ଓସ୍କାର ଆୱାର୍ଡ୨୦୧୯: ଭାରତର ଏହି ଗାଉଁଳି ଝିଅଟି ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଦିନ ହେଉଛି ଫେବୃଆରୀ ୨୪ ତାରିଖ, ସମଗ୍ର ଦେଶ ବି କରିଛି ଅପେକ୍ଷା
22/02/2019 at 5:02 PM

ଉତ୍ତର ପ୍ରଦେଶର ହାପଡ ଜିଲ୍ଲା କାଠିଖେଡା ଗାଁର ନିବାସି ସ୍ନେହକୁ ନେଇ ତିଆରି ହୋଇଥିବା ଫିଲ୍ମ “ପିରିଅଡ ଏଣ୍ଡ ଅଫ ସେଣ୍ଟେନ୍ସ” ଓସ୍କାର ଆୱାର୍ଡ ପାଇଁ ନମିନେଟ କରାଯାଇଛି। ଏହି ଚଳଚ୍ଚିତ୍ର ନାରୀ ସ୍ୱାସ୍ଥ ସଚେତନତା ଉପରେ ଆଧାରିତ । ସ୍ନେହ ତାଙ୍କ ସାଙ୍ଗଙ୍କ ସହ ମିଶି ଗାଁରେ ସାନିଟାରୀ ପ୍ୟାଡ ତିଆରି କରିବାର ଉଦ୍ୟମ କରିଥିଲେ। ଓସ୍କାର ଆୱାର୍ଡ ପାଇବା ଖୁସିରେ ଗୁରୁବାର ଦିନ ଦିଲ୍ଲୀ ଏୟାରପୋର୍ଟରୁ ଆମେରିକା ବାହାରିଥିଲେ ପୁରା ଟିମ୍। ଆୱାର୍ଡ ପାଇଁ ୫ଟି ଫିଲ୍ମ ବଛା ଯାଇଛି। ଭାରତରୁ କେବଳ ଏହି ପିଲ୍ମ ନୋମିନେଟ ହୋଇଛି। ଫେବୃଆରୀ ମାସ ୨୪ ତାରିଖରେ ଏହି ଫିଲ୍ମର ଆୱାର୍ଡ ଘୋଷଣା କରାଯିବ।

କାଠିଖେଡା ଗାଁର ସ୍ନେହା ନିଜ ସାଙ୍ଗଙ୍କ ସହ ମିଶି ଗାଁର ମହିଳା ସମିତିଙ୍କ ମାଧ୍ୟମରୁ ଏହି ସେନିଟାରି ପ୍ୟାଡ ତିଆରି କରନ୍ତି। ଏହି ପ୍ୟାଡ ଗାଁର ମହିଳା ଓ ନାରୀ ସଶକ୍ତିକରଣ ପାଇଁ କାମ କରୁଥିବା ସଂସ୍ଥା ଏକ୍ସନ ଇଂଡିୟାକୁ ମଧ୍ୟ ସପ୍ଲାଏ କରାଯାଏ। ତେବେ ଏହି କାର୍ଯ୍ୟ ପାଇଁ ସବୁ ମହିଳା ବେଶ ଖୁସି। ଗ୍ରେଟର ନୋଏଡାର ନିବାସୀ ଓ ଟିମ ସଦସ୍ୟ ସୁଲେଖା କହିଛନ୍ତି ଯେ ଗାଁର ୬ଜଣ ମହିଳା ଆମେରିକା ଯାଉଛନ୍ତି। ଦିଲ୍ଲୀ ଡିଫେନ୍ସ କଲନୀରେ ରହୁଥିବା, ସଂସ୍ଥାର ନିର୍ଦ୍ଦେଶିକା ଗୌରୀ ଚୌଧୁରୀ ୧୭ ଫେବୃଆରୀରୁ ଆମେରିକା ଯାଇସାରିଛନ୍ତି। କାଠିଖେଡା ଗାଁର ସ୍ନେହ, ସୁମନ ଓ ଦିଲ୍ଲୀର ଆଜିୟା, ମନ୍ଦାକିନୀ ଗୁରୁବାର ରାତିରେ ଆମେରିକା ଯିବା ପାଇଁ ବାହାରିଥିଲେ। ଏହି ଚଳଚ୍ଚିତ୍ର କାଠିଖେଡାର ଏକ ଝିଅ ଉପରେ ଆଧାରିତ। ଯେତେବେଳେ ମହିଳାଙ୍କୁ ପିରିଅଡ ବିଷୟରେ ପଚର ଉଚରା କରାଯାଏ ସେମାନେ କିଛି କୁହନ୍ତି ନାହିଁ। ସ୍କୁଲରେ ପୁଅ ପିଲାଙ୍କୁ ପଚାରିଲେ, ସ୍କୁଲରେ ଘଣ୍ଟି ବାଜି ଆଉ ଏକ କ୍ଲାସ ଆରମ୍ଭ ହେବାକୁ ପିରିଅଡ କୁହାଯାଏ ବୋଲି କୁହନ୍ତି। ତେବେ ଏହି ବିଷୟରେ ଫିଲ୍ମରେ ଦେଖାଯାଇଛି।

ସାଧାରଣ ଚାଷୀ ରାଜେନ୍ଦ୍ରଙ୍କ ୨୨ ବର୍ଷର ଝିଅ ସ୍ନେହ ପିଲା ବେଳୁ ପୋଲିସରେ ଭର୍ତ୍ତି ହେବାର ସ୍ୱପ୍ନ ଦେଖୁଥିଲେ। ଆଜି ଯାଏଁ ସ୍ନେହ ନିଜ ଗାଁରୁ ମଧ୍ୟ ବାହାରକୁ ଯାଇନାହାନ୍ତି। ମାଁ ବାପା ତାଙ୍କ ପାଇଁ ସବୁ କିଛି ବୋଲି ସ୍ନେହ କହିଛନ୍ତି । ସେ ପୋଲିସରେ ଭର୍ତ୍ତି ହେବା ପାଇଁ ଜୋର ସୋରରେ ଲାଗିଥିଲେ। ସ୍ନେହଙ୍କ ଭାଉଜ ସୁମନ ଗାଁରେ ସାନିଟାରୀ ପ୍ୟାଡ ତିଆରି ମେସିନ ବସାଇବା ସମ୍ପର୍କରେ କଥା ବାର୍ତ୍ତା କରୁଥିଲେ। ସୁମନ ଏକ୍ସନ ଇଂଡିୟା ସଂସ୍ଥାରେ କାମ କରୁଥିଲେ। ସ୍ନେହ ଏଥିରେ କାମ କରି ପାରିବେ କି ନାହିଁ ବୋଲି ତାଙ୍କୁ ସୁମନ ପଚାରିଥିଲେ। ସୁମନଙ୍କର ଅଫରକୁ ମନା କରିନଥିଲେ ସ୍ନେହ କାରଣ ତାଙ୍କୁ କୋଚିଙ୍ଗ କ୍ଲାସ ପାଇଁ ଟଙ୍କା ରୋଜଗାର କରିବା ଜରୁରୀ ଥିଲା। ମାଁ ଉର୍ମିଳା ମଧ୍ୟ ଝିଅକୁ ଏହି କାମ ପାଇଁ ମନା କରିନଥିଲେ। ତାଙ୍କ ବାପାଙ୍କୁ କୁହା ଯାଇଥିଲା ଯେ ଏହି ସଂସ୍ଥା ଛୋଟ ପିଲାଙ୍କର ଡାଇପର ତିଆରି କରିବାର କାମ କରେ। ଏହି ସଂସ୍ଥାରେ କାମ କରୁଥିବା ସ୍ନେହଙ୍କ ସାଙ୍ଗ ରାଖିଙ୍କର ଶିକ୍ଷତ୍ରୀ ହେବାର ସ୍ୱପ୍ନ ଥିଲା।
