ଆମେଥିରେ ରାହୁଲ ଓ ସ୍ମୃତିଙ୍କ ମଧ୍ୟରେ କଡା ଟକ୍କର : ୪୩୦୦ ଭୋଟରେ ସ୍ମୃତି ଇରାନୀ ଆଗୁଆ
23/05/2019 at 10:55 AM

ନୁଆଦିଲ୍ଲୀ ୨୩ /୫ : ଲୋକସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି । ନିର୍ବାଚନରେ ବିଜୟ ହାସଲ ପାଇଁ ସମସ୍ତ ଦଳ ବିଭିନ୍ନ ଫିଲ୍ମ ଅଭିନେତା ଅଭିନେତ୍ରୀଙ୍କୁ ଟିକେଟ ଦେଇଥିଲା । ପଶ୍ଚିମବଙ୍ଗରୁ ତ୍ରୁଣମୂଳ କଂଗ୍ରେସ ୫ଜଣ ବଡ ବଡ ଫିଲ୍ମ ତାରକା ନିର୍ବାଚନ ଲଢିଛନ୍ତି । ଏପର୍ଯ୍ୟନ୍ତ ମିଳିଥିବା ଖବର ଅନୁଯାୟୀ, ଉତ୍ତର ପ୍ରଦେଶ ଅମେଥି ଲୋକସଭା ଆସନରୁ ସ୍ମୃତି ଇରାନୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ କଡା ଟକ୍କର ଚାଲିଛି | ତାଜା ଖବର ଅନୁଯାୟୀ, ସ୍ମୃତି ଇରାନୀ ୪୩୦୦ ଭୋଟରେ ଆଗୁଆ ଅଛନ୍ତି । ଅମେଥି ସହ ରାହୁଲ ଗାନ୍ଧୀ କେରଳ ୱାଇନାଡ ଆସନରୁ ମଧ୍ୟ ଲଢୁଛନ୍ତି । ୱାଇନାଡରେ ରାହୁଲ ଗାନ୍ଧୀ ଆଗୁଆ ଅଛନ୍ତି ।