Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି କୁରୁକ୍ଷେତ୍ରରେ ବିଜେପିର ‘କୃଷ୍ଣ’ ମୋଦି ଫୁଙ୍କିବେ ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ଶଙ୍ଖ

କୁରୁକ୍ଷେତ୍ର ୧୨/୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନୀ ମହାଭାରତ ପୂର୍ବରୁ ବାସ୍ତବ ମହାଭାରତର ଯୁଦ୍ଧକ୍ଷେତ୍ର ଧର୍ମନଗରୀ କୁରୁକ୍ଷେତ୍ରରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ମନୋହରଲାଲଙ୍କ ନେତୃତ୍ୱରେ ବିଜେପି ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରତିବର୍ଷ ୩ଥର ହରିୟାଣା ଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଏଥରର ଗସ୍ତ ସ୍ୱତନ୍ତ୍ର | ଦେଶର ମହିଳାଙ୍କୁ ସ୍ୱଚ୍ଛତାର ମନ୍ତ୍ର ଫୁଙ୍କିବାକୁ ମୋଦି ଆଜି କୁରୁକ୍ଷେତ୍ର ଗସ୍ତରେ ଯାଇଛନ୍ତି | ମହାଭାରତର ଯୁଦ୍ଧଭୂମି ତଥା ଭଗବତ ଗୀତାର ଜନ୍ମସ୍ଥଳୀରୁ ମୋଦି ଆଜି ୨୦୧୯ ନିର୍ବାଚନର ଶଙ୍ଖ ଫୁଙ୍କିବେ ଶ୍ରୀକୃଷ୍ଣଙ୍କ ଭଳି |


୨୦୧୯ ନିର୍ବାଚନ ପାଇଁ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଯୋଡି ତ ଅପରପକ୍ଷରେ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ | କେନ୍ଦ୍ରରେ ପୁଣି ସରକାର ଗଠନ ପାଇଁ ମୋଦିଙ୍କୁ ଗୋଟି ଗୋଟି ଆସନର ଆବଶ୍ୟକତା ରହିଛି | ହରିୟାଣାରୁ ୧୦ଟି ଲୋକସଭା ଆସନ ରହିଛି | ୧୦ଟି ଆସନ ମଧ୍ୟରୁ ୭ଟି ବିଜେପିର ଏବଂ ୩ଟି ଅନ୍ୟ ରଜନୈତିକ ଦଳ ହାତରେ ରହିଛି | ଉତ୍ତର ହରିୟାଣାରେ ମୋଦି ୨୦୧୯ ନିର୍ବାଚନର ବିଗୁଲ ବଜାଇ ବିକାଶର ମନ୍ତ୍ର ଫୁଙ୍କିବା ସହ ଜାଠ୍‌ ଲେଣ୍ଡ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ |
ବିଜେପି ଚଳିତ ବର୍ଷ ମହିଳା ଏବଂ ଯୁବ ପିଢ଼ିକୁ ସ୍ୱତନ୍ତ୍ର ଫୋକସରେ ରଖିଛି ବିଜେପି | ମୋଦି ଘର ଘର ବୁଲି ମହିଳାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି |



ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁରୁକ୍ଷେତ୍ରରେ ଆୟୋଜିତ ସ୍ୱଚ୍ଛ ଶକ୍ତି ମିଶନ ୨୦୧୯ ଅଭିଯାନରେ ନିଜ ମନ୍ତ୍ରୀଙ୍କ ସହ କର୍ମୀଙ୍କ ମନୋବଳ ବଢାଇବେ । ଏଥିସହ ଦଳର ନିର୍ବାଚନୀ ସ୍ଥିତିକୁ ଦୃଢ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି | ବିଜେପି ଚତୁରତାର ସହ କୁରୁକ୍ଷେତ୍ରରେ ମୋଦିଙ୍କ କାର୍ଯ୍ୟକ୍ରମର ଆୟୋଜନ କରିଛି | ବିଜେପିର ବିଦ୍ରୋହୀ ସାଂସଦ ରାଜକୁମାର ସୈନି ଏହି କାର୍ଯ୍ୟକ୍ରମରେ ମଂଚରେ ମୋଦିଙ୍କ ସହ ଦେଖାଦେବେ ନାହିଁ |
ହରିୟାଣାରୁ ରାଜନୈତିକ ଯୁଦ୍ଧର ଶୁଭାରମ୍ଭ ମୋଦିଙ୍କ ପାଇଁ ଶୁଭ ପ୍ରମାଣିତ ହୋଇଛି |

258 Views

   ସମ୍ବନ୍ଧିତ ଖବର