“୨୦୧୯ ନିର୍ବାଚନ କେବଳ ନିର୍ବାଚନ ନୁହେଁ ବରଂ କୌରବ ପାଣ୍ଡବ ଯୁଦ୍ଧ” : ମେନକା ଗାନ୍ଧୀ
31/03/2019 at 6:06 PM

ଲକ୍ଷ୍ନୌ ୩୧/୩ : କେନ୍ଦ୍ରମନ୍ତ୍ରୀ ତଥା ସୁଲତାନପୁର ବିଜେପି ପ୍ରାର୍ଥୀ ମେନକା ଗାନ୍ଧୀ ଆଜି ଏକ ଜନସଭାକୁ ସମ୍ବୋଧିତ କଲାବେଳେ କହିଥିଲେ ଯେ, ୨୦୧୯ ସାଧାରଣ ନିର୍ବାଚନ କେବଳ ଏକ ନିର୍ବାଚନ ନୁହେଁ ବରଂ କୌରବ ପାଣ୍ଡବ ଯୁଦ୍ଧ | ଭଲ ଏବଂ ଖରାପ ମଧ୍ୟରେ ଯୁଦ୍ଧ | ସେଥିପାଇଁ ଜନତାଙ୍କୁ ତାଙ୍କୁ ହିଁ ଭୋଟ ଦେବା ଉଚିତ ଯିଏ ବିକାଶ କଥା କହୁଛନ୍ତି | ଜନତା କିଭଳି ମାହୋଲ ଚାହୁଁଛନ୍ତି ସେହି ନିଷ୍ପତ୍ତି ଜନତାଙ୍କୁ ହିଁ ନେବାକୁ ପଡିବ ବୋଲି କହିଛନ୍ତି ମେନକା | ଯେଉଁମାନେ ଜନତାଙ୍କୁ ଡରାଉଛନ୍ତି, ଧମକ ଦେଉଛନ୍ତି, ଲୋକଙ୍କ ଠାରୁ ଟଙ୍କା ଅସୁଲ କରୁଛନ୍ତି ସେମାନଙ୍କୁ ଭୋଟ ନଦେଇ ବରଂ ଯିଏ ଜନତାଙ୍କ ଉନ୍ନତି କରିପାରିବ ସେହିଭଳି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ପ୍ରେରଣା ଯୋଗାଇଥିଲେ ମେନକା |
ସେ କହିଥିଲେ ଯେ, ଯେଉଁଠାରେ ସେ ଚାଲନ୍ତି ସେଠାରେ ବନ୍ଧୁକ ଚାଲେନାହିଁ, ଗୁଣ୍ଡାଗର୍ଦି ହୁଏନାହିଁ | ସେଥିପାଇଁ ଏମିତି ପ୍ରାର୍ଥୀ ଚୟନ କରିବେ ଯିଏ ସାଧାରଣ ଜନତାଙ୍କୁ ସାହାଯ୍ୟ ସହଯୋଗ କରୁଥିବା | ମେନକା ଗାନ୍ଧୀ ବିଜେପିର ପ୍ରଶଂସା କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକାଳରେ ମହିଳାଙ୍କୁ ସମ୍ମାନ ମିଳିଛି | ଅନେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାହ୍ୟ ଦିଆଯାଇଛି | ସ୍ୱଚ୍ଛତା ଉପରେ ପ୍ରାଧାନ୍ୟ ଦିଆଯାଇଛି | ଗାଁ, ସହରକୁ ସ୍ୱଚ୍ଛ ରଖିବା ପାଇଁ ଶୌଚାଳୟ ତିଆରି କରାଗଲା | ମହିଳାଙ୍କ ସୁବିଧା ପାଇଁ ଗ୍ୟାସ ସିଲିଣ୍ଡର ଦିଆଗଲା | ଅନେକ କ୍ଷେତ୍ରରେ ଦେଶର ବହୁ ଉନ୍ନତି ହୋଇଛି | ସେଥିପାଇଁ ବିଜେପିକୁ ଚୟନ କରିବା ସବୁଠାରୁ ଠିକ ବୋଲି କହିଛନ୍ତି ମେନକା ଗାନ୍ଧୀ |