି ନକ୍ଷତ୍ର ? ରେକର୍ଡ ପଞ୍ଚମ ଥର ଲାଗି ବାଜି ମାରିବେ କି ନବୀନ ? ମୋଦି କଣ ଦ୍ବିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନା ରାହୁଲ୍ ଦେବେ ଚେକ୍ ? ରାଶି, ନକ୍ଷତ୍ରକୁ ଆଧାର କରି ଏ ସବୁ ପ୍ରଶ୍ନର ପୂର୍ବାନୁମାନ କରୁଛନ୍ତି ଜ୍ୟୋତିଷ। ବିଶିଷ୍ଟ ଜ୍ୟୋତିଷାଚାର୍ଯ୍ୟ କ୍ୟାପ୍ଟେନ ମାନସ ରଂଜନ ସ୍ବାଇଁଙ୍କ ଗଣନା ଅନୁଯାୟୀ-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଶି ମିଥୁନନକ୍ଷତ୍ର ମୃଗଶିରା। ଆଉ ରାଶିରେ ଏବେ ଚାଲିଛି କେତୁ ମହାଦଶା। ଯାହା ନବୀନଙ୍କୁ ବିରୋଧୀଙ୍କୁ ଠାରୁ ଢେର୍ ଆଗରେ ରଖୁଛି। ଯାହାର ସିଧା ଲାଭ ପାଇବ ବିଜେଡି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ରାଶି ବିଛା, ନକ୍ଷତ୍ର ଅନୁରାଧା। ମାର୍ଚ୍ଚ ଯାଏଁ ମୋଦିଙ୍କ ଲାଗି ପ୍ରତିକୂଳ ରହିଛି ନକ୍ଷତ୍ର। ହେଲେ ମାର୍ଚ୍ଚ ପରେ ହଠାତ୍ ଦଶା ତାଙ୍କ ଅନୁକୂଳରେ ହେବ। ମାନେ ଠିକ୍ ନିର୍ବାଚନ ବେଳକୁ ପୁଣି ମୋଦି ହାୱା ବଢିବ। ସେପଟେ ଜ୍ୟୋତିଷାଚାର୍ଯ୍ୟ ତ୍ରିନନ୍ଦନ ମିଶ୍ରଙ୍କ ଗଣନା ବି ଠିକ୍ ସେମିତି କିଛି ଇସାରା କରୁଛି। ମୋଦିଙ୍କ ରାଶି ତାଙ୍କୁ ଓଡ଼ିଶାକୁ ବାରମ୍ବାର ଆସିବାକୁ ଆକର୍ଷିତ କରିବ ବୋଲି ତ୍ରିନନ୍ଦନ କହିଛନ୍ତି।

ସେପଟେ କ୍ୟାପ୍ଟେନ ମାନସ ସ୍ବାଇଁଙ୍କ ଗଣନା ଅନୁସାରେ ରାହୁଳଙ୍କ ଲାଗି ମାର୍ଚ୍ଚ ଯାଏଁ ରାଶି ନକ୍ଷତ୍ର ଶୁଭ ଫଳ ଦେଉଥିବା ବେଳେ, ଠିକ୍ ନିର୍ବାଚନ ବେଳକୁ ଚିତ୍ର ଓଲଟିବ। ଆଉ ଓଡ଼ିଶାରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଲାଗି ଫେବ୍ରୁଆରୀ ପରେ ସ୍ଥିତିରେ ଉନ୍ନତି ହେଉଥିଲେ ବି କଂଗ୍ରେସ ନିର୍ବାଚନରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବ ବୋଲି ତାଙ୍କ ଗଣନା କହୁଛି। ଅନ୍ୟପକ୍ଷରେ, ତ୍ରିନନ୍ଦନଙ୍କ ଗଣନା ଅନୁସାରେ ଓଡ଼ିଶାରେ ବିଜେପିର ଚେହେରା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଶି ତୁଳା। ନିର୍ବାଚନରେ ସେ ପ୍ରଭାବୀ ହେବେ ନିଶ୍ଚୟ। ଯାହା ବିଜେପିର ଭୋଟ୍ ହାର ପୂର୍ବ ନିର୍ବାଚନଠାରୁ ବଢାଇବ।

ଭୋଟର ନିର୍ଦ୍ଧାରଣ କରିବେ କିଏ ବସିବ ୨୦୧୯ ସିଂହାସନରେ। ହେଲେ ରାଶି, ନକ୍ଷତ୍ରରେ ଖୋଦ୍ ନେତାମାନେ ବି ବିଶ୍ବାସ କରୁଥିବା ଅନେକ ଥର ଦେଖିବାକୁ ମିଳିଛି। ଆଉ ଏହି ପୂର୍ବାନୁମାନକୁ ଯଦି ବିଶ୍ବାସକୁ ନେବା ତେବେ ୧୯ରେ ଦଳମାନଙ୍କ ସଂଖ୍ୟାରେ ପରିବର୍ତ୍ତନ ହେବ ହେଲେ ଶାସନରେ ନୁହେଁ।  

   Related Posts