Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

୨୦୧୯ ମହାସଂଗ୍ରାମର ସବୁଠାରୁ ମହତ୍ଵପୂର୍ଣ୍ଣ ୧୧ଟି ମୁହଁ: ଜାଣନ୍ତୁ କିଏ କିଏ

17/03/2019 at 5:29 PM

ଦିଲ୍ଲୀ ୧୭/୩ : ଲୋକସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କା ଆରମ୍ଭ ହୋଇସାରିଛି | ମହାସଂଗ୍ରାମରେ ପ୍ରତ୍ୟେକ ରାଜ୍ୟରେ ସମୀକରଣ ଅଲଗା ଅଲଗା ହୋଇଥିଲେ ମଧ୍ୟ କଡା ସଂଗ୍ରାମ ୨ ଦଳ ମଧ୍ୟରେ ରହିଛି | ବିଜେପି ନେତୃତ୍ୱରେ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱରେ ମହାମେଣ୍ଟ ଏହି ମହାସଂଗ୍ରାମରେ ନିଜର ପୁରା ଦମ ଲଗାଉଛନ୍ତି | ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀଙ୍କ ସମେତ ୧୧ ବଡ ବଡ ନେତାଙ୍କ ପୁରା ଦେଶର ନଜର ରହିଛି | ଆସନ୍ତୁ ନଜର ପକାଇବା ରାଜନୈତିକ ଦଳର ଏହି ବଡ ବଡ ହସ୍ତୀଙ୍କ ଉପରେ |


ନରେନ୍ଦ୍ର ମୋଦି : ୨୦୧୪ ମସିହା ନିର୍ବାଚନ ପୂର୍ବରୁ ଏନଡିଏ ନରେନ୍ଦ୍ର ମୋଦିଙ୍କୁ ନିଜର ପ୍ରାର୍ଥୀ ଘୋରନା କରିଥିଲା | ସେତେବେଳେ ‘ଅବକି ବାର ମୋଦି ସରକାର’ ନାରା ଦିଆଯାଇଥିଲା | ମୋଦି ଲହର ସୋସିଆଲ ନେଟୱର୍କିଙ୍ଗ ସାଇଟରେ ନିଜର ଜୋରଦାର କମାଲ ଦେଖାଇଥିଲା | ମୋଦି ବିଜେପିର ଷ୍ଟାର ପ୍ରଚାରକ | ଚାଳିତଥର ମୋଦି ‘ମେଂ ଚୌକିଦାର ହୁଁ’ ନାରା ଦେଇଛନ୍ତି |


ରାହୁଲ ଗାନ୍ଧୀ : ୨୦୧୭ ମସିହାରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ପଦରୁ ସେବାମୂକ୍ତ ହେବାପରେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା | ଅଧ୍ୟକ୍ଷ ହେବାପରେ ରାହୁଲ ଗାନ୍ଧୀଙ୍କୁ ୨୦୧୮ ଶେଷ ଆଡକୁ ସଫଳତା ମିଳିଥିଲା | ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସ ବିଜେପିକୁ ପରାସ୍ତ କରି ସରକାର ଗଢ଼ିଥିଲା |


ଅମିତ ଶାହ : ୨୦୧୪ ଲୋକସଭା ନିର୍ବାଚନବେଳେ ଅମିତ ଶାହଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ କରାଯାଇଥିଲା | ତାଙ୍କ ନେତୃତ୍ୱରେ ଉତ୍ତର ପ୍ରଦେଶର ୮୦ ଆସନରୁ ୭୩ ଆସନରେ ବିଜେପି ବିଜୟୀ ହୋଇଥିଲା | ସେହି ବର୍ଷା ଜୁଲାଇ ମାସରେ ଅମିତ ଶାହଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ଦିଆଯାଇଥିଲା | ଏହି ୫ବର୍ଷ ମଧ୍ୟରେ ୨୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି | ଏଥିରୁ ୧୪ ଆସନରେ ବିଜେପି ବିଜୟୀ ହୋଇଥିଲା | ଚାଳିତଥର ଅମିତ ଶାହ ବିରୋଧୀଙ୍କ ଅଧିକ ଆକ୍ରମଣାତ୍ମକ ପ୍ରମାଣିତ ହେବେ ବୋଲି ଶୁଣିବାକୁ ମିଳୁଛି |


ପ୍ରିୟଙ୍କା ଗାନ୍ଧୀ : କଂଗ୍ରେସର ଷ୍ଟାର ପ୍ରଚାରକ ପ୍ରିୟଙ୍କା ଗାନ୍ଧୀ ରାଜନୀତିରେ ଜାନୁଆରୀ ୨୩ ତାରିଖରେ ପଦାର୍ପଣ କରିଥିଲେ | ତାଙ୍କୁ ରାଷ୍ଟ୍ରୀୟ ମହାସଚିବ ଶହ ପୂର୍ବାଂଚଳ ଉତ୍ତର ପ୍ରଦେଶର ୪୧ ଲୋକସଭା ଆସନର ଦାୟିତ୍ୱ ଦିଆଯାଇଛି | ପ୍ରିୟଙ୍କା ଆସିବା ପରେ କଂଗ୍ରେସର ସ୍ଥିତି ମଜବୁତ ହୋଇଛି ବୋଲି ଶୁଣିବାକୁ ମିଳିଛି |


ଯୋଗୀ ଆଦିତ୍ୟନାଥ : ୨୦୧୭ ମସିହାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାପରେ ଆଦିତ୍ୟନାଥ ମୋଦିଙ୍କ ପରେ ସବୁଠାରୁ ବଡ ପ୍ରଚାରକ ପ୍ରମାଣିତ ହୋଇଛନ୍ତି | ଗତବର୍ଷ ହୋଇଥିବା ନିର୍ବାଚନରେ ଗୋରଖପୁର, ଫୁଲପୁର ଏବଂ କୈରାନାରେ ଲୋକସଭା ନିର୍ବାଚନରେ ବିଜେପି ପରାସ୍ତ ହୋଇଥିଲା | ଆଦିତ୍ୟନାଥ ତାଙ୍କ ନିଜ ଗଡ ଗୋରଖପୁରରୁ ମଧ୍ୟ ହାରି ଯାଇଥିଲେ |


ମାୟାବତୀ : ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ମାୟାବତୀ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ | ଗତ ଲୋକସଭା ନିର୍ବାଚନବେଳେ ମୋଦି ଲହର ଯୋଗୁଁ ବସପା ନିଜ ଖାତା ମଧ୍ୟ ଖୋଲି ପାରିନଥିଲା | କିନ୍ତୁ ଏଥର କଡା ମୁକାବିଲା ହେବ |


ଅଖିଲେଶ ଯାଦବ : ସମାଜବାଦୀ ପାର୍ଟିର ନେତୃତ୍ୱ ନେଇଛନ୍ତି ଅଖିଳେସ ଯାଦବ | ୨୦୧୪ ନିର୍ବାଚନରେ ସପା କେବଳ ୫ଟି ଆସନରେ ବିଜୟୀ ହୋଇଥିଲା | କିନ୍ତୁ ଚଳିତବର୍ଷ ୨୫ବର୍ଷର ମନୋମାଳିନ୍ୟକୁ ଭଳି ବସପା ଏବଂ ସପା ଏକାଠି ହୋଇଛନ୍ତି |

ମମତା ବାନାର୍ଜୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋଦିଙ୍କ ବିରୋଧରେ ମହାମେଣ୍ଟରେ ସାମିଲ ହୋଇ ଏକ ବଡ ହସ୍ତୀ ହୋଇ ଉଭା ହୋଇଛନ୍ତି | ୨୦୧୪ରେ ମୋଦି ଲହର ସତ୍ୱେ ତୃଣମୂଳ କଂଗ୍ରେସ ୪୨ ଆସନରୁ ୩୪ ଆସନରୁ ବିଜୟୀ ହୋଇଥିଲା | ଜାନୁଆରୀ ୧୮ ତାରିଖରେ କୋଲକାତାରେ ଏକ ବଡ ରାଲି ଆୟୋଜନ କରି ମମତା ୧୫ରୁ ଅଧିକ ରାଜନୈତିକ ଦଳଙ୍କୁ ଗୋଟିଏ ମଂଚରେ ଏକାଠି କରିଥିଲେ |


ନୀତିଶ କୁମାର : ୪୦ ଲୋକସଭା ଆସନଯୁକ୍ତ ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜଣେ ବଡ ହସ୍ତୀ | ବିଜେପି ସହିତ ୫୦-୫୦ ଫର୍ମୁଲାରେ ଲଢ଼ି ନୀତିଶ କୁମାର ବିହାରର ବଡ ଷ୍ଟାର ପ୍ରଚାରକ | ମୁଖ୍ୟମନ୍ତ୍ରୀ ଭାବେ ସେ ତୃତୀୟଥର ପାଇଁ କାର୍ଯ୍ୟଭାର ସମ୍ଭାଳିଛନ୍ତି | ଚଳିତ ବର୍ଷା ତାଙ୍କର ଭୂମିକା ମହତ୍ଵପୁର୍ଣ ରହିଛି |


ଚନ୍ଦ୍ରାବାବୁ ନାଇଡୁ : ତେଲୁଗୁ ଦେଶଂ ପାର୍ଟି ମୁଖ୍ୟ ଚନ୍ଦ୍ରାବାବୁ ନାଇଡୁ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି | ଆନ୍ଧ୍ର ପ୍ରଦେଶର ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଛି | ସେ ପୂର୍ବରୁ ଏନଡିଏ ରେ ସାମିଲ ଥିଲେ | କିନ୍ତୁ ପରେ ବିଶେଷ ରାଜ୍ୟର ଦର୍ଜା ଦାବି କରି ନାଇଡୁ ଏନଡିଏ ଠାରୁ ଅଲଗା ହୋଇ ମହାମେଣ୍ଟରେ ସାମିଲ ହୋଇଛନ୍ତି |


ନବୀନ ପଟ୍ଟନାୟକ : ବିଜୁ ଜନତା ଦଳ ମୁଖ୍ୟ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଭରା ସମ୍ଭାଳିଛନ୍ତି | ଓଡିଶାର ବିକାଶକୁ ନିଜ ଏଜେଣ୍ଡା ଦର୍ଶାଇଥିବା ବିଜୁ ଜନତା ଦଳ ଏନଡିଏ ଏବଂ ମହାମେଣ୍ଟରେ ସାମିଲ ନହୋଇ ନିଜର ଅଲଗା ଦଳ ଗଠନ କରି ଅଛି | ନବୀନ ଜୋରଦାର ହିସାବରେ ସୋସିଆଲ ମିଡ଼ିଆର ପ୍ରୟୋଗ କରୁଛନ୍ତି | ଫେବୃଆରୀ ମାସରେ ଫେସବୁକରେ ସେ ସବୁଠାରୁ ଅଧିକ ଟଙ୍କା ଲଗାଇଥିବା ନେତା | ୨୦୧୪ରେ ମୋଦି ଲହରରେ ବିଜେପି ୨୧ ଆସନରୁ କେବଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା | ବାକିତକ ୨୦ ଆସନରେ ବିଜେଡି ନିଜର ଅସ୍ତିତ୍ବ ଜାହିର କରିଥିଲା | ଅପରପକ୍ଷରେ କଂଗ୍ରେସ ନିଜର ଖାତା ମଧ୍ୟ ଖୋଲିନଥିଲା |

   Related Posts