Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||

୨୦୧୯ ନିର୍ବାଚନ: ଉତ୍ତର ପ୍ରଦେଶରେ ବିଜେପିର ପ୍ରଦର୍ଶନ ୨୦୧୪ଭଳି ହେବ ନା ଆଉ କିଛି ?

17/05/2019 at 7:20 PM

ଭୁବନେଶ୍ବର୧୭|୫: ମେ ୧୯ରେ ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ଆରମ୍ଭ ହୋଇଯିବ ଭୋଟଗଣତି ପାଇଁ ଅବଗଣନା।  ନିର୍ବାଚନ ଫଳାଫଳକୁ ନେଇ ସବୁ ରାଜନୈତିକ ଦଳ ସନ୍ଦିହାନ ରହିଥିବାବେଳେ ଏବେ ସମସ୍ତଙ୍କ ନଜର ଉତ୍ତରପ୍ରଦେଶରେ କଣ ରହିବ ବିଜେପିର ସ୍ଥିତି। ଉତ୍ତରପ୍ରଦେଶରେ ବିଜେପି ୨୦୧୪ର ପ୍ରଦର୍ଶନ ଦୋହାରାଇପାରିବ କି ତାରି ନେଇ ଚାଲିଛି ଅଙ୍କକଷା।

କଣ ରହିବ ୨୦୧୯ ର ଜନାଦେଶ?  ପୁଣି ଥରେ ଉତ୍ତରପ୍ରଦେଶରେ ବିଜେପି ପଦ୍ଣ ଫୁଟାଇ ପାରିବ କି ? ମୋଦିଙ୍କୁ ନେତୃତ୍ବରେ ବିଜେପି ପୁଣି ଥରେ କେନ୍ଦ୍ରରେ ଏକ ସ୍ଥିର ଓ ସୁଦୃଢ ଶାସନ ଦେଇପାରିବ କି ? ଉତ୍ତରପ୍ରଦେଶରେ ବିଜେପି ୨୦୧୪ର ପ୍ରଦର୍ଶନ ଦୋହରାଇପାରିବ କି ? ରାଜ୍ୟରେ ବଦଳୁଥିବା ରାଜନୈତିକ ସମୀକରଣ ନେଇ ଏମିତି ଏକ ଚିତ୍ର ଆଙ୍କିଛନ୍ତି ରାଜନୈତିକ ସମୀକ୍ଷକ।

ରାଜନୈତିକ ସମୀକ୍ଷକଙ୍କ ଆକଳନ କହୁଛି ବିଜେପି ପାଇଁ ୨୦୧୪ର ପ୍ରଦର୍ଶନକୁ ୨୦୧୯ରେ ଦୋହରାଇବା କେବଳ ମୁସ୍କିଲ ହି ହେବନି ନାମୁମକିନ ହେବ। ଏମତି କହିବା ପଛରେ ରହିଛି ଦୁଇଟି କାରଣ।  ଗୋଟିଏ ହେଉଛି  ରାଜ୍ୟରେ ବଦଳିଥିବା ରାଜନୈତିକ ସମୀକରଣ। ୨୦୧୪ରେ ମୋଦି ହାୱାରେ ବିଜେପି ଉତ୍ତରପ୍ରଦେଶର ୮୦ରୁ ୭୧ଟି ଆସନରେ ବାଜିମାତ୍ କରିଥିଲା। ବାକି ଦୁଇଟି ଆସନ ସହଯୋଗୀଙ୍କ ଖାତାକୁ ଯିବାପରେ ବିଜେପି ପାଇଁ ଦିଲ୍ଲା ରାସ୍ତା ଏକରକମ ସାଫ୍ ହୋଇଥିଲା।

ହେଲେ  ୨୦୧୪ର ସ୍ଥିତି ଏବେ ୟୁପିରେ ନାହିଁ। ୨୦୧୯ରେ ଦୁଇ ପାରମ୍ପିରକି ରାଜନୈତିକ ପ୍ରତିଦ୍ବନ୍ଦ୍ବି ଏସପି –ବିଏସପି ଏବଂ ଅଜିତ ସିଂଙ୍କ ନେତୃତ୍ବରେ ଆରଏଲଡି ମହାମେଣ୍ଟ କରି ବିଜେପି ସହ କଡା ପ୍ରତିଦ୍ବଦ୍ବିତା କରୁଛନ୍ତି। ସେପଟେ କଂଗ୍ରେସ ଏହି ମେଣ୍ଟରେ ନଥିଲେ ବି ଆମେଥି ଓ ରାଏ ବରେଲିରେ ଦୁଇଟି ଆସନରେ ଏକାକୀ ନିର୍ବାଚନ ଲଢୁଛି। ନିର୍ବାଚନ ଫଳାଫଳ ପରେ ଯଦି ଆବଶ୍ୟକ ପଡେ ବିଜେପିକୁ କ୍ଷମତାରୁ ଦୂରେଇବା ଲାଗି ତେବେ କଂଗ୍ରେସ, ମେଣ୍ଟ ପଟକୁ ଢଳିବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବନି।

ଆଉ ଯଦି ଜନାଦେଶ ବିରୋଧୀ ମେଣ୍ଟକୁ ଯାଏ ତେବେ ବିଜେପି ପାଇଁ ୟୁପି ହାତେଇବା କଷ୍ଟ ହୋଇଯିବ। ଦ୍ବିତୀୟ କାରଣଟି ହେଉଛି ଲୋକଙ୍କ ମୋଦି ସରକାରଙ୍କ ବିରୋଧରେ ଥିବା ପୁଞ୍ଜିଭୁତ ଅସନ୍ତୋଷ। ୨୦୧୪ରେ ଉତ୍ତରପ୍ରଦେଶର ଜନତା ମୋଦିଙ୍କ ଉପରେ ରଖିଥିଲେ ଅଖଣ୍ଡ ବିଶ୍ବାସ । ତିନି ବର୍ଷ ପରେ ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ମୋଦିଙ୍କ ଉପରେ ଲୋକଙ୍କ ଏହି ବିଶ୍ବାସ କାଏମ ରହିଥିଲା।

 ନିଯୁକ୍ତି, ଚାଷ ଓ ଚାଷୀଙ୍କ ସମସ୍ୟା, ଶିକ୍ଷା, ସ୍ବାସ୍ଥ୍ୟ ଓ ଦୁର୍ନୀତିମୁକ୍ତ ସମାଜ-  ଏମିତ ଅନେକ ମୋଦିଙ୍କ ପ୍ରତିଶ୍ରୁତିକୁ ଲୋକି ଆଖିବୁଜି ବିଶ୍ବାସ କରିନେଇଥିଲେ। ତେବେ ଏସବୁ କ୍ଷେତ୍ରରେ ଲୋକଙ୍କୁ କେବଳ ନିରାଶ ହେବାକୁ ପଡିଛି। ତେଣୁ ଲୋକେ ମୋଦିଙ୍କ ଉପରେ ଯେ ଆଉଥରେ ଆସ୍ଥା ରଖିବେ ସେ ବିଶ୍ବାସ  କମ୍ ଲାଗୁଛି।

   Related Posts