ଓସ୍କାର ଆୱାର୍ଡ ୨୦୧୯: ଭାରତୀୟ ସିନେମା “ପିରିଅଡ ଏଣ୍ଡ ଅଫ୍ ସେଣ୍ଟେନ୍ସ”କୁ ମିଳିଲା ପୁରସ୍କାର

Published By : Prameya-News7 Bureau | February 25, 2019 IST

ନୂଆଦିଲ୍ଲୀ ୨୫|୨: ଭାରତୀୟ ଫିଲ୍ମ “ପିରିଅଡ ଏଣ୍ଡ ଅଫ୍‌ ସେଣ୍ଟେନ୍ସ”କୁ ବେଷ୍ଟ ଡକ୍ୟୁମେଣ୍ଟାରି ସର୍ଟ ସବ୍‌ଜେକ୍ଟର ଆୱାର୍ଡ ମିଳିଛି। ଭାରତରୁ କେବଳ ଏହି ପିଲ୍ମ ନୋମିନେଟ ହୋଇଥିଲା। ଆମେରିକାର କ୍ୟାଲିଫର୍ଣିଆରେ ସିନେମା ଜଗତର ସବୁଠୁ ଆଲାର୍ଡ ଉତ୍ସବ ଓସ୍କାର ଆୱର୍ଡର ଆୟୋଜନ କରାଯାଇଛି। ମେକ୍ସିକୋରେ ନିର୍ଦ୍ଦେଶକ ଅଲ୍‌ଫଁସୋ କୁରୋଁଙ୍କର ‘ରୋମା’ କୁ ବିଦେଶୀ ଭାଷା ଫିଲ୍ମ ମଧ୍ୟରୁ ସର୍ବଶ୍ରେଷ୍ଠ ଫିଲ୍ମର ପୁରସ୍କାର ମିଳିଛି। ଏହି ଶ୍ରେଣୀର ପୁରସ୍କାର ପ୍ରଥମ ଥର ପାଇଁ ମେକ୍ସିକୋର ଏକ ଫିଲ୍ମକୁ ମିଳିଛି।

{"id":88667,"width":595,"height":334}

ଭାରତୀୟ ଫିଲ୍ମ “ପିରିଅଡ ଏଣ୍ଡ ଅଫ ସେଣ୍ଟେନ୍ସ” ନାରୀ ସ୍ୱାସ୍ଥ ସଚେତନତା ଉପରେ ଆଧାରିତ। ଏହା ସହ ଫିଲ୍ମ ‘ରୋମା’ର ନିର୍ଦ୍ଦେଶକ କୁରୋଁଙ୍କୁ ସିନେମାଟୋଗ୍ରାଫି ପାଇଁ ମଧ୍ୟ ଓସ୍କାର ମିଳିଛି। ତାଙ୍କ ସିନେମା ରିଲିଜ ହେଲା ପରେ ଏହି ଫିଲ୍ମ ସିନେମାଟୋଗ୍ରାଫି ପାଇଁ ଚର୍ଚ୍ଚାରେ ଥିଲା। ରୋମା ଫିଲ୍ମରେ ମେକ୍ସିକୋର ୧୯୭୦ ମସିହାର କାହାଣୀ ଦେଖା ଯାଇଛି। କୁରୋଁଙ୍କର ଏହି ବ୍ଲାକ ଏଣ୍ଡ ହ୍ୱାଇଟ୍‌ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଏହା ସହ ସ୍ପାଇଡର ମ୍ୟାନ ଇନଟୁ ଦ ସ୍ପାଇଡର ଭର୍ସକୁ ସର୍ବଶ୍ରେଷ୍ଠ ଏନିମେଟେଡ ଫିଲ୍ମର ପୁରସ୍କାର ମିଳିଛି। ହଲିଉଡ ଜଗତର ବ୍ଲାକ୍‌ ପ୍ୟାନ୍ଥର କଷ୍ଟ୍ୟୁମ ଡିଜାଇନର ରୁଥ ଇ କାର୍ଟରଙ୍କୁ ବେଷ୍ଟ କଷ୍ଟ୍ୟୁମ ଡିଜାଇନ ପାଇଁ ଓସ୍କାର ମିଳିଛି। ପ୍ରଥମ ଥର ପାଇଁ ମାର୍ଭଲ ସିନେମେଟିକ୍‌ ୟୁନିଭର୍ସ ଫିଲ୍ମ ଷ୍ଟୁଡିକୁ ଓସ୍କାର ପୁରସ୍କାର ମିଳିଛି।  

{"id":88668,"width":596,"height":546}

-ପପ୍‌ ସୁପରଷ୍ଟାର ଲେଡି ଗାଗାଙ୍କୁ ଏ ଷ୍ଟାର ଇଜ ବର୍ନର ଶୈଲୋ ଗୀତ ପାଇଁ ଓସ୍କାର ଆୱାର୍ଡ ଦିଆଯାଇଛି। ଗାଗାଙ୍କର ଜୀବନରେ ମଧ୍ୟ ତାଙ୍କୁ ପ୍ରଥମ ଥର ପାଇଁ ଓସ୍କାର ଆୱାର୍ଡ ମିଳିଛି।

- ଗ୍ରୀନ ବୁକ୍‌କୁ ସର୍ବଶ୍ରେଷ୍ଠ ଫିଲ୍ମ ପାଇଁ ପୁରସ୍କାର ମିଳିଛି।

- ଦ ଫେବରାଇଟ୍‌ ପାଇଁ ଓଲିଭିଆ କ୍ୟାମଲନଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ଆୱାର୍ଡ ମିଳିଛି।

- ବହେମିୟନ ରୈପସ୍ଡୀ ପାଇଁ ରାମି ମଲେକଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ପୁରସ୍କାର ମିଳିଛି।

- ରେଜିନା କିଂଗଙ୍କୁ ବେଷ୍ଟ ସପୋର୍ଟିଙ୍ଗ ଅଭିନେତ୍ରୀର ପୁରସ୍କାର ମିଳିଛି।

-ମାହର୍ଶାଲା ଅଲ୍ଲୀଙ୍କୁ ବେଷ୍ଟ ସପୋର୍ଟିଙ୍ଗ ଅଭିନେତାର ପୁରସ୍କାର ମିଳିଛି।

- ଫଷ୍ଟ ମ୍ୟାନ ଫିଲ୍ମକୁ ବେଷ୍ଟ ଭିଜୁଆଲ ଇଫେକ୍ଟର ଆୱାର୍ଡ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.