Wednesday, June 26, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ସମୟର ଅପେକ୍ଷା, ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ

ଭୁବନେଶ୍ବର ୨୩|୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ।  ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ  ଭୋଟ ଗଣତି ହେବ । ଯାହା ମଧ୍ୟରେ ରହିଛି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ । ୭ଟି ପର୍ଯ୍ୟାୟରେ ସାରା ଦେଶରେ ନିର୍ବାଚନ ହୋଇଥିବା ବେଳେ ୫୪୨ଟି ଲୋକସଭା ଆସନ ପାଇଁ ୯ ହଜାରରୁ ଅଧିକ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ସେହିପରି ଦେଶର ୯୦.୯୯ କୋଟି ଭୋଟରଙ୍କ ମଧ୍ୟରୁ ୬୭.୧୧ ପ୍ରତିଶତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ ଯାହା ଦେଶର ଇତିହାସରେ ସର୍ବକାଳୀନ ରେକର୍ଡ । ତେବେ ରେଜଲ୍ଟ ଘୋଷଣାରେ ୪ରୁ ୫ ଘଣ୍ଟା ବିଳମ୍ବ ହେବାର ସମ୍ଭାବନା ରହିଛି । କାହିଁକି ନା  ପ୍ରଥମ ଥର ପାଇଁ ଇଭିଏମ୍ ସହିତ ଭିଭିପାଟ ସ୍ଲିପ୍ ମେଳ କରାଯିବ । ପ୍ରତି ଲୋକସଭା ଓ ବିଧାନସଭାର ୫ଟି ଲେଖାଏଁ ବୁଥ୍ ରେ ଏହି ମେଳ କରାଯିବ । କାଉଣ୍ଟିଂ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । 

କେବଳ ଆମ ରାଜ୍ୟ କଥା ବିଚାରକୁ ନେଲେ, ଓଡ଼ିଶାରେ ୬୩ଟି କାଉଣ୍ଟିଂ ସେଣ୍ଟର କରାଯାଇଛି ।  ଗଣତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୬ହଜାରରୁ ଅଧିକ କର୍ମଚାରୀ ।  ପ୍ରତି ଗଣତି କେନ୍ଦ୍ରରେ ଲୋକସଭା ପାଇଁ ୭ଟି ଏବଂ ବିଧାନସଭା ପାଇଁ ୭ଟି ଟେବୁଲ୍ ହିସାବରେ ମୋଟ ୨୪୬୨ ଟେବୁଲରେ ଚାଲିବ ରାଉଣ୍ଡ ପରେ ରାଉଣ୍ଡ ଗଣତି କରାଯିବ । ପ୍ରତ୍ୟେକ ଟେବୁଲରେ ଜଣେ ମାଇକ୍ରୋ ଅବଜରଭରଙ୍କ ସମେତ ୩ଜଣ ଅଧିକାରୀ ରହିବେ । କାଉଣ୍ଟିଂ ସେଣ୍ଟରରେ ଇଲେକଟ୍ରୋନିକ୍ସ ସାମଗ୍ରୀ ବ୍ୟାନ କରାଯାଇଛି ।

ପ୍ରଥମେ ପୋଷ୍ଟାଲ ବାଲଟ୍ ଓ ପରେ ଇଭିଏମ୍ ଗଣତି ହେବ । ତେବେ ଏଥିପାଇଁ ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ ଖୋଲିବା ଠାରୁ ଭୋଟ ଗଣତି ପର୍ଯ୍ୟନ୍ତ ଭିଡିଓଗ୍ରାଫି କରାଯିବା ସହ ସିସିଟିଭି ରେକର୍ଡ କରାଯିବ ।

109 Views

   ସମ୍ବନ୍ଧିତ ଖବର