Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ନିର୍ବାଚନ ପାଇଁ ବରଗଡରେ ଜୋରଦାର ପ୍ରଚାର, ଘର ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ

9/04/2019 at 9:54 AM

ବରଗଡ ୯|୪ : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୮ ତାରିଖରେ ହେବାକୁ ଥିବାବେଳେ ଏବେ ବରଗଡରେ ଜୋରଧରିଛି ପ୍ରଚାର । ସଭା ଶୋଭାଯାତ୍ରାରେ କମ୍ପୁଛି ପୁରା ପରିବେଶ । ଘର ଘର ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଫୋକସରେ ରହିଛି ବରଗଡ ଜିଲ୍ଲାର ୫ ବିଧାନସଭା ନିର୍ବାଚନ ମଣ୍ଡଳୀ ।

ଦିନେ କଂଗ୍ରେସର ଗଡ କୁହାଯାଉଥିବା ବରଗଡ ଏବେ ବିଜୁ ଜନତା ଦଳ ଅକ୍ତିଆର ରହିଛି । କିନ୍ତୁ ୨୦୦୯ରେ ପୁଣି ଥରେ ଏହି ଆସନଟି କଂଗ୍ରେସ ହାତକୁ ଚାଲି ଆସିଥିଲା । ହେଲେ ୨୦୧୪ରେ ଏହି ଆସନଟି  ବିଜେଡି ର ଦେବେଶ ଆଚାର୍ଯ୍ୟ ହାତେଇଥିଲେ । ବିଜେଡି ପୁଣି ଦେବେଶ ଆଚାର୍ଯ୍ୟଙ୍କୁ ଏଥର ଟିକେଟ୍ ଦେଇଛି ।

ସେହିପରି ବିଜେପି ଅଶ୍ବିନୀ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ନିପନ ଦାଶ । କିଏ ବେକାରୀ ସମସ୍ୟା, ଶିଳ୍ପାୟନକୁ ମୁଦ୍ଧା କରିଥିବା ବେଳେ ଆଉ କିଏ ସ୍କୁଲ କଲେଜ, ସଭାଗୃହ, ପାନୀୟଜଳ ପରି ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି । ତେବେ ଏଥର ବରଗରେ ନିର୍ବାଚନ ବେଶ୍ ରୋଚକ ହେବ ବୋଲି ଆଶା କରାଯାଉଛି ।

   Related Posts