Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାଜ୍ୟରେ ବିଜେପିର ୩ ଓ ବିଜେଡିର ଜଣେ ଲୋକସଭା ପ୍ରାର୍ଥୀ ଆଗୁଆ

23/05/2019 at 8:50 AM

ଭୁବନେଶ୍ବର ୨୩|୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ଟାରୁ ଆରମ୍ଭ ହୋଇଛି କାଉଣ୍ଟିଂ । ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ  ଭୋଟ୍ ଗଣତି । ରାଜ୍ୟର ୬୩ଟି କାଉଣ୍ଟିଂ ସେଣ୍ଟରରେ କାଉଣ୍ଟିଂ ଜାରି ରହିଛି ।

ଢେଙ୍କାନାଳରେ ବିଜେପିର ରୁଦ୍ର ନାରାୟଣ ପାଣି ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ, ସୁନ୍ଦରଗଡରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଆଗରେ ରହିଥିବା ବେଳେ କୋରାପୁଟରେ ବିଜେଡି ପ୍ରାର୍ଥୀ ରମେଶ ମାଝୀ ଆଗୁଆ ରହିଥିବା ଖବର ମିଳିଛି ।

ଢେଙ୍କାନାଳରେ ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କ ସହ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କର ଟକ୍କର ହେଉଛି । ସେହିଭଳି ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓଙ୍କ ସହ ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓଙ୍କ ସିଧାସଳଖ ପ୍ରତିନ୍ଦ୍ବନ୍ଦ୍ବିତା ହେଉଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଏଠାରେ ତୃତୀୟ ସ୍ଥାନରେ ରହିଛନ୍ତି । ସେହିଭଳି କୋରାପୁଟ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଓ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ରମେଶ ମାଝୀ ପ୍ରଥମ ପର୍ଯ୍ୟାୟ ଗଣତିରେ ଆଗୁଆ ରହିଛନ୍ତି ।

   Related Posts