Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୨୦୧୯-୨୦ କାମଚଳା ବଜେଟ : ଜାଣନ୍ତୁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା

1/02/2019 at 7:37 PM

ନୂଆଦିଲ୍ଲୀ୧|୨: ଆଗତ ହେଲା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୪ ମାସିଆ କାମଚଳା ବଜେଟ୍‌ । ଦାୟିତ୍ବରେ ଥିବା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ ହୋଇଥିଲେ ବି ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଅନେକ ଲୋଭନୀୟ ଘୋଷଣାମାନ କରିଛନ୍ତି । ମଧ୍ୟବିତ୍ତ, କୃଷକ, ପେନସନଭୋଗୀ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ବଜେଟ୍‌ରେ ବଡ଼ ଉପହାର ଦେଇଛନ୍ତି । ଆୟକର ସ୍ଲାବରେ ପରିବର୍ତ୍ତନ ଆଣି ମଧ୍ୟମବର୍ଗଙ୍କୁ ନିଜ ସପକ୍ଷରେ ଧରି ରଖିବାକୁ ଚେଷ୍ଟା କରିଛନ୍ତି । ମୋଦି ସରକାରଙ୍କ ଶେଷ ବଜେଟରେ ଲୋକସଭା ନିର୍ବାଚନ ୨୦୧୯ ପାଇଁ ଏଜେଣ୍ଡା ସେଟ୍ କରିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି । …..

ଛୋଟ ବଜେଟ ବଡ଼ ଘୋଷଣା। ନିର୍ବାଚନ ଦେଖି ପୀୟୂଷ ମାରିଲେ ବଡ଼ ଷ୍ଟ୍ରୋକ୍‌ । ଚାଷୀ, ମଧ୍ୟବିତ୍ତ, ଶ୍ରମିକ ସମସ୍ତଙ୍କୁ ଖୁସି କରିବାକୁ ଉଦ୍ୟମ। ୪ ମାସିଆ କାମଚଳା ବଜେଟ୍‌ରେ ବଡ଼ ଘୋଷଣା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ । ଆୟକର ଛାଡ଼ ସୀମା ଅଢେଇ ଲକ୍ଷରୁ ୫ ଲକ୍ଷକୁ ବଢାଯାଇଛି । ସାଢେ ୬ ଲକ୍ଷ ଟଙ୍କାର ନିବେଶ ଉପରେ ମଧ୍ୟ କୈାଣସି ଟିକସ ଦେବାକୁ ପଡିବ ନାହିଁ । ଏହାଦ୍ବାରା ୩ କୋଟି ଆୟକର ଦାତା ଉପକୃତ ହେବେ । ୨୪ ଘଣ୍ଟାରେ ଆୟକର ରିଟର୍ଣ୍ଣ ପ୍ରୋସେସିଂ ହେବ । ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ୪୦ ହଜାରରୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଜିଏସ୍ଟିରେ ଲଗାତର ହ୍ରାସ ଯୋଗୁଁ ଉପଭୋକ୍ତାଙ୍କୁ ୮୦ ହଜାର କୋଟି ଟଙ୍କାର ଫାଇଦା ହେବ ।

ବଜେଟରେ ଚାଷୀଙ୍କୁ ବି ଖୁସି କରିବାକୁ ଚେଷ୍ଟା କରିଛନ୍ତି ପୀୟୂଷ। ଆସିବ କିଶାନ ସମ୍ମାନ ନିଧି ଯୋଜନା । ଚାଷୀଙ୍କ ଆକାଉଣ୍ଟକୁ ସିଧା ସଳଖ ଯିବ ବର୍ଷକୁ ୬ ହଜାର ଟଙ୍କା । ୨୦୧୮ ଡିସେମ୍ବର ପହିଲାରୁ ଏହା ପିଛିଲା ଭାବେ  ଲାଗୁ ହେବ । ଦେଶର ୧୨ କୋଟି ଚାଷୀ ଏହାଦ୍ବାରା ଉପକୃତ ହେବେ । ଏହାଦ୍ବାରା କେନ୍ଦ୍ର ସରକାରଙ୍କ ଉପରେ ୭୫ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ । ୨ ହେକ୍ଟର ଚାଷ ଜମିରୁ ଅଧିକ ଥିବା ଚାଷୀଙ୍କୁ ଏହି ସୁବିଧା ମିଳିବ ।

ଶ୍ରମିକଙ୍କ ପାଇଁ ବୋନସ ବଢ଼ି ୭ ହଜାର ଟଙ୍କା ହୋଇଛି । ୨୧ ହଜାର ଟଙ୍କା ଦରମା ପାଉଥିବା ଶ୍ରମିକଙ୍କୁ ବୋନସ୍ ମିଳିବ । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ନାମକ ବିଶାଳ ପେନ୍‌ସନ୍‌ ଯୋଜନା ଦ୍ବାରା ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କୁ ୬୦ ବର୍ଷ ବୟସ ପରେ ମାସିକ ୩୦୦୦ ଟଙ୍କା ପେନ୍‌ସନ୍‌ ସୁନିଶ୍ଚିତ ମିଳିବ। ଏଥିପାଇଁ ସେମାନଙ୍କୁ ମାସିକ ୧୦୦ ଟଙ୍କା ଦେବାକୁ ପଡ଼ିବ। ଏହି କ୍ଷେତ୍ରରେ ୧୦ କୋଟି ଶ୍ରମିକ ଉପକୃତ ହେବେ ।

ପ୍ରତିରକ୍ଷା ବଜେଟ୍‌କୁ ୩ ଲକ୍ଷ କୋଟିରୁ ଅଧିକ କରାଯାଇଛି । ଘର କିଣୁଥିବା ଲୋକଙ୍କ ଉପରେ ଜିଏସ୍‌ଟି  ହ୍ରାସ ପାଇଁ ଯୋଜନା କରାଯାଉଛି । ଆୟୁଷ୍ମାନ ଭାରତ ଯୋଜନାରେ ୧୦ ଲକ୍ଷ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଘୋଷଣା ହୋଇଛି । ଆସନ୍ତା ୫ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ୫ ଟ୍ରିଲିୟନ ଡଲାର ହେବବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

   Related Posts